December 14, 2024

Odia Express

Leading Odia News Portal of Odisha

ନିଜ ଘରେ ହିଁ ୨ ମିନିଟରେ କରନ୍ତୁ ନିଜ ଦାନ୍ତକୁ ଧଳା – ନିଜ ହଳଦିଆ ଦାନ୍ତକୁ କିପରି ପ୍ରାକୃତିକ ଉପାୟରେ ଧଳା କରି ଚମକାଇବେ

ନମସ୍କାର ବନ୍ଧୁଗଣ,ଆମର କୁହାଯାଇଥିବା ଏହି ପେଷ୍ଟ ପ୍ରତିଦିନ ଦାନ୍ତରେ ଲଗାଇ ଘଷନ୍ତୁ ପୁରୁଣାରୁ ପୁରୁଣା ହଳଦିଆ ଦାନ୍ତ କିମ୍ବା କଳା ଦାଗ ଏବଂ କୌଣସି ପ୍ରକାରର ଦାଗ ଅଛି ତାହା ସମ୍ପୂର୍ଣ୍ଣ ଭାବେ ପଳେଇବ।ଆପଣ ଏହା ଦେଖି ନିଶ୍ଚିତ ଚମକି ଯିବେ।ଆମେ ସମସ୍ତେ ନିଜ କପଡା ନିଜ ଚୁଟିର ବହୁତ ଧ୍ୟାନ ରଖୁ କିନ୍ତୁ ନିଜ ଦାନ୍ତକୁ ଭୁଲିଯାଉ।ଏବଂ ଯେବେ ଆମେ ଲୋକଙ୍କ ପାଖରେ ଠିଆ ହେଉ ଓ ହସୁ କିମ୍ବା କାହା ସହିତ କଥା ହେଉ ଏବଂ ସେ ଆମ ହଳଦିଆ ଦାନ୍ତକୁ ଦେଖି ହସିଥାଏ।ତେବେ ଭାବନ୍ତୁ ସେ ଆମ ବିଷୟରେ କଣ ଭାବୁଥିବ କି ଏତେ ଭଲ ପୋଷାକ ପିନ୍ଧିଛି ଓ ଦାନ୍ତ ଏତେ ହଳଦିଆ।ଏବଂ ଆମେ ଲଜ୍ଜିତ ହୋଇଥାଉ ଏବେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ଦ୍ଵାରା ଆପଣ ନିଜ ବ୍ୟକ୍ତିତ୍ୱକୁ ବଦଳାଇ ପାରିବେ ନିଜ ଦାନ୍ତକୁ ଧଳା କରି।

ଏହି ଉପଚାରକୁ ତିଆରି କରିବା ପାଇଁ ଆପଣଙ୍କୁ ସବୁଠୁ ପ୍ରଥମେ ଯେଉଁ ସାମଗ୍ରୀ ଦରକାର ତାହା ହେଉଛି, ସୋଡା।ଏହାକୁ ଅଧା ଚାମଚ ନିଅନ୍ତୁ।ଏହାପରେ ଏଥିରେ ଆପଣଙ୍କୁ ମିଶାଇବାକୁ ହେବ ଦୁଇରୁ ତିନି ବୁନ୍ଦା ଲେମ୍ବୁର ରସ।ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ମିଶାଇବା ପରେ ଲକ୍ଷ୍ୟ କରିବେ କି ଏଥିରେ ହାଲକା ଫେଣ ଆସିଛି। ଏହାର ଗନ୍ଧ ବହୁତ ସାଧାରଣ ଅଟେ।ଏହା ପରେ ଏହାକୁ ଏକ ବ୍ରସର ସହାୟତାରେ ଏହି ମିଶ୍ରଣକୁ ଦାନ୍ତ ଉପରେ ଲଗାଇ ପ୍ରୟୋଗ କରନ୍ତୁ।ମନେ ରଖନ୍ତୁ ଏହାକୁ କେବଳ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ହିଁ ପ୍ରୟୋଗ କରିବାର ଅଛି।ଏହାକୁ ଭଲ ଭାବରେ ନିଜ ଦାନ୍ତରେ ଘଷନ୍ତୁ।ଯେପରି ଯେପରି ଆପଣ ଘଷିବେ ଆପଣ ଲକ୍ଷ୍ୟ କରିବେ କି ଯେତିକି ବି ଆପଣଙ୍କର ହଳଦିଆ ପରସ୍ତ ଥିଲା ତାହା ବହୁତ ଭଲ ଭାବରେ ଧୀରେ ଧୀରେ ସଫା ହୋଇ ଯାଉଛି।ଏବଂ ଆପଣଙ୍କ ଦାନ୍ତ ଏକଦମ ସୁନ୍ଦର ଦେଖା ଯାଉଅଛି।ଓ ଏହା ମୋତି ଭଳି ଚମକି ଯାଇଛି।

କିନ୍ତୁ ଯଦି ଏହି ହଳଦିଆ ଚିହ୍ନ କିମ୍ବା ଦାଗ ଓ ଅନ୍ୟ କୌଣସି ଦାଗ ଆପଣଙ୍କର ଏକରୁ ଦୁଇ ମାସ କିମ୍ବା ୬ମାସ ପୁରୁଣା ଅଟେ ତେବେ ଆପଣଙ୍କୁ ଏହାର ଫଳ ତୁରନ୍ତ ଦେଖାଯିବ।କିନ୍ତୁ ଯଦି ଆପଣଙ୍କର ହଳଦିଆ ପରସ୍ତ ବହୁତ ବର୍ଷ ପୁରୁଣା ଅଟେ କିମ୍ବା ଦାଗ ଓ ଚିହ୍ନ ବହୁତ କଳା ପଡିଯାଇଛି।ତେବେ ଏହି ସବୁକୁ ସମ୍ପୂର୍ଣ୍ଣ ଭାବେ ଯିବା ପାଇଁ ଅତି କମରେ ଏକ ସପ୍ତାହର ସମୟ ଲାଗିବ।ଯେଉଁଥି ପାଇଁ ଆପଣଙ୍କୁ କଣ କରିବାକୁ ହେବ ନା ସେହି ସମାନ ଉପାୟରେ ଆପଣଙ୍କୁ ନିଜ ଦାନ୍ତକୁ ପୁରା ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଲଗାତାର ନିଜ ଦାନ୍ତ ଉପରେ ପ୍ରୟୋଗ କରିବାକୁ ହେବ।ମନେରଖନ୍ତୁ କି , ଏହି ଉପାୟକୁ ଦିନକୁ କେବଳ ଗୋଟିଏ ଥର ହିଁ ପ୍ରୟୋଗ କରନ୍ତୁ।

ଏହା ସହିତ ଆମେ ଆହୁରି ଏକ ଆବଶ୍ୟକ ତଥ୍ୟ ଜଣାଇବୁ ଯାହା ଆପଣ ନିଜେ ପାଳନ କରନ୍ତୁ ଓ ତା ସହିତ ନିଜ ପିଲାମାନଙ୍କୁ ମଧ୍ୟ ଏହା ବିଷୟରେ ଜଣାନ୍ତୁ ଯାହା ଫଳରେ ଆପଣଙ୍କ ଦାନ୍ତରେ କେବେବି ମଇଳା ଜମା ହେବ ନାହିଁ।ଆପଣଙ୍କ ମୁହଁରୁ କେବେବି ଦୁର୍ଗନ୍ଧ ଆସିବ ନାହିଁ।ପ୍ରଥମ ଉପାୟ ହେଉଛି ଆପଣ କିଛି ଖାଦ୍ୟ ଖାଇବା ପରେ କୁଳି କରିନିଅନ୍ତୁ ଏହାଦ୍ଵାରା ଆପଣଙ୍କ ଦାନ୍ତ ଜୀବାଣୁଠାରୁ ରକ୍ଷା ପାଇବ।ଦ୍ୱିତୀୟ ଉପାୟ ହେଉଛି, ପ୍ରତିଦିନ ମଧୁରୀ ନିଶ୍ଚିତ ଚୋବାନ୍ତୁ ଏହାଦ୍ଵାରା ଆପଣଙ୍କ ମୁହଁରୁ କେବେବି ଦୁର୍ଗନ୍ଧ ଆସିବନାହିଁ ଓ ବହୁତ ଭଲ ସୁଗନ୍ଧ ଆସିବ।

Leave a Reply

Your email address will not be published. Required fields are marked *