March 21, 2025

Odia Express

Leading Odia News Portal of Odisha

ସେଓର ଉପକରିତା – ସେଉ ଖାଇବା ଦ୍ୱାରା ମିଳିଥାଏ ଏତେ ଗୁଡିଏ ଲାଭ ଯାହା ଜାଣିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେନି – ନିଶ୍ଚୟ ଜାଣିରଖନ୍ତୁ ଏହାର ସତ୍ୟତା..

ସାଙ୍ଗମାନେ ସେଓ ଏକ ବହୁତ ସ୍ୱାସ୍ତ୍ୟକାରୀ ଫଳ ଅଟେ।କିନ୍ତୁ କିଛି ଲୋକ ଏହା ଜାଣିନଥାନ୍ତିଯେ ଏହାକୁ କେବେ କିପରି ଏବଂ କେତେପରିମାଣରେ ବ୍ୟବହାର କରିବା ଉଚିତ।ଯାହା ପାଇଁ ଏହା ହଜମ କ୍ରିୟାରେ ବାଧାଦେବା ଏବଂ ବହୁତ କିଛି ସମସ୍ୟା ସୃଷ୍ଟି କରିଥାଏ।ଯେକୌଣସି ଖାଦ୍ୟର ସଠିକ ଉପକରିତା ଶରୀରକୁ ମିଳିବାପାଇଁ ତାହାର ସଠିକ ପରିମାଣ ଏବଂ ସଠିକ ସମୟରେ ବ୍ୟବହାର କରିବା ବହୁତ ଜରୁରୀ ହୋଇଥାଏ।ବୋଧହୁଏ ଆପଣ ଏହା ଧ୍ୟାନ ଦେଇଥିବେ ସେଓକୁ କଟିବାର କିଛି ସମୟ ମଧ୍ୟରେହିଁ ତାହାର ରଙ୍ଗ କଳା ପଡିବା ଆରମ୍ଭ ହୋଇଥାଏ।ଆପଣ ଜାଣିଛନ୍ତିକି ଏହା କଣପାଇଁ ହୋଇଥାଏ? ଏବଂ ଏହାକୁ ଖାଇବା ଦ୍ୱାରା ଶରୀରର କିପରି କ୍ଷତି ହୋଇଥାଏ?ସେଓ କୁ ଚୋପା ସହିତ ଖାଇବା ଉଚିତ ନା ବିନା ଚୋପା ସହିତ ଖାଇବା ଉଚିତ?ଏହାକୁ ଖାଇବାର ଠିକ ସମୟ କଣ?ଏକ ଦିନ ମଧ୍ୟରେ କେତେ ସେଓ ଖାଇବା ଉଚିତ ଏବଂ ଯଦି ଆପଣ ସେଓର ଜୁସ ପିଉଛନ୍ତି ତେବେ ଏହାଦ୍ୱାରା ଶରୀରର ଲାଭ ହୋଇଥାଏ କିମ୍ବା କ୍ଷତି?ଏହି ସବୁ ବିଷୟରେ ଆଜି ଆମେ ଜାଣିବାର ଚେଷ୍ଟା କରିବା।

ସର୍ବପ୍ରଥମେ ଆମେ ଜାଣିବା ସେଓ ମଧ୍ୟରେ କଣ ଥାଏ ଏବଂ ଏହା କେଉଁସବୁ ସମସ୍ୟା ପାଇଁ ଉପଯୋଗୀ ହୋଇଥାଏ।ସାଙ୍ଗମାନେ ସେଓ ଏକ କମ କ୍ୟାଲୋରି ଥିବା ଫଳ ଶ୍ରେଣୀରେ ଆସେ ଯେଉଁଥିରେ ଭିଟାମିନ ଏବଂ ମିନିରାଲ ମଧ୍ୟ ଥାଏ।ଏଥିପାଇଁ ଏହାକୁ ସମସ୍ତେ ବ୍ୟବହାର କରିପାରିବେ।ସବୁଠାରୁ ଭଲ ଜିନିଷ ହେଉଛି ଏଥିରେ ଫାଇବରର ପରିମାଣ ଅଧିକ ଥାଏ।ଏହା ଶରୀରର ପାଚନ କ୍ରିୟା ମଜବୁତ କରାଇବା ରକ୍ତର ସୁଗାରକୁ କାମ କରିବା ଏବଂ ଖରାପ କଲେଷ୍ଟ୍ରୋଲର ମାତ୍ରାକୁ ମଧ୍ୟ କମ କରିବାର କାମ କରିଥାଏ।ସେଓ ଶରୀରରେ ଥିବା ବିଷଧର ପଦାର୍ଥ ସହିତ ପ୍ରତିକ୍ରିୟା କରି ବୃଦ୍ଧହେବାର ପଦ୍ଧତିକୁ କମ କରାଏ।ଯାହାଦ୍ୱାରା ଲମ୍ବା ବୟସ ଯାଏଁ ଚର୍ମ ସଫା ଏବଂ ଚମକ ଦେଖାଯିବା ସହିତ ଚୁଟିର ବିକାଶ ମଧ୍ୟ କରିଥାଏ।ଏହାସହିତ ଶରୀରରେ ବଢିଥିବା ଗରମ କମ କରିବା ସହିତ କ୍ୟାନ୍ସର ଭଳି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ।

ଏବେ କଥାହେବା ଏକ ଦିନ ମଧ୍ୟରେ କେତେ ସେଓ ଖାଇବା ଉଚିତ?କେତେଜନଙ୍କ ପାଇଁ ଗୋଟେ ଦିନ ମଧ୍ୟରେ ଗୋଟେ ସେଓ ଖାଇବା ଯଥେଷ୍ଟ ହୋଇଥାଏ।ଯଦି କୌଣସି ବ୍ୟକ୍ତି ଏକରୁ ଅଧିକ ସେଓ ଖାଏ ସେଥିରେ କୌଣସି ଅସୁବିଧା ନଥାଏ।ସେଓକୁ କଟିବାପରେ ସାଙ୍ଗେସାଙ୍ଗେ ଖାଇଦେବା ଉଚିତ।କାଟିବା ପରେ ଏଥିରେ ଥିବା ପଦାର୍ଥ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି କିଛିସମୟ ମଧ୍ୟରେ ନଷ୍ଟ ହେବାରେ ଲାଗେ।ଏହା କାରଣଯେ କାଟିବାର କିଛି ସମୟପରେ ଏହାର ରଙ୍ଗ କଳା ପଡ଼ିଯାଏ।କାଟିଥିବା ସେଓକୁ ପରେ ମଧ୍ୟ ବ୍ୟବହାର କରିପାରିବେ କିନ୍ତୁ କଳା ପଡିଯାଇଥିବା ଅଂଶକୁ କାଢି ଅଲଗା କରିଦିଅନ୍ତୁ।

ସେଓକୁ କେବେ ଖାଇବା ଉଚିତ?ସେଓ କହିବାର ସଠିକ ଉପାୟ ଏହାଯେ ସକାଳେ ଖାଲି ପେଟରେ ଏହାର ସେବନ କରିବା।କାରଣ ଏହି ସମୟରେ ସେଓର ଆମ ଶରୀରରେ ସବୁଠାରୁ ବେଶୀ ପ୍ରଭାବ ପଡିଥାଏ।ହାଲ୍କା ଭୋକ ଲାଗିବାପରେ ମଧ୍ୟ ଖାଦ୍ୟ ହିସାବରେ ବ୍ୟବହାର କରିପାରିବେ।କିନ୍ତୁ ଏହା ଧ୍ୟାନ ରଖାନ୍ତୁଯେ ସେଓ ଖାଇବା ଏବଂ ନିଜ ଖାଦ୍ୟ ଖାଇବା ମଝିରେ ଅତି କମରେ ଏକରୁ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଉଚିତ।

କେତେବେଳେ ସେଓ ଖାଇବା ଉଚିତ ନୁହେଁ?ଖାଦ୍ୟ ଖାଇବାର ତୁରନ୍ତ ପରେ ଏବଂ ରାତ୍ରି ସମୟରେ ସେଓ କିମ୍ବା କିଛି ଫଳର ବ୍ୟବହାର କରବା ଉଚିତ ନୁହେଁ।କାରଣ ଏହା କରିବା ଦ୍ୱାରା ପାଚନ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

ଏବେ କଥା ହେବା ସେଓକୁ ଚୋପା ସହିତ ଖାଇବା ଉଚିତ କିମ୍ବା ବିନା ଚୋପାରେ ଖାଇବା ଉଚିତ?ଏଠାରେ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଯେ ସେଓର ଚୋପାରେ ବହୁତ ପୋଷାକ ତତ୍ୱ ଭରିହୋଇ ରହିଥାଏ।ଏହାର ଧ୍ୟାନ ରଖନ୍ତୁଯେ ଏବେ ଫଳକୁ ରକ୍ଷା କରିବା ପାଇଁ ବହୁତ ପ୍ରକାରର କେମିକାଲର ବ୍ୟବହାର କରାଯାଇଥାଏ।ଏହି ଭଳି କେମିକାଲ ଖାଇବା ଦ୍ୱାରା ସେଓ ଖାଇବାର ଲାଭତ ଦୂରର କଥା ଏହା ପେଟକୁ ଯାଇ ବହୁତ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ।ବହୁତ ଲୋକ ଏହା କରନ୍ତିଯେ ସେଓକୁ ଖାଇବା ପୂର୍ବରୁ ସାଧା ପାଣିର ବ୍ୟବହାର କରିବା।ଏହା କରିବା ଦ୍ୱାରା ସେଓ ଉପରେ ଥିବା କେମିକାଲ ଯାଇନଥାଏ।ଏଠାରେ ଏହି ପ୍ରଶ୍ନ ଉଠେଯେ କଣ କରିବା ଯାହାଦ୍ୱାରା ସେଓ ଖାଇବାର ସମ୍ପୂର୍ଣ୍ଣ ଲାଭ ମିଳିବା ସଙ୍ଗେ ସଙ୍ଗେ ଏଥିରେ ଥିବା କେମିକାଲ ଠାରୁ ମଧ୍ୟ ବଞ୍ଚା ଯାଇ ପାରିବ।

ଏହାର ଦୁଇଟି ପଦ୍ଧତି ଅଛି।ପ୍ରଥମ ଏହାଯେ ଏକ ବଡ଼ ପାତ୍ର ନେଇ ସେଥିରେ ପାଣିକୁ ଗରମ କରି ବେକିଂ ପାଉଡର ପକାଇଦିଅନ୍ତୁ।ଏହାପରେ ସେଓ କିମ୍ବା ଅନ୍ୟ ଯେକୌଣସି ଫଳ କିମ୍ବା ପାରିବା ସେଥିରେ ୧୦ରୁ ୧୫ ମିନିଟ ଯାଏଁ ପକାନ୍ତୁ।ଏହି ପ୍ରକ୍ରିୟା ଦ୍ୱାରା ବେକିଂ ସୋଢା ଫଳରେ ଲାଗିଥିବା କେମିକାଲକୁ ବାହାର କରିଦେଇଥାଏ।୧୦ରୁ ୧୫ ମିନିଟ ହୋଇଯିବା ପରେ ଏହାକୁ ବେକିଂ ସୋଢା ପାଣିରୁ କାଢି ସାଧା ପାଣିରେ ଧୋଇ ଦିଅନ୍ତୁ।ଏହାପରେ କିଛି ସଫା କପଡାରେ ଏହାକୁ ସଫା କରିଦିଅନ୍ତୁ।ଏହାର ଦ୍ୱିତୀୟ ଉପାୟ ଏହାଯେ ସେଓର ଚୋପା ଅଲଗା କରିଦିଅନ୍ତୁ।ଏହାଦ୍ୱାରା ସେଓର ପୋଷକ ତତ୍ୱରେ ଅଳ୍ପ ପରିମାଣରେ କମି ଆସେ କିନ୍ତୁ ଏହା ଖାଇବା ପାଇଁ ବେଶି ଉପକାରୀ ଏବଂ ସୁରକ୍ଷିତ ହୋଇଥାଏ।

ଯଦି ସେଓର ରସ ପିଉଛନ୍ତି ତ ଏହାଦ୍ୱାରା ଶରୀରର ଲାଭ ହୋଇଥାଏ କିମ୍ବା କ୍ଷତି?ଜୁସ ବନାଇ ପିଇବା ଦ୍ୱାରା ଏଥିରୁ କିଛି ପରିମାଣରେ ପୋଷାକ ତତ୍ୱର ପରିମାଣ ନଷ୍ଟ ହୋଇଯାଇଥାଏ।ତଥାପି କିଛି ପରିମାଣରେ ପୋଷାକ ତତ୍ୱ ଏଥିରେ ରହିଥାଏ।ଯାହାକି ଶରୀରକୁ ଲାଭ ପ୍ରଦାନ କରିଥାଏ।ସେଓକୁ ଜୁସ କରିବା ପରେ ଏହାକୁ ଛାଣିକରି ବ୍ୟବହାର କରିବା ଦ୍ୱାରା ଏହାର ପୋଷାକ ତତ୍ୱ ପୁରାପୁରି ବାହାରି ଯାଇଥାଏ।ଯାହାଦ୍ୱାରା ଏହା ଶରୀରରେ ରକ୍ତ ଶର୍କରାର ପରିମାଣ ବଢାଇଦେଇଥାଏ।ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ।ଏଥିପାଇଁ ସେଓକୁ ସିଧା ସିଧା ଖାଇବା ଉଚିତ।ଯଦି ଜୁସ କରି ପିଉଛନ୍ତି ତେବେ ଏହାକୁ ଛାଣିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *