May 20, 2025

Odia Express

Leading Odia News Portal of Odisha

୧୦ ଟି ଉପାୟ ଯାହା ଆପଣଙ୍କ ତୁଳସୀ ଗଛ କୁ ଜଲଦି ବଢ଼ାଇବ – ଆଜି ନିଜ ଘରେ ତୁଳସୀ ଥିଲେ ଏହି କଥା ଜାଣିରଖନ୍ତୁ..

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ତୁଳସୀ ଗଛ ଆମ ପାଇଁ କେତେ ଉପକାରୀ।ଆମେ ଜାଣିଛେ ଏହା ଐଶାନ୍ୟ କୋଣ ରେ ରହିଥାଏ। ତ ଆଜି ଆମେ ଜାଣିବା ଏହାକୁ କିପରି ଆମେ ହରା ଭରା ରଖିପାରିବା।ଆପଣ ମାନେ ତୁଳସୀ ଗଛ ବାଛିବା ସମୟରେ ଦେଖିବେ ଯେ ଗଛ ରେ ପୋକ ନ ଲାଗି ଥିବା ଦରକାର ଓ ଗଛ ସତେଜ ଥିବା ଦରକାର। ଦ୍ଵିତୀୟ କଥା ଆପଣ ମାନେ ମାଟିକୁ ଠିକ ବାଛିବା ଦରକାର।ମାଟି ଯେପରି ଫସ ଫସ ରହିବ ଦରକାର ଯାହା ଦ୍ଵାରା କି ତୁଳସୀ ଗଛର ଚେର ସୁବିଧା ରେ ରହିଥାଏ।ଆପଣ ମାନେ ୭୦ ଭାଗ ସାଧାରଣ ମାଟି ଓ ୨୦ ଭାଗ ଭର୍ମି କମ୍ପୋଷ୍ଟ,ଓ ୧୦ ଭାଗ କୋକୋ ପିଟ ମିଶାଇ କରି ଉପଯୁକ୍ତ ମାଟି ତିଆରି କରିପାରିବେ।

ତୃତୀୟ କଥା ହେଉଛି କୁଣ୍ଡ।ତୁଳସୀ କୁଣ୍ଡ ୧୦ ରୁ ୧୧ ଇଞ୍ଚ ରହିବା ଦରକାର।ତୁଳସୀ ଗଛ କୁ କମ ପାଣି ଦରକାର ସେଥିପାଇଁ କୁଣ୍ଡରେ ଆପଣଙ୍କୁ ୨ ଟି କଣା କରିବା ଦରକାର ଯାହା ଦ୍ଵାରା ପାଣି ସେହି କଣା ଦ୍ଵାରା ବହିଯିବ।

ଚତୁର୍ଥ କଥା ତୁଳସୀ କୁଣ୍ଡର ତଳ ଭାଗରେ ଗୋବର ଖତ ପକାଇଦେବେ ଯାହା ଦ୍ଵାରା ତୁଳସୀ ଚେର ମଜବୁତ୍ ହେବା।ଓ ତା ପରେ ଆମେ ତିଆରି କରିଥିବା ମାଟିକୁ ତା ଭିତରେ ପକାଇ ଦେବା।ଏବେ ପଞ୍ଚମ କଥା ହେଲା ଆପଣ ତୁଳସୀ ଗଛକୁ ଠିକ କୁଣ୍ଡର ମଧ୍ୟ ଭାଗରେ ଲଗାଇବେ ଯାହା ଦ୍ଵାରା ଚେର ସାରା କୁଣ୍ଡରେ ବଢ଼ିପାରିବ।ଏବେ ଷଷ୍ଠ କଥା ହେଲା ଆପଣ ତୁଳସୀ ଗଛର ପଲିଥିନ କଭର କାଢିବା ବେଳେ ଧ୍ୟାନ ରଖିବେ କି ଚେରକୁ କୌଣସି କ୍ଷତି ନ ପହଞ୍ଚେ।ତୁଳସୀ ଗଛକୁ ପୋତିବା ବେଳେ ତା ଉପରେ ନିଜ ହାତରେ ମାଟି ଘୋଡାଇଦେବେ।ସବୁବେଳେ ତୁଳସୀ ଗଛକୁ ଐଶାନ୍ୟ କୋଣରେ ରଖିବେ।

ସପ୍ତମ କଥା ହେଲା ଆପଣ ମାନେ ତୁଳସୀ ଗଛର ମଞ୍ଜିକୁ ଛିଡ଼ାଇଦେବେ।ଏହିପରି ଭାବେ ସବୁ ଡାଳର ମଞ୍ଜି ଛିଡାଇ ଦେବା ଦ୍ଵାରା ତୁଳସୀ ଗଛ ଅଧିକ ଘଞ୍ଚ ଓ ସୁନ୍ଦର ଦେଖାଯାଏ।ଆମେ ପାଣି ଦେବ ସମୟ ରେ ସବୁବେଳେ କୁଣ୍ଡ କୁ ପୁରା ଭରିବା ଉଚିତ।ଓ ଏହା ପରେ ନାଲିପାଣି ଆପଣ ଏଥିରେ ପକାଇବ।ଏବେ ମୁଁ ଏହି ନାଲି ପାଣି ବିଷୟ ରେ ପରେ କହିବି।

ଅଷ୍ଟମ କଥା ହେଉଛି ଆପଣ ମାନେ ତୁଳସୀ ଗଛ ରେ ଖତ ଦେବେ।ଏହା ଦ୍ଵାରା ଗଛର ଚେର ସୁଦୃଢ଼ ହୋଇଥାଏ।ସବୁବେଳେ ଗଛ କୁ ଖରା ପଡ଼ୁଥିବା ସ୍ଥାନ ରେ ରଖିବେ।ଓ ଯେତେ ବେଳେ ମାଟି ପୁରା ଶୁଖିଯିବ ସେବେ ପାଣି ଦେବେ।ନବମ କଥା ହେଉଛି ଆପଣ ମାନେ ଯେବେ ବି ମଞ୍ଜି ଛିଡ଼ାଇବେ କେବେ ବି ସନ୍ଧ୍ୟା ସମୟ ରେ ଛଡାଇ ବେ ନାହିଁ କାରଣ ଏହା ଦ୍ଵାରା ବହୁତ୍ ସମସ୍ୟା ସୃଷ୍ଟି ହୁଏ। ତ ଆପଣ ମାନେ ସକାଳ ସମୟରେ ଏହାକୁ ଛିଡାଇବେ।

ଏବେ ଶେଷ କଥା କହିବି ଯେ ଆମେ କିପରି ନାଲିପାଣି ତିଆରି କରିବା। ପ୍ରଥମେ ଆପଣ ଏକ ଜଗ ରେ ପାଣି ନେବେ।ସେଥିରେ ଏକ ଗୋବର ଘଷି ୨୪ ଘଣ୍ଟା ପାଇଁ ପାକାଇଦେବେ।ଏହା ଦ୍ଵାରା ଆପଣଙ୍କ ଗଛ ସବୁ ପ୍ରକାର ପୋଷକ ତତ୍ତ୍ଵ ପାଇ ପାରିବ।

Leave a Reply

Your email address will not be published. Required fields are marked *