October 15, 2024

Odia Express

Leading Odia News Portal of Odisha

ଆଣ୍ଠୁ ଗଣ୍ଠି ଅଣ୍ଟା ଆଦି ଦରଜ ଓ ବ୍ୟଥାରୁ ଉପଶମ – ନିଶ୍ଚୟ ଏହି ଉପାୟ ଗୁଡିକ କରନ୍ତୁ…

ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ଏକ ଚିନ୍ତାର ବିଷୟ ଅଟେ।ଅନେକ ସମୟରେ ପାଦ, ଗୋଡ ଆଦିର ବ୍ୟଥା ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।

ଏଥି ସହିତ ଡାଇବେଟିସ ଆଦିର ସମସ୍ୟା ମଧ୍ୟ ସମସ୍ତଙ୍କର ଚିନ୍ତାର ବିଷୟ ଅଟେ।ଏଣୁ ନିମ୍ନରେ ଏହାର ଉପଶମ ନିମନ୍ତେ ଏକ ସୁନ୍ଦର ତରିକା ବର୍ଣ୍ଣିତ ହୋଇଛି।ଏଥିପାଇଁ ଆବଶ୍ୟକ ହେଉଛି ବାଜରା।ବାଜରାରେ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜରୁ ମୁକ୍ତି ମିଳିବା ସହିତ ଡାଇବେଟିସ ସମସ୍ୟାରୁ ମୁକ୍ତି ମିଳିଥାଏ।ଯଅ ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ଅଟେ।ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜରୁ ମୁକ୍ତି ମିଳିବା ସହିତ ମୋଟା ପଣ କମିଥାଏ।ଓ ଋତୁସ୍ରାବ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।ସେହିପରି ରାଗି ନାମକ ଶସ୍ୟରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ମଧ୍ୟ ଛୋଟ ପିଲାଙ୍କ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ।

ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

Leave a Reply

Your email address will not be published. Required fields are marked *