January 25, 2025

Odia Express

Leading Odia News Portal of Odisha

ଜୀବନରେ ଏକୁଟିଆ ରହିବା ଦ୍ଵାରା କଣ କଣ ଲାଭ ହୋଇଥାଏ – ଏକୁଟିଆ ରହୁଥିବା ଲୋକ କିପରି ହୋଇଥାନ୍ତି…

ନମସ୍କାର ବନ୍ଧୁଗଣ,ମୁଁ ସବୁବେଳେ ଏକୁଟିଆ ରହି ଯାଏ ମୋ ସାଥ କେହି ବି ଦିଅନ୍ତି ନାହିଁ ଏହା ଏକ ଏପରି ବାକ୍ୟ ଅଟେ ଯାହାକି ୮୦%ଲୋକ କହିଥାନ୍ତି।ଆପଣଙ୍କ ମନରେ ମଧ୍ୟ କେବେ ନା କେବେ ଏହି କଥା ଆସୁଥିବ କି ମୁଁ ସବୁ ସମୟରେ ଏକୁଟିଆ ରହିଯାଏ।ମୋ ସହ କେହି ରୁହନ୍ତି ନାହିଁ।ମୁଁ ଏ ଦୁନିଆର ଲୋକଙ୍କ ପାଇଁ କେତେ କଣ କରିଥାଏ ହେଲେ ଦୁନିଆର ଲୋକ ମୋ ସହିତ କେବେ ବି ରୁହନ୍ତି ନାହିଁ।ମତେ ସବୁବେଳେ ଏକୁଟିଆ ଛାଡି ଦେଇଥାନ୍ତି।ମୁଁ ଲୋକଙ୍କ ପାଇଁ ଏତେ ସବୁ କାର୍ଯ୍ୟ କରେ ଇତ୍ୟାଦି।ଏହାର କେବଳ ଗୋଟିଏ ହିଁ ଅର୍ଥ ହୋଇଥାଏ କି ତୁମେ ଏକୁଟିଆ ରହିବାକୁ ଚାହଁ ନାହିଁ ଏବଂ ଦ୍ଵିତୀୟରେ ଏହା କି ଆପଣଙ୍କର ଲୋକଙ୍କ ଠାରୁ କିଛି ଅଧିକ ଆଶା ଅଛି।ଏହା ଆଶା କରନ୍ତି କି ଲୋକ ଆପଣଙ୍କୁ କେବେବି ଏକୁଟିଆ ରହିବାକୁ ଦେବେ ନାହିଁ।ଆପଣଙ୍କୁ ଲାଗେ କି ଲୋକ ତମର ଠେକା ନେଇ ରଖିଛନ୍ତି।ଲୋକ ତୁମକୁ ଖୁସି କରିବାକୁ ଆସିଯିବେ।ଯେବେବି ତୁମେ ଏକା ଥିବ ଲୋକ ତୁମ ପାଖକୁ ଆସିଯିବେ।

ଏତେ ଲୋକଙ୍କ ଉପରେ ନିର୍ଭରଶୀଳ ଅଟ ଏତେ ଆଶା କାହିଁକି ରଖିଛ।କିନ୍ତୁ ଏତେ ଫାଲତୁ କଥାର ଆଶା କାହିଁକି କରୁଅଛ।ଏବଂ ଏହା ଦ୍ଵାରା କଣ ହେବ।କହିରଖୁଛୁ ଆଜି ହୁଏତ ତମେ ଏକୁଟିଆ ପଡି ଯାଇଛ ଲୋକ ଆଜି ଆସିକି ତମକୁ ବୁଝାଇଦେବେ।ହେଲେ ପରଦିନ ପୁଣି ଏକୁଟିଆ ହେଇଯିବ।

ତୁମେ ଏକୁଟିଆ ହୋଇ ରହିଯିବ କାରଣ ତୁମେ ଲୋକଙ୍କ ଉପରେ ନିର୍ଭରଶୀଳ ଥାଅ।ତୁମେ ନିଜକୁ ସମ୍ଭାଳୁ ନାହଁ ,ନିଜକୁ ଶାନ୍ତ କରିବା ଶିଖ।ଲୋକଙ୍କ ପାଖକୁ ଅସୁବିଧା ଆସିଥାଏ।ପଜିଟିଭ ଓ ନେଗେଟିଭ ପାର୍ଶ୍ୱ ଜୀବନର ରହିଥାଏ।ଆଜି ସବୁ ଭଲ ଅଛି କାଲିକୁ ଖରାପ ମଧ୍ୟ ହୋଇପାରେ।ଜୀବନ ଏହି ପରି ଚାଲିଥାଏ।

ଯଦି ତୁମ ସହିତ ଖରାପ ହେଉଅଛି ଓ ତୁମେ ଲୋକଙ୍କ ଉପରେ ନିର୍ଭର ଅଟ କି ଲୋକ ତୁମ ଜୀବନରେ ଆସି ତୁମ ଜୀବନକୁ ଠିକ କରିଦେବେ ତେବେ ତୁମେ କେବେବି ଖୁସିରେ ରହି ପାରିବନାହିଁ।ଲୋକ ତୁମ ପାଖକୁ ସବୁବେଳେ ଆସିବେ ନାହିଁ।ଲୋକଙ୍କର ଯେପର୍ଯ୍ୟନ୍ତ ତୁମ ପାଖରେ ଫାଇଦା ରହିବ ସେପର୍ଯ୍ୟନ୍ତ ସେ ତୁମ ସହ ରହିବେ।ଯେପରି ତାଙ୍କ ଫାଇଦା ରହିବ ନାହିଁ ସେ ତୁମ ପାଖକୁ ଆସିବେ ନାହିଁ।

ତେଣୁ ଯଦି ତୁମେ ଏକୁଟିଆ ହେଇ ଯାଉଛ ତେବେ ଏକୁଟିଆ ରହିବା ଶିଖ ୱେବ ଏକୁଟିଆ ହିଁ ରୁହ।ନିଜକୁ ଏକୁଟିଆ ଅଛ ବୋଲି ଅନୁଭବ ହେବାକୁ ଦିଅ ନାହିଁ।

ଦୁନିଆ ତୁମକୁ ଏକୁଟିଆ ଛାଡି ଦେଲେ ବି କିଛି ଫରକ ପଡେ ନାହିଁ କିନ୍ତୁ ଯଦି ତୁମେ ନିଜକୁ ଏକୁଟିଆ କରି ଛାଡି ଦେବ ତେବେ ତାହା ବହୁତ ବଡ଼ କଥା ହୋଇଯିବ ଏବଂ ଯେଉଁଦିନ ତୁମେ ନିଜେ ନିଜକୁ ଏକୁଟିଆ ହେବାକୁ ଦେବ ନାହିଁ ସେହି ଦିନ ଠାରୁ ତୁମକୁ ଲୋକଙ୍କ ଠାରୁ ଫରକ ପଡିବ ନାହିଁ କି ସେମାନେ ତୁମ ପାଖକୁ ଆସୁଛନ୍ତି କି ନ ଆସୁଛନ୍ତି ଏବଂ ସଠିକ କଥା ତ ଏହା ଅଟେ କି ଯେବେ ମନୁଷ୍ୟ ନିଜେ ନିଜ ସହ ସମୟ କାଟିବାକୁ ଭଲ ପାଇବାକୁ ଲାଗିଯାଏ।

ତେବେ ଲୋକ ମଧ୍ୟ ତା ସହ ଯୋଡି ହେବାକୁ ଚାହାନ୍ତି କାରଣ ଲୋକ ମଧ୍ୟ ଖୁସିରେ ରହିବାକୁ ଚାହାନ୍ତି ଏବଂ ଲୋକ ସେତେବେଳେ ଖୁସିରେ ରୁହେ ଯେବେ ସେ ଏପରି ଏକ ଲୋକ ସହ ମିଶିବ ଯିଏକି ନିଜେ ଖୁସିରେ ରହୁଛି।ନିଜକୁ କାହା ପାଇଁ ବଦଳାଅ ନାହିଁ।

Leave a Reply

Your email address will not be published. Required fields are marked *