February 19, 2025

Odia Express

Leading Odia News Portal of Odisha

ବିଲେଇ ରାସ୍ତା କାଟିଲେ ଏହି ଭୁଲ କରନ୍ତୁ ନାହିଁ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..

ଏହା ସାଧାରଣ ଧାରଣା ଥାଏ ଯେ ବିଲେଇ ରାସ୍ତା କାଟିଲେ ଅଶୁଭ ହେଇଥାଏ।ଏହି କାରଣରୁ ବହୁତ ଲୋକ ବିଲେଇ ରାସ୍ତା କାଟିଲେ କିଛି ସମୟ ରୋକି ଯାଆନ୍ତି କିମ୍ବା ଠିଆ ହେଇଯାନ୍ତି।ସେ ହିନ୍ଦୁ ହେଉ କିମ୍ବା ମୁସଲିମ ସମସ୍ତେ ଏହି ନିୟମକୁ ମାନିଥାନ୍ତି ଓ ଅପେକ୍ଷା କରିଥାନ୍ତି କୌଣସି ଅନ୍ୟ ବ୍ୟକ୍ତି ଆସୁ ଯିଏ ତାଙ୍କ ପୂର୍ବରୁ ରାସ୍ତା ପାର କରୁ।ଏହାଦ୍ୱାରା ଅଶୁଭ ସମାପ୍ତ ହେଇଯାଇଥାଏ।କିନ୍ତୁ ସତ ଏହା ଯେ ସବୁ ସ୍ଥିତି ରେ ବିଲେଇର ରାସ୍ତା କାଟିବା ଅଶୁଭ ହେଇନଥାଏ।ଆମେ ଜାଣିଥାନ୍ତି ବିଲେଇର ରାସ୍ତା କାଟିଲେ ଅଶୁଭ ହେଇଥାଏ କି ନାହିଁ।

୧:ବିଲେଇର ରାସ୍ତା କାଟିବା ଅଶୁଭ ମାନିଥାଉ ଯେବେ ବିଲେଇ ବାଁ ରୁ ରାସ୍ତା କାଟି ଡାହାଣ କୁ ଯାଏ।ଅନ୍ୟ ସ୍ଥିତି ରେ ଅଶୁଭ ମାନି ନଥାଉ।ଏହା ମଧ୍ୟ କୁହାଯାଏ ଯେ କୁକୁର ଭଳି ବିଲେଇର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ବିକଶିତ ହେଇଥାଏ।ସେଥିପାଇଁ ସେମାନେ ଭବିଷ୍ୟତ ରେ ଘଟିବା ଘଟଣାକୁ ଜାଣିନେଇଥାନ୍ତି ଓ ଆପଣଙ୍କୁ ସୂଚନା ଦେଇଥାନ୍ତି।

୨: ତନ୍ତ୍ର ବିଜ୍ଞାନ ରେ ବିଳେଇକୁ ମହତ୍ୱପୂର୍ଣ୍ଣ ଜୀବ ମାନିଥାନ୍ତି।ବିଲେଇ ଯଦି ଘରେ ଆସି କାନ୍ଦିବାକୁ ଲାଗେ ଏହା କିଛି ଅଘଟଣ ର ସଂକେତ ହେଇଥାଏ।ବିଲେଇ ଝଗଡା ଲାଗିବା ଏହା ଧନାହାନୀ, କିମ୍ବା କାହା ସହ ଲଢେ଼ଇ, କିମ୍ବା ମୃତ୍ୟୁ ର ସମାଚାର ଶୁଣିବାକୁ ମିଳିଥାଏ।

୩: ବିଳେଇଠୁ ଧନ ଆଗମନ ର ଭବିଷ୍ୟବାଣୀ।ଲୋକମାନ୍ୟତା ଅନୁସାରେ ଦୀପାବଳୀରେ ବିଲେଇର ଘରକୁ ଆସିବା ଧନ ଆଗମନ ର ସଂକେତ ହେଇଥାଏ।ଏଥିରେ ଲକ୍ଷ୍ମୀ ଘରକୁ ଆସିଥାନ୍ତି।ବର୍ଷସାରା ଧନର ଆଗମନ ରହିଥାଏ।ବିଲେଇ ଘରେ ଛୁଆ ଜନ୍ମ କଲେ ଏହାକୁ ଶୁଭ ମାନା ଯାଇଥାଏ।

୪: ଅନେକସମୟରେ ବିଲେଇ ଘରେ ପଶି କ୍ଷୀର ପିଦିଏ ଏହାକୁ କିଛି ଲୋକ ଅଶୁଭ ମାନିଥାନ୍ତି।କିନ୍ତୁ ଏହା ଧନ ଆଗମନ ର ସଂକେତ ଦେଇଥାଏ।ଶାସ୍ତ୍ର ଅନୁସାରେ ମାନନ୍ତି ଯେ ବାରମ୍ବାର ବିଲେଇ ଘରକୁ ଆସିବା ଅଶୁଭ ମାନା ଯାଇଥାଏ।ଏହିସମୟରେ ଆପଣଙ୍କୁ ସତ୍ୟନାରାୟଣ ପୂଜା କରିବା ଉଚିତ।ଏହଦ୍ଵାରା ବିଲେଇ ବାରମ୍ବାର ଆସିବ ନାହିଁ।

୫: ଗ୍ରହ ଦୋଷରୁ ମୁକ୍ତ କରିଥାଏ ବିଲେଇ।ଜ୍ୟୋତିଷ ଶାସ୍ତ୍ରରେ ବିଳେଇକୁ ରାହୁର ବାହାନ କୁହାଯାଇଛି।ଯାହା କୁଣ୍ଡଳୀରେ ରାହୁ ଶୁଭ ନଥାଏ ତାଙ୍କୁ ରାହୁର ଅଶୁଭ ପ୍ରଭାବ ରୁ ବଂଚିବା ପାଇଁ ବିଲେଇ କୁ ଦୁଗ୍ଧ ପିଏଇବା ଉଚିତ।ଏହା କଲେ ରାହୁ ଦୋଷ ଲାଗିନଥାଏ।ସବୁ କାମ ଆଶ୍ଚର୍ଯ୍ୟ ଜନକ ଭାବେ ହେଇଥାଏ।

ବିଲେଇ ରଖିଲେ କିମ୍ବା ପାଳିଲେ ଧନ ବୃଦ୍ଧି ହେଇଥାଏ।ଯେଉଁ ଧର୍ମ ଅନୁସାରେ ବିଲେଇ ରଖିଲେ ଶୁଭ ହେଇଥାଏ ସେହି ସେହି ଧର୍ମରେ ବିଲେଇ ରଖିବା ଉଚିତ ।କେଉଁ କାର୍ଯ୍ୟରେ ଗଲାବେଳେ ବିଲେଇ କିମ୍ବା ତା ପିଲା କୁ ଦେଖି ବାହାରିଲେ କାର୍ଯ୍ୟରେ ସଫଳତା ମିଳିଥାଏ।ଘରେ ବିଳେଇକୁ ରଖିବା ଘରର ସବୁ ନକରାତ୍ମକ ନଷ୍ଟ କରିବା ସହିତ ଘର ଭିତରେ ସକରାତ୍ମକ ପ୍ରଭାବ ପକାଇଥାଏ।କଳା ବିଲେଇ ଘରେ ପାଳିଲେ ଘରେ ଧନର ଅଭାବ ଆଣିନଥାଏ।

ସ୍ୱପ୍ନରେ ଧଳା ବିଲେଇ ଦେଖିଲେ ଶୁଭ ହେଇଥାଏ।ଘରେ କିଛି ଶୁଭ କାର୍ଯ୍ୟ ହେଇଥାଏ।କଳା ବିଲେଇ ସ୍ୱପ୍ନରେ ଦେଖିବା ଅଶୁଭ ହେଇଥାଏ।ଅପଣଙ୍କ ପାଇଁ ଖରପ ସମୟ ଆସିପାରେ।ବିବାହିତ ପୁରୁଷ ଯଦି କଳା ବିଲେଇ ଦେଖୁଛନ୍ତି ଏହା ଅଶୁଭ ଅଟେ।

Leave a Reply

Your email address will not be published. Required fields are marked *