December 6, 2024

Odia Express

Leading Odia News Portal of Odisha

କଣ ଆପଣ କଞ୍ଚା ପିଆଜ ଖାଉଛନ୍ତି – ତେବେ ଦେଖନ୍ତୁ ଏହାର ପରିଣାମ କଣ ହେବ – ସମସ୍ତେ ନିଶ୍ଚୟ ଜାଣିବା ଦରକାର..

ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା କଞ୍ଚା ପିଆଜ ଖାଇବାର କିଛି ଏପରି ଫାଇଦା ଯାହା ବିଷୟରେ ଆପଣ ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ।ଭୋଜନ ବେଳେ କିମ୍ବା ସାଲାଡ଼ କରି ଖାଉଥିବା ପିଆଜ ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭଦାୟକ ହୋଇଥାଏ।ଏହାକୁ ସମସ୍ତେ ଖାଇଥାନ୍ତି।ହେଲେ କଣ ଆପଣ ଜାଣିଛନ୍ତି କଞ୍ଚା ପିଆଜ ଖାଇବାର ବହୁତ ଲାଭ ହୋଇଥାଏ।ପିଆଜ ଭିତରେ ସଲଫର,ଆମିନୋ ଏସିଡ,ଆଣ୍ଟି ବାୟୋଟିକସ,କ୍ୟାଲସିୟମ, ଆଇଓଡିନ, ଫସଫରସ, ଓ ଭିଟାମିନର ଗୁଣ ରହିଥାଏ ଗୋଟିଏ କଞ୍ଚା ପିଆଜର ସେବନ ଗମ୍ଭୀର ରୋଗକୁ ମଧ୍ୟ ମୂଳରୁ ଶେଷ କରିବାରେ ସାହାର୍ଯ୍ୟ କରେ।ଆଜି ଆମେ ଜାଣିବା କି ଯଦି ଆମେ ସବୁଦିନ ଗୋଟିଏ ଲେଖାଏଁ କଞ୍ଚା ପିଆଜ ଖାଇବା ତେବେ ଏହାଦ୍ଵାରା କେଉଁ କେଉଁ ଲାଭ ଆମକୁ ମିଳିବ।ଏବଂ କେଉଁ ସବୁ ରୋଗକୁ ଆପଣ ଭଲ କରିପାରିବେ।

ସବୁଠୁ ପ୍ରଥମ ରୋଗ ହେଉଛି, କୋଷ୍ଟକାଠିନ୍ୟ।ପିଆଜରେ ଥିବା ରସ ପେଟର ରୋଗ ପାଇଁ ଲାଭଦାୟକ ହୋଇଥାଏ।ସବୁଦିନ ଏକ କଞ୍ଚା ପିଆଜ ଖାଇବା ଦ୍ଵାରା ପେଟରେ କୋଷ୍ଟକାଠିନ୍ୟ ହେବା, ଗ୍ୟାସ ଓ ଅମ୍ଳତାର ସମସ୍ୟା ମୂଳରୁ ଶେଷ ହୋଇଯାଏ।ଏବଂ ପାଚନତନ୍ତ୍ର ସଠିକ ଭାବରେ କାମ କରିଥାଏ।

ଦ୍ଵିତୀୟରେ ରକ୍ତଚାପ,ପିଆଜରେ ମିଥାଇଲସଲଫାଇଡ଼,ଅମିନୋ ଏସିଡ ଉପସ୍ଥିତ ଥାଏ।ଯାହା କାରଣରୁ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।ପ୍ରଦିଦିନ ଏକ କଞ୍ଚା ପିଆଜ ଖାଇବା ଦ୍ଵାରା ଆପଣଙ୍କର ଉଚ୍ଚ ରକ୍ତଚାପକୁ ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ।

ତୃତୀୟରେ କିଡନୀ ରୋଗ କିମ୍ବା ଷ୍ଟୋନ,ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଦୁଇ ଚାମଚ ପିଆଜର ରସ ପିଅନ୍ତୁ।ନିୟମିତ ଭାବରେ ଏହାର ସେବନ କରିବା ଦ୍ଵାରା କିଡନୀ ଜନିତ ରୋଗ କିମ୍ବା କିଡନୀରେ ଷ୍ଟୋନ ହେବାର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇ ପାରିବ।

ଚତୁର୍ଥରେ ଯେଉଁ ରୋଗ ଅଟେ ତାହା ହେଉଛି, ମଧୁମେହ।କଞ୍ଚା ପିଆଜ ସବୁଦିନ ନିୟମିତ ଭାବରେ ଖାଇବା ଦ୍ଵାରା ଶରୀରରେ ଇନସୁଲିନର ମାତ୍ରା ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିଥାଏ।ପ୍ରତିଦିନ ଗୋଟିଏ ଲେଖାଏଁ କଞ୍ଚା ପିଆଜ କିମ୍ବା ଏହାର ରସ ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣ ନିଜର ମଧୁମେହର ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଓ ବହୁତ ଭଲ ଭାବରେ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ।

ପଞ୍ଚମ ଫାଇଦା ଯାହା ହୋଇଥାଏ ତାହା ହେଉଛି ତଣ୍ଟିର ଦରଜ ହେବା।ଥଣ୍ଡା, କାଶ,କିମ୍ବା ଦରଜକୁ ଦୂର କରିବା ପାଇଁ ଆପଣ ପିଆଜର ରସରେ ଗୁଡ ଓ ମହୁ ମିଶାନ୍ତୁ।ଏବଂ ଏହାର ସେବନ କରନ୍ତୁ।ଏହା ଦ୍ଵାରା ଆପଣଙ୍କୁ ଥଣ୍ଡା ,କାଶ, କଫ ଭଳି ଥଣ୍ଡା ଜନିତ ରୋଗରୁ ଆରାମ ମିଳିବ।ଏହା ସହିତ ନିମୋନିଆ, ରକ୍ତର ଅଭାବ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।କେବଳ ଗୋଟିଏ ଲେଖାଏଁ କଞ୍ଚା ପିଆଜ ଖାଇବା ଦ୍ଵାରା ଏସବୁ ରୋଗ ମଧ୍ୟ ଭଲ ହୋଇଯାଏ।

ଏହା ସହିତ ପିଆଜରେ ଉପସ୍ଥିତ ଥିବା ସମସ୍ତ ପୋଷାକ ତତ୍ଵ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ସାହାର୍ଯ୍ୟ କରି ଥାଏ।ଏହା ଫଳରେ ଆମର ରୋଗ ସହ ଲଢ଼ିବାର ଶକ୍ତି ବଢି ଯାଇଥାଏ।ଏବଂ ଆମେ ବହୁତ ରୋଗ କବଳରୁ ରକ୍ଷା ପାଇଥାଉ।

ଯଦି ଆପଣ ନିଜ ଭୋଜନରେ କଞ୍ଚା ପିଆଜ ଖାଆନ୍ତି ନାହିଁ ତେବେ ଏପରି ଆଦୌ କରନ୍ତୁ ନାହିଁ।କିଛି ନ ହେଲେ ଅତିକମରେ ଗୋଟିଏ ଲେଖାଏଁ ପିଆଜ ପ୍ରତିଦିନ ନିଜ ଭୋଜନ ସହ ଖାଇବାର ଅଭ୍ୟାସ କରି ନିଅନ୍ତୁ।ଏବଂ କଞ୍ଚା ପିଆଜ ଖାଇବା ଆରମ୍ଭ କରି ଦିଅନ୍ତୁ।ଏହା ଦ୍ଵାରା ଆପଣ କେଉଁ କେଉଁ ରୋଗରୁ ମୁକ୍ତି ପାଇପାରିବେ ଓ ଏହାର କଣ ଫାଇଦା ସେସବୁ ବିଷୟରେ ଜାଣିଲେ।

Leave a Reply

Your email address will not be published. Required fields are marked *