May 20, 2025

Odia Express

Leading Odia News Portal of Odisha

ଜାଣନ୍ତୁ ଶୁକ୍ରବାରରେ ଜନ୍ମହୋଇଥିବା ଲୋକଙ୍କ ସ୍ୱଭାବ – ଯଦି ଆପଣଙ୍କ ଜନ୍ମ ଦିନ କିମ୍ବା ଆପଣଙ୍କ ପ୍ରିୟ ଲୋକଙ୍କ ଜନ୍ମ ଶୁକ୍ରବାର ତେବେ ନିଶ୍ଚୟ ପଢନ୍ତୁ..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଜଣାଇବୁ ଶୁକ୍ରବାରରେ ଜନ୍ମହୋଇଥିବା ଲୋକ କିପରି ହୋଇଥାନ୍ତି?ଆପଣଙ୍କ ଜନ୍ମବାର କଣ? ଅର୍ଥାତ ଆପଣ କେଉଁ ବାରରେ ଜନ୍ମହୋଇଥିଲେ ଏହି କଥା ଉପରେ କିଛି ବାଟ ପର୍ଯ୍ୟନ୍ତ ନିର୍ଭର କରିଥାଏ।ଆପଣଙ୍କ ବ୍ୟବହାର ଏବଂ ସ୍ୱାଭାବ କିପରି ହେବ।ସାଙ୍ଗମାନେ ପ୍ରତିଦିନର ଏକ ଅଲଗା ଅଲଗା ମହତ୍ୱ ଥାଏ।ଏବଂ ଆପଣଙ୍କ ଜନ୍ମ ବାର ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ।ତେବେ ଆଜି ଆପଣଙ୍କୁ ବତାଇବୁ ଶୁକ୍ରବାରରେ ଜନ୍ମହୋଇଥିବା ବ୍ୟକ୍ତି କିପରି ହୋଇଥାନ୍ତି।ତେବେ ଚାଲନ୍ତୁ ଆରମ୍ଭ କରିବା।

ଯେଉଁ ଲୋକମାନଙ୍କ ଜନ୍ମ ଶୁକ୍ରବାରରେ ହୋଇଥାଏ ସେମାନଙ୍କ ଉପରେ ଲକ୍ଷ୍ମୀ ଏବଂ ଶୁକ୍ର ଦୁଇଜଣଙ୍କ ପ୍ରଭାବ ଥାଏ।କାରଣ ଶୁକ୍ରବାରର ସ୍ୱାମୀ ଗ୍ରହ ଶୁକ୍ର ହୋଇଥାଏ ଏବଂ ଦେବି ଲକ୍ଷ୍ମୀ ହୋଇଥାନ୍ତି।ଏହି କାରଣ ଥାଏ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଭୌତିକ ସୁଖ ସୁବିଧା ଉପଭୋଗ କରିଥାନ୍ତି।ଅର୍ଥାତ ସେମାନେ ସବୁ ଜିନିଷର ବହୁତ ସୌଖିନ ହୋଇଥାନ୍ତି।ସେ ଘରର ସଫାସଫି ହେଉ ,ପୋଷାକ କିଣିବା ହେଉ କିମ୍ବା କିଛି ଅନ୍ୟ ଜିନିଷ।

ଏବେ ଜାଣିବା ଶୁକ୍ରବାରରେ ଜନ୍ମହୋଇଥିବା ଲୋକଙ୍କ ଶୁଭ ନମ୍ବର, ଶୁଭ ରଙ୍ଗ,ଏବଂ ଶୁଭ ଦିନ ବିଷୟରେ।ଏହି ବାରରେ ଜନ୍ମହୋଇଥିବା ଲୋକଙ୍କ ଶୁଭ ସଂଖ୍ୟା ହେଉଛି ୭।ଏମାନଙ୍କ ଶୁଭ ରଙ୍ଗ ହେଉଛି ନାରଙ୍ଗୀ, ଲାଲ ଏବଂ ଗୋଲାପୀ।ଏମାନଙ୍କ ଶୁଭ ଦିନ ହେଉଛି ବୁଧ ବାର ଏବଂ ଶୁକ୍ରବାର।

ଏବେ ଜାଣିବା ଶୁକ୍ରବାରରେ ଜନ୍ମହୋଇଥିବା ଲୋକଙ୍କ ସ୍ୱଭାବ କିପରି ହୋଇଥାଏ?ଏହିଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଜିନ୍ଦାଦିଲ, ଭଲ ସ୍ଵଭାଵ ଯୁକ୍ତ,ସହନଶିଳ ଏବଂ ବୁଦ୍ଧିମାନ ହୋଇଥାନ୍ତି।ଏମନେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମ୍ନା ବହୁତ ଭଲରେ କରିପାରିଥାନ୍ତି।ଏବଂ ନିଜକୁ ସବୁପ୍ରକାର ପରିସ୍ଥିତିରେ ଖାପ ଖୁଆଇ ଚଳାଇପାରନ୍ତି।ଏମାନଙ୍କୁ ଜୀବନର ସବୁ ଭୌତିକ ସୁଖ ପ୍ରାପ୍ତ ହୋଇଥାଏ।ଏମାନେ ଦାନୀ ମଧ୍ୟ ହୋଇଥାନ୍ତି।ଏବଂ ଅନ୍ୟମନଙ୍କୁ ସାହାଯ୍ୟ କରିବାପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି।ଏମାନେ ବହୁତ ସାହସୀ ହୋଇଥାନ୍ତି ଏବଂ ଏହାସହିତ କଳା ଆଉ ସଙ୍ଗୀତ ପ୍ରେମୀ ମଧ୍ୟ ହୋଇଥାନ୍ତି।

ଶୁକ୍ରବାରରେ ଜନ୍ମହୋଇଥିବା ଜାତକଙ୍କ ରଙ୍ଗ ଗୋରା ହୋଇଥାଏ ଏବଂ ଏମାନେ ବହୁତ ଆକର୍ଷକ ହୋଇଥାନ୍ତି।ଏମନେ ଯୁଆଡେବି ଯାଆନ୍ତି ଭଲ ଭାବରେ ପ୍ରସ୍ତୁତ ହୋଇ ଯାଇଥାନ୍ତି।ଏମାନଙ୍କୁ ଭଲଭାବରେ ପ୍ରସ୍ତୁତି ହେବା ପସନ୍ଦ ଥାଏ ଏବଂ ଏମାନଙ୍କୁ ରାଜ ସୃଙ୍ଗାର ପସନ୍ଦ ଥାଏ।ଏମାନେ ସଜିତ ହେବାପାଇଁ ସମୟ ଲଗାଇଥାନ୍ତି।ଏହିଦିନ ଜନ୍ମହୋଇଥିବା ବ୍ୟକ୍ତି ସମସ୍ତଙ୍କ ମନର ଭାବନା ଭଲଭାବରେ ଜାଣିପାରିଥାନ୍ତି।ଅର୍ଥାତ ଏମାନେ ନିଜ କୁଶଳତା ଦ୍ୱାରା ସମସ୍ତିଙ୍କ ମନର ଭାବନା ଜାଣିପାରନ୍ତି।କିନ୍ତୁ ଏମାନେ ନିଜ ମନ କଥା ସହଜରେ କାହାକୁ କହିନଥାନ୍ତି।

ଶୁକ୍ରବାରରେ ଜନ୍ମହୋଇଥିବା ଲୋକମାନେ କେବେହେଲେ ଏକାନ୍ତରେ ଖୁସିହୋଇ ବସିପାରିନଥାନ୍ତି।ଅର୍ଥାତ ସେମାନଙ୍କୁ ଏକା ବସିବା ପସନ୍ଦ ହୋଇନଥାଏ।ଏମାନେ ସବୁବେଳେ ନିଜ ମିତ୍ର ମାନଙ୍କ ସହିତ ରହିବା ପସନ୍ଦ କରିଥାନ୍ତି।ଏଥିପାଇଁ ଏମନଙ୍କ ମିତ୍ରସଂଖ୍ୟ ଅଧିକ ହୋଇଥାଏ।

ଏବେ ଜାଣିବା ଶୁକ୍ରବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ କେଉଁ କେଉଁ ରୋଗର ସାମ୍ନା କରିଥାନ୍ତି?ଏମାନେ ସାଧାରଣତଃ ସୁଗାର ଜନିତ ସମସ୍ୟା, ଆଖି ଜନିତ ସମସ୍ୟା, ଗଳାର ରୋଗ ଏବଂ ଜ୍ୱର ଆଦିକୁ ନେଇ ବିଚଳିତ ରହିଥାନ୍ତି।ଏଥିପାଇଁ ଆପଣଙ୍କ ଶରୀରର ଧ୍ୟାନ ରଖନ୍ତୁ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ କ୍ୟାରିଅର ବିଷୟରେ।ଏହିବାରରେ ଜନ୍ମହୋଇଥିବା ଲୋକମାନଙ୍କୁ ନିଜ ପ୍ରଶଂସା ଶୁଣିବା ବୋହୁତ ଭଲ ଲାଗିଥାଏ ଏଥିପାଇଁ ଏମାନେ ଧ୍ୟାନର ସହିତ ନିଜର ସବୁ କାର୍ଯ୍ୟ ପୁରା କରିଥାନ୍ତି।ଏବଂ ନିଜ ଅଫିସରେ ଏମାନେ ସମସ୍ତିଙ୍କ ପ୍ରିୟ ହୋଇଥାନ୍ତି।ଏମନଙ୍କ ମଧ୍ୟରେ ଅନେକ ଯୋଗ୍ୟତା ଥାଏ।ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କାଗଜ, କଲମ, କପଡା ରଙ୍ଗ ସମ୍ବନ୍ଧୀୟ କ୍ଷେତ୍ର, ସଫ୍ଟୱେର ସମ୍ବନ୍ଧୀୟ କ୍ଷେତ୍ର,ଫ୍ୟାସନ ଡିଯାଇନ, କଳା ସାହିତ୍ୟ, ପର୍ଯ୍ୟଟନ ସମ୍ବନ୍ଧୀୟ କ୍ଷେତ୍ର, କିମ୍ବା ଫିଲ୍ମ ସମ୍ବନ୍ଧୀୟ କ୍ଷେତ୍ରରେ କାମ କରିଥାନ୍ତି।

ଏବେ ଅସନ୍ତୁ ଜାଣିବା ଶୁକ୍ରବାରରେ ଜନ୍ମ ହୋଇଥିବା ଲୋକମାନଙ୍କ ପ୍ରେମ ସମ୍ବନ୍ଧୀୟ ବିଷୟରେ।ଏମାନଙ୍କ ପ୍ରେମ ସମ୍ବନ୍ଧ ଭଲ ହୋଇଥାଏ।ଏମନଙ୍କ ଚଞ୍ଚଳତା କାରଣରୁ ଏମନଙ୍କ ପ୍ରେମ ସମ୍ପର୍କ ସ୍ଥିର ରାହୀନଥାଏ।ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି।ଏମନଙ୍କ ଦାମ୍ପତ୍ୟ ଜୀବନ ଶୁଖମୟ ହୋଇଥାଏ।

Leave a Reply

Your email address will not be published. Required fields are marked *