May 31, 2025

Odia Express

Leading Odia News Portal of Odisha

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଯାହା ହୋଇଥାଏ ଆମ ଶରୀରରେ ଆପଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ ପାଣି ହେଉଛି ଏକ ଜିନିଷ ଯାହା ଦ୍ଵାରା ଆପଣ ଘର ବସି ବସି ବହୁତ୍ ପ୍ରକାରର ରୋଗକୁ କିଛି ସମୟ ମଧ୍ୟରେ ଦୂରକରିପାରିବେ କିନ୍ତୁ ପାଣି କେତେବେଳେ ପିଇବା ଉଚିତ୍ ଏବଂ କେତେ ପରିମାଣରେ ପିଇବା ଉଚିତ୍ ଏହା ଜାଣିବା ଜରୁରୀ ଅଟେ। ତ ପ୍ରଥମ କଥା ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଆପଣଙ୍କୁ ଗରମ ପାଣି ପିଇବାକୁ ହେବ। ସେହି ଗରମ ପାଣିକୁ ଚା ପରି ଟିକେ ଟିକେ ଗରମ ଥିବା ଅବସ୍ଥାରେ ସେବନ କରନ୍ତୁ। ସକାଳୁ ଉଠିବା ବେଳକୁ ଆମ ଶରୀର ସମ୍ପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଯାଇଥାଏ ଯାହାକୁ ଆମେ ସକ୍ରିୟ କରିବା ପାଇଁ ଚା ତଥା କଫିର ସେବନ କରିଥାଉ ଯାହାକି ଆମ ଶରୀରକୁ କେବଳ କିଛି ସମୟ ପାଇଁ ସକ୍ରିୟ କରିଥାଏ କିନ୍ତୁ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ କାହିଁକି ନା ଏହା ଆମ ଶରୀର ରେ ଅମ୍ଳ ର ମାତ୍ରାକୁ ବଢାଇ ଦେଇଥାଏ ,ଏବଂ ଆପଣଙ୍କ ଖାଦ୍ୟକୁ ଠିକ୍ ଭାବରେ ହଜମ ହୁଏ ନାହିଁ ସେଥିପାଇଁ ସକାଳୁ ଉଠି ଖାଲି ପେଟରେ ଚା କିମ୍ବା କଫିର ସେବନ ନ କରି ତାହା ପରିବର୍ତ୍ତେ ଗରମ ପାଣିର ସେବନ କରନ୍ତୁ ,ଯାହା ଦ୍ଵାରା ଆପଣଙ୍କ ଶରୀର ରେ ଥିବା ସମସ୍ତ ପ୍ରକାରର ଅଳିଆ ଆବର୍ଜ୍ଜନା ଆପଣଙ୍କ ଶରୀର ରୁ ୟୁରିଁନ ଆକାରରେ ବାହାରି ଯାଇଥାଏ ।

ଏହା ସହିତ ଏହାକୁ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଦିନ ସାରା ସକ୍ରିୟ ରଖିଥାଏ ଏବଂ ଏହା ଆପଣଙ୍କ ଅଳସୁଆମି କି ଦୂରେଇ ଦେଇଥାଏ।ଏହା ପରେ କେତେବଳେ ପାଣି ପିଇବା ଉଚିତ୍ ଆସନ୍ତୁ ଜାଣିବା । ସକାଳେ ଯେତେବେଳେ ଜଳଖିଆ ଖାଇବେ ତାହାର ୪୫ ମିନିଟ ପରେ ତିକ୍ ଟିକେ ଉଷୁମ ଥିବା ପାଣିକୁ ସେବନ କରନ୍ତୁ ଯାହା ଦ୍ଵାରା ଆପଣ ଖାଇଥିବା ଖାଦ୍ୟ ଧୀରେ ଧୀରେ ହଜମ ହେବାକୁ ଲାଗିବ ଏବ ତାହା ଆପଣଙ୍କୁ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।ଆଉ ଏକ ମୁଖ୍ୟ କଥା ସବୁବେଳେ ପାଇଁ ମନେ ରଖିବେ ଖାଇବାର ୧ ଘଣ୍ଟା ପୂର୍ବରୁ ପାଣିର ସେବନ କରନ୍ତୁ ଏବଂ ଖାଇବାର ୪୫ ମିନିଟ ପରେ ହିଁ ପାଣିକୁ ପାନ କରନ୍ତୁ ।

ଯଦି ଆପଣ ଏହି କଥାକୁ ମୁଣ୍ଡରେ ରଖି ଏହି ହିସାବରେ କାମ କରିବେ ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ କୌଣସି ପ୍ରକାରର ରୋଗ ହେବ ନାହିଁ।ସେହିପରି ରାତିରେ ଖାଇବାର ୪୫ ମିନିଟ ପରେ ଟିକେ ଟିକେ ଉଷୁମ ଥିବା ପାଣି କୁ ସେବନ କରନ୍ତୁ।ଯଦି ଆପଣଙ୍କ ମୁହଁ ରେ ବହୁତ୍ ବ୍ରଣ ହୋଇଛି ତାହେଲେ ଆପଣ ଏହିପରି ଭାବରେ ଏହାର ସେବନ କରନ୍ତୁ ବହୁତ୍ ଜଲ୍ଦୀ ଆପଣଙ୍କ ମୁହଁ ର ସମସ୍ତ ବ୍ରଣ ଭଲ ହୋଇଯିବ ଏବଂ ଆପଣଙ୍କ ମୁହଁ ଚମକିବାକୁ ଲାଗିବ।ଯଦି ଆପଣ ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି ତାହେଲେ ଆପଣ ପ୍ରତିଦିନ ଏହି ଗରମ ପାଣିର ସେବନ କରନ୍ତୁ ଆପଣଙ୍କ ଓଜନ କେବଳ ୧ ମାସରେ ୫ ରୁ ୬ କିଲୋ କମିଯିବ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପାଣିକୁ ହାଲକା ଭାବରେ ଗରମ କରି ତାହାର ପାନ କରନ୍ତୁ ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ସିଦ୍ଧ ହେବ ।

Leave a Reply

Your email address will not be published. Required fields are marked *