June 1, 2025

Odia Express

Leading Odia News Portal of Odisha

ଘରେ ଯଦି ଟଙ୍କାର ଅଭାବ ରହୁଛି ତ ହଟାଇ ଦିଅନ୍ତୁ ଏହି ଜିନିଷ – ଆଜି ଏ ବିଷୟରେ ଜାଣିରଖନ୍ତୁ..

ଅଧାରୁ ଅଧିକ ବ୍ୟକ୍ତି ତାଙ୍କ ଜୀବନରେ ଧନୀ ହେବାକୁ ସ୍ବପ୍ନ ଦେଖିଥାନ୍ତି କେହି ବି ଗରିବ ଭାବେ ଜୀବନ ବିତାଇବାକୁ ଚାହିଁ ନଥାଏ।ପ୍ରତି ବ୍ୟକ୍ତି ଚାହିଁଥାଏ ଯେ ତା ଜୀବନ ରେ କେବେବି ଧନ ସମ୍ବନ୍ଧୀୟ ଅସୁବିଧା ନ ଆସୁ।ବ୍ୟକ୍ତି ଧନ ପ୍ରାପ୍ତି ପାଇଁ ହାଡ଼ ଭଙ୍ଗା ପରିଶ୍ରମ କରିଥାଏ କିନ୍ତୁ ତାକୁ ତା ଇଚ୍ଛା ମୁତାବକ ଫଳ ମିଳି ନଥାଏ।କଣ ଆପଣ କେବେ ଭାବିଛନ୍ତି କି ଏପରି କାହିଁକି ହୁଏ,ଶାସ୍ତ୍ରରେ କୁହାଯାଇଛି ଯେ ଆପଣ ଙ୍କ ଘରେ କିଛି ଏମିତି ଜିନିଷ ଥାଏ ଯାହା କୁ ଆପଣକଂ ଘରେ ଧନର ଆଗମନ କୁ ରୋକିଥାଏ ତଥା ଆପଣଙ୍କ ଖର୍ଚ୍ଚ ବଢାଇଥାଏ।ଯଦି ଆପଣ ବି ଚାହୁଁଛନ୍ତି ଯେ ଆପଣକଂ ଘରକୁ ବି ଧନ ଆସୁ ତ ଆପଣ ଆପଣଙ୍କ ଘରୁ ଏହି ସବୁ ଜିନିଷକୁ ହଟାଇ ଦିଅନ୍ତୁ।ଆଜି ମୁ ଆପଣଙ୍କୁ କହିବି କେଉଁ ଜିନିଷ ଘରେ ରହିବ ଦ୍ଵାରା ଧନ ଆଗମନ ରେ ବାଧା ଉପୁଜି ଥାଏ।

୧:ପାରା ର ବସା – ଶାସ୍ତ୍ର ଅନୁସାରେ ପାରାର ଘର ଆଖ ପାଖରେ ବସା କରିବା ଉଚିତ୍ ନୁହେଁ।ଏହା ଆପଣଙ୍କ ଆର୍ଥିକ ସ୍ଥିତି ପାଇଁ ଠିକ୍ ହୋଇ ନଥାଏ।ଆପଣକଂ ଘରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥାଏ।ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁଠି ବି ବସା ଅଛି ତ ୟାକୁ ହଟାଇ ଦିଅନ୍ତୁ।

୨:ମହୁମାଛି ର ଫେଣା – ମହୁମାଛି ର ଫେଣା ଆପଣଙ୍କ ଘର ପାଇଁ ଅଶୁଭ ହୋଇଥାଏ।ଏହା ଆପଣଙ୍କ ଘର ପାଇଁ ଦୁର୍ଭାଗ୍ୟ ଓ ଦାରିଦ୍ର୍ୟ ଆଣିଥାଏ।ଯଦି ଆପଣଙ୍କ ଘରେ ମହୁମାଛି ର ଫେଣା ଅଛି ତ ତାକୁ ତୁରନ୍ତ ହଟାଇ ଦିଅନ୍ତୁ କାରଣ ଏହା ଆପଣଙ୍କ ଘର ପାଇଁ ବିଲକୁଲ ଶୁଭ ନୁହେଁ।

୩:ବୁଢିଆଣୀ ଜାଲ – ଯଦି ଆପଣକଂ ଘରେ ବୁଢିଆଣୀ ଜାଲ ଅଛି ତ ଏହାକୁ ତୁରନ୍ତ ସଫା କରିଦିଅନ୍ତୁ।ବାସ୍ତୁ ଅନୁସାରେ କୁହାଯାଇଛି ଯେ ଘରେ ବୁଢିଆଣୀ ଜାଲ ରହିବ ଦ୍ଵାରା ଆପଣଙ୍କ ଭାଗ୍ୟ ଆପଣକଂ ସାଥିରେ ରହେ ନାହିଁ ଓ ଆପଣକଂ ଘରେ ନକରାତ୍ମକ ଶକ୍ତି ବଢ଼ିଥାଏ।

୪:ଭାଙ୍ଗି ଯାଇଥିବା ଦର୍ପଣ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭାଙ୍ଗି ଯାଇଥିବା ଦର୍ପଣ କୁ ଗରିବୀ ର ପ୍ରତୀକ ବୋଲି ଧରାଯାଏ।ଏହା ନକରାତ୍ମକ ଶକ୍ତିକୁ ନିଜ ଆଡକୁ ଟାଣିଆଣି ଥାଏ ଯାହାଦ୍ଵାରା କି ଆପଣକଂ ଘରେ ସୁଖ ଶାନ୍ତିର ଅଭାବ ଦେଖାଯାଏ।

୫:ବାଦୁଡ଼ି ବସା – ଯଦି ଆପଣକଂ ଘରେ ବାଦୁଡି ବସା ଅଛି ତ ଏହା ବେମାରୀ ର ସଂକେତ ହୋଇଥାଏ।ଏହାର ଅର୍ଥ ଆପଣଙ୍କ ଘରୁ କେହି ନ କେହି ରୋଗରେ ପଡ଼ିବେ।ଏହା ଦୁର୍ଭାଗ୍ୟ ଓ ବେମାରୀ କୁ ଆମନ୍ତ୍ରଣ କରିଥାଏ।

୬:କାନ୍ଥରେ କଣା – ଯଦି ଆପଣଙ୍କ ଘରେ ଜାଗା ଜାଗା ରେ କଣା ଥାଏ ତ ଏହା ଆପଣଙ୍କ ଘରର ସୁନ୍ଦରତା ତ ନଷ୍ଟ କରିଥାଏ ତା ସହ ଏହା ଆପଣଙ୍କ ଦୁର୍ଭାଗ୍ୟ କୁ ବି ଆମନ୍ତ୍ରଣ କରିଥାଏ।

୭: ନଳ ରୁ ପଡ଼ୁଥିବା ପାଣି – ଯଦି ଆପଣଙ୍କ ଘରେ ଏହି ପରି ନଳ ଅଛି ତ ଆକୁ ତୁରନ୍ତ ମରାମତି କରନ୍ତୁ।କାରଣ ଏହା ଦ୍ଵାରା ପାଣି ତ ନଷ୍ଟ ହୋଇଥାଏ ତା ସହ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଥାଏ।

Leave a Reply

Your email address will not be published. Required fields are marked *