March 21, 2025

Odia Express

Leading Odia News Portal of Odisha

ଘିଅ ଖାଇବାର ଠିକ ସମୟ ଓ ଠିକ ଉପାୟ – ଏହି ଉପାୟରେ ଖାଇଲେ ଅନେକ ରୋଗ ଦୂର ହେଇଯିବ – ଏବେ ଜାଣିରଖନ୍ତୁ..

ମଣିଷ ଜୀବନରେ ଘିଅର ମହତ୍ଵ ବହୁତ ଅଧିକ ରହିଛି।ଏହା ସମସ୍ତେ ଜାଣିବା ଉଚିତ।ଏ ହଉଛି ଦୁନିଆର ଏକ ଏପରି ଜିନିଷ ଯାହାକୁ ଆମେ ଉଦ୍ଧାର କରିକି ବ ଖାଇଥାଉ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ସମୟରେ ଓ କିପରି ଉପାୟରେ ଆପଣ ଘିଆକୁ ଉପଯୋଗ କରିପାରିବେ।ଅୟୁର୍ବେଦରେ ବିଭିନ୍ନ ରୋଗ ପାଇଁ ବିଭିନ୍ନ ପ୍ରକାରର ଘିଅ ଖାଇବାକୁ କୁହାଯାଇଥାଏ।ଚାଲନ୍ତୁ ଜାଣିବା ଆଜି ସେହି ୫ଟି ଉପାୟ।ପ୍ରଥମ ଉପାୟ ଯଦି ଆପଣଙ୍କୁ ନାଭି ତଳକୁ ଥିବା ଅଙ୍ଗ ଗୁଡିକରେ କିଛି ବିଚ୍ୟତୁ ଦେଖାଯାଏ ଯଥା ଭଗନ୍ଦର,ଅର୍ସ ଇତ୍ୟାଦି ଓ ମହିଳା ମାନଙ୍କର ଯେଉଁ ରୋଗ ବ ହୋଇଥାଉ କି ପୁରୁଷ ମାନଙ୍କର ଶୁକ୍ରାଣୁ ଜାତୀୟ କିଛି ରୋଗ ହୋଉ।ଏହି ସବୁ ଜିନିଷକୁ ଛାଡି ଯଦି ଆମେ ଆଉ ତଳକୁ ଆସିବା ସେ ଗାନ୍ଧିବାତ ହୋଉ କି ଆହୁରି କେତେପ୍ରକାର ରୋଗ ହୋଉ ଆମେ ଏହି ସମୟରେ ଖାଇବା ପୂର୍ବରୁ ଘିଅ ଖାଇବା ଉଚିତ।ଆପଣ ଏକ ରୁ ଦୁଇ ଚାମଚ ଘିଅକୁ ଟିକେ ଉଷୁମ ପାଣିରେ ପକେଇ ପିଅନ୍ତୁ ଓ ଏହାପରେ ଖାଦ୍ୟ ଖାନ୍ତୁ।

୨ୟ ଉପାୟ ଯଦି ଆପଣଙ୍କୁ ନାଭିର ପାଖାପାଖି ଅଂଶରେ କିଛି ଅସୁବିଧା ଅଛି ଅର୍ଥାତ ପେଟ କାଟୁଛି,ଖାଇବାପରେ ଝାଡା ଲାଗୁଛି ବା ନିଜ ଲିଭେର ଓ କିଡ୍ନୀରେ କିଛି ଅସୁବିଧା ଦେଖାଯାଉଛି।କିଛି ସମୟରେ ନିଜ କିଡ୍ନୀର ଆକାର କମିଯାଉଛି।ଯଦି ଏହି ସବୁ ରୋଗ ବା କମି ଆପଣଙ୍କ ଶରୀରରେ ଦେଖାଯାଉଛି ତାହେଲେ ଘିଆକୁ ଆମେ ଖାଇବା ମଝିରେ ଖାଇବା ଉଚିତ।ଅର୍ଥାତ ଧରନ୍ତୁ ଆମେ ୨ଟି ରୁଟି ଖାଇବାକୁ ଅଛି ତାହେଲେ ପ୍ରଥମେ ଆମେ ଗୋଟେ ରୁଟି ଖାଇବା ଓ ଏହାପରେ ୨ ଚାମଚ ଘିଅ ଖାଇବା ପୁଣି ଆଉ ଗୋଟେ ରୁଟି ଖାଇବା।ଏହିସବୁ ରୋଗ ବା କମି ଥିଲେ ଘିଆକୁ ଏହିପରି ଖାଇବାକୁ ହୁଏ।

୩ୟ ଉପାୟ ଯେତେବେଳେ ଏହି ରୋଗ ଦେଖାଯାଏ ଯାହା ପୁରା ଶରୀରରେ ନିଜର କାୟା ବିସ୍ତାର କରିଥାଏ ତ ଏହି ସମୟରେ ଆମେ ଖାଦ୍ୟ ଖାଇବା ପରେ ଘିଅ ଖାଇବା ଉଚିତ ଅଟେ।ଏହା ସାଧାରଣ ରେ ବ୍ଲଡ଼ ଜାତୀୟ ରୋଗ ହୋଇଥାଏ ଯାହା ପୁରା ଶରୀରକୁ ପୀଡା ଦେଇଥାଏ।ଏଇଭଳି ରୋଗ ଯୋଉଥିରେ ନିଜ ହର୍ଟର ପମ୍ପିଙ୍ଗ ଥୁକ୍ସେ ହୋଇନଥାଏ ଓ ନିଜ ହର୍ଟର ଆକାର ବଢିବାକୁ ଲାଗେ ଏହି ସମୟରେ ଅୟୁର୍ବେଦରେ କୁହାଯାଇଛି କି ସକାଳେ ନଚେତ ଦ୍ବୀପହରରେ ଖାଦ୍ୟ ପରେ ଘିଅ ଖାଇବା ଉଚିତ।

ଚତୁର୍ଥ ଉପାୟରେ ଆମେ ଏହି ଘିଆକୁ ଖାଦ୍ୟ ଖାଇବା ସହ ଖାଇବା ଉଚିତ।ଯଦି ଆମ ଶରୀରରେ ସ୍ୱାସ ଜାତୀୟ ରୋଗ ଦେଖାଯାଏ କିମ୍ଭା ଶ୍ୱାସକ୍ରିୟା କରିବାରେ କିଛି ପ୍ରକାର କଷ୍ଟ ଆମକୁ ହୋଇଥାଏ ଓ ତଂଟି ଦରଜ ହୋଇଥାଏ।ଆମ ଫୁସଫୁସରେ ମଧ୍ୟ କିଛି ଅସୁବିଧା ହେଲେ ଆୟୁର୍ବେଦ ଅନୁସାରେ ଘିଅ ଖାଦ୍ୟ ସହ ମିଶାଇ ଖାଇବା ଉଚିତ।ଆମକୁ ଯେତେବେଳେ କାଶ ହୋଇଥାଏ ମନେ ଶୁଖିଲା କାଶ ହୋଇଥାଏ ସେତେବେଳେ ଯେତେ ପ୍ରକାର ଔଷଧ ଖାଇଲେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳେ ନାହିଁ ସେହି ସମୟରେ ଘିଅ ଏହିପରି ଖାଇବା ଉଚିତ।

୫ମ ଉପାୟରେ ଘିଆକୁ ଖାଦ୍ୟ ଖାଇବା ପରେ ୨ ବା ୩ ଚାମଚ ଶୋଇବା ପୂର୍ବରୁ ରାତିରେ ଖାଇବା ଉଚିତ।ଉଡାଣ ବାୟୁ ଜାତୀୟ ରୋଗରେ ଏହାକୁ ଖାଇବା ଉଚିତ ବୋଲି ଆୟୁର୍ବେଦ କୁହେ।ଉଡାଣ ବାୟୁର ଅର୍ଥାତ ଆମ ବେକ ଉପରକୁ ଯାହା ବି ରହିଲା ଯେପରି କାନ ହେଲା।ଯଦି କାନର କିଛି ଅସୁବିଧା ଦେଖାଯାଏ ତ ଘିଆକୁ ଏହିପରି ଖାଇବା ଦରକାର।କାନ ପାଇଁ ଘିଅ ଏକ ଟନିକ ବା ରସାୟନ ରୂପେ କାର୍ଯ୍ୟକରେ।ସେହିଭଳି ଆଖିର ଯେଉଁପ୍ରକାର ଅସୁବିଧା ଦେଖାଯାଏ ଘିଆକୁ ସେଇଭଳି ଖାଇବା ଉଚିତ।

ଏଥିରୁ ଆପଣ ଜାଣିବାକୁ ପାଇଲେ କି ଆମ ନିଜ ଶରୀରରେ ଯେଉଁପ୍ରକାର ରୋଗ ଦେଖାଯାଏ ସେଥିପାଇଁ ଘିଆକୁ ବିଭିନ ପ୍ରକାରରେ ଓ ବିଭିନ ସମୟରେ ଖାଇବା ଉଚିତ।ଗୋଟେ କଥା ମନେରଖନ୍ତୁ ଏହି ସବୁ ଘିଅ ଖାଇବା ସମୟରେ କେବଳ ଗରମ ବା ଉଷୁମ ପାଣିର ବ୍ୟବହାର କରିବା ଉଚିତ ନଚେତ ଯଦି ଆମେ ଥଣ୍ଡା ପାଣିର ଉପଯୋଗ କରୁଛନ୍ତି ତାହା ଆମ ଶରୀର ପାଇଁ ବିଷ ହୋଇଯାଏ।ଘିଅ ଏକ ଏପରି ଜିନିଷ ଯାହା ଅନ୍ୟ ଔଷଧ ସହ ମିଶି ତା ଗୁଣ ବଢ଼େଇଥାଏ ହେଲେ ନିଜ ଗୁଣ କେବେ ହାଯାଇନଥାଏ।

Leave a Reply

Your email address will not be published. Required fields are marked *