November 7, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ମୁଣ୍ଡରେ ସବୁବେଳେ ଅନେକ ଫାଲତୁ ବିଚାର ସବୁ ଚାଲୁଛି ତେବେ ସେଥରୁ ରକ୍ଷା ପାଇବେ କିପରି..

ଯଦି ଆପଣଙ୍କ ମୁଣ୍ଡରେ ଅନେକ ଫାଲତୁ ବିଚାର ଆସୁଛି ତେବେ ଆପଣ ଭାବୁଥିବେ ଯେ ଆପଣଙ୍କୁ କୌଣସି ରୋଗ ହେଇଯାଇଛି।ମାତ୍ର ଏହା ଆଦୌ ନୁହେଁ।ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କିଛି କଥା ସ୍ଵୀକାର କରିବାକୁ ପଡିବ।ଯେପରିକି ଆପଣ ଜଣେ ଓଭରଥୀଙ୍କର ଅଟନ୍ତି।ଆପଣ ଯେତେବେଳେ ସମସ୍ୟାକୁ ସ୍ୱୀକାର କରିବେ ସେତେବେଳେ ଆପଣଙ୍କର ସମସ୍ୟାର ସମାଧାନ ହେବ।ଧରିନିଅନ୍ତୁ ଆପଣ ସବୁ କଥା କୁ ଅଯଥା ଭାବନ୍ତି।ଅନ୍ୟ ଯେକୋୖଣସି ଲୋକର ଜୀବନକୁ ଅଯଥାରେ ପରିକଳ୍ପନା କରନ୍ତି।

ଯେତେବେଳେ ଆପଣ ନିଜକୁ ଓଭରଥୀଙ୍କର ବୋଲି ଭାବିନେବେ ସେତେବେଳେ ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ।ଆପଣ ସବୁବେଳେ ନିଜକୁ କ୍ଷମା କରିଦିଅନ୍ତୁ।ଭୁଲ କାହାଦ୍ୱାରା ହେଇ ନଥାଏ,ସମସ୍ତଙ୍କ ଦ୍ୱାରା ହେଇଥାଏ।ଯଦି ଆପଣ କେବେ କୌଣସି ଭୁଲ କରି ଦେଇଛନ୍ତି ତେବେ ଏହାକୁ ନିଜର ଶେଷ ଭୁଲ ବୋଲି ଭାବନ୍ତୁନାହିଁ ତଥା ସବୁଠାରୁ ବଡ଼ ଭୁଲ ବୋଲି ମଧ୍ୟ ଭାବନ୍ତୁ ନାହିଁ।ଏହାକୁ ଅତ୍ୟନ୍ତ ସହଜରେ ନିଅନ୍ତୁ।ଏହା ପରେ ଆହୁରି ଅନେକ ଲମ୍ବା ଜୀବନ ପଡିଛି।ଏହି ଛୋଟ ଭୁଲ ହେଇଥାଏ।

କିନ୍ତୁ ଯଦି ଆପଣ ଭାବିବେ ଯେ ଏହା ସବୁଠାରୁ ବଡ଼ ଭୁଲ୍ ଆପଣଙ୍କର ଜୀବନର ତେବେ ଏହା ପରେ ଆଉ ଜୀବନ ରହୁନାଁହିଁ।ଆପଣ ଯେତେବେଳେ ସକାଳୁ ଉଠନ୍ତି ତେବେ ଆପଣ ଭାବିବା ଦରକାର ଯେ ଆପଣଙ୍କର ଏକ ନୂତନ ଜନ୍ମ ହେଇଛି।ନୂତନ ଦାୟିତ୍ୱ ରହିଛି।ଏହି ଜୀବନରେ ଭୁଲ ହେବା ଏକ ସାଧାରଣ କଥା।ଯେତେବେଳେ ଆପଣ ନିଜେ ନିଜକୁ କ୍ଷମା କରିଦେବେ ସେତେବେଳେ ଆପଣଙ୍କର ଅଧା ସମସ୍ୟା ଦୂର ହେଇଯିବ।ନିଜ ସହ ଆଦୌ କଥା ହୁଅନ୍ତୁ ନାହିଁ।ଓଭରଥୀଙ୍କର ଲୋକଙ୍କର ଏକ ମୁଖ୍ୟ ସମସ୍ୟା ହେଉଛି ଯେ ସେ ଯେତେବେଳେ ଏକୁଟିଆ ହେଇଯାଆନ୍ତି ସେତେବେଳେ ସେମାନେ ନିଜ ସହ କଥା ହୁଅନ୍ତି।ଏହାକୁ ଏକ ଆଳାପ ମଧ୍ୟ କୁହାଯାଏ।

ତେଣୁ ଯେତିକି ଆବଶ୍ୟକ ସେତିକି କଥା ହେବାର ରହିଛି।ସେମାନେ ନିଜ ବନ୍ଧୁମାନଙ୍କ ସହ ମଧ୍ୟ କଥା ହେଇ ପାରିବେ।ଆପଣ କୌଣସି ଫାଲତୁ କଥାରେ ଆଦୌ କଥା ହୁଅନ୍ତୁ ନାହିଁ।ସର୍ବଦା ଆକ୍ଟିଭ ରୁହନ୍ତୁ।ଯଦି ଆପଣ ନିଜ ଉପରେ ନିୟନ୍ତ୍ରଣ ରଖି ପାରୁନାହାନ୍ତି ତଥା କୌଣସି ନା କୌଣସି କଥା ବିଷୟରେ ଭାବୁଛନ୍ତି ତେବେ ଆପଣ ନିଜକୁ କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ।ଏହା ସହ ଆପଣ କୌଣସି ହବି ମଧ୍ୟ ବିକଶିତ କରି ପାରିବେ।ଏହା ସହ କୌଣସି ଏକ ନୂତନ ସ୍ଥାନ ପରିଭ୍ରମଣରେ ମଧ୍ୟ ଆପଣ ଯାଇପାରିବେ।ଏହା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିବା ସହ ଆପଣ ନୂତନ ଜାଗା ସମ୍ବନ୍ଧରେ ନୂତନ ତଥ୍ୟ ମଧ୍ୟ ପାଇ ପାରିବେ।

ଆଗକାଳରେ ବିଦ୍ୱାନ ମାନେ ଦେଶ ଦେଶ ଭ୍ରମଣ କରି ନିଜର ଜ୍ଞାନର ବିକାଶ କରୁଥିଲେ।ଏହା ବ୍ୟତୀତ ଆପଣ ଟିଭି ଦେଖିବା ଆରମ୍ଭ କରିଦିଅନ୍ତୁ କିମ୍ବା ଗୀତ ଶୁଣିବା ଆରମ୍ଭ କରି ଦିଅନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହ ଗପିବା ଆରମ୍ଭ କରି ଦିଅନ୍ତୁ।ନିଜକୁ କୌଣସି ଏକ କାର୍ଯ୍ୟରେ ଵ୍ୟସ୍ତ ରଖି ଦିଅନ୍ତୁ।ଆପଣ ନୂତନ ବନ୍ଧୁ କରନ୍ତୁ।ତାଙ୍କ ସହ କଥା ହୁଅନ୍ତୁ।ଆପଣ ମାନେ ଜାଣିଥିବେ ମନ୍ୟୁଷ ଏକ ସାମାଜିକ ପ୍ରାଣୀ।ତେଣୁ ସେ ସର୍ବଦା ମିଶିକରି ରହିବାକୁ ପସନ୍ଦ କରିଥାଏ।କାରଣ ଏକା ରହିବା ଦ୍ୱାରା ନାନା ସମସ୍ୟା ଦେଖା ଯାଇଥାଏ ଏହା ସହ ଅନେକ ରୋଗ ମଧ୍ୟ ହେଇଥାଏ।ଏହା ସହ ଆପଣ ସୋସିଆଲ ମିଡ଼ିଆରୁ ନିଜକୁ ଦୂରରେ ରଖି ନିଜେ ଯାଇ ବନ୍ଧୁ ମାନଙ୍କ ସହ ଭେଟ କରନ୍ତୁ।ନିଜ ଜୀବନକୁ ସୁଖରେ ବଞ୍ଚନ୍ତୁ।ଏହା ଦ୍ୱାରା ଆପଣଙ୍କର କୌଣସି ମାନସିକ ସମସ୍ୟା ରହିବନାହିଁ।

Leave a Reply

Your email address will not be published. Required fields are marked *