May 20, 2025

Odia Express

Leading Odia News Portal of Odisha

ଜାଣନ୍ତୁ ମକର ରାଶି ପାଇଁ ଭଲ ବା ଖରାପ ଜୀବନସାଥି – ଯଦି ଆପଣଙ୍କର ମେଷ ରାଶି ଅଟେ ତେବେ ନିଶ୍ଚୟ ପଢନ୍ତୁ..

କୁହାଯାଏ କି ବିବାହ ଏମିତି ଏକ ବନ୍ଧନ ଯାହା ଏକ ପରିବାରର ମୂଳ ହୋଇଥାଏ।ଯଦି ପତୀ ପତ୍ନୀ ଭିତରୁ ଜଣେ ବି କମଜୋର ପଡ଼ିଯାଏ ତ ସେହି ପରିବାର ମଧ୍ୟ ଦୁର୍ବଳ ହୋଇଯାଏ।ବିବାହ ସମସ୍ତଙ୍କ ସ୍ବପ୍ନ ହୋଇଥାଏ ଏବଂ ସମସ୍ତେ ଏକ ପରଫେକ୍ଟ ଯୋଡି ର କାମନା କରିଥାନ୍ତି।ସମସ୍ତେ ଚାହାଁନ୍ତି କି ତାଙ୍କ ଜୀବନ ସାଥି ସବୁଠୁ ଭଲ ହୋଇଥାଉ।ଯଦି ରାଶି ଅନୁସାରେ ଜୀବନ ସାଥୀ ବଛାଯାଏ ତ ଏହି ସ୍ବପ୍ନ ପୂରଣ ହୋଇପାରିବ।ଏବେ କଥା ହେବା ମକର ରାଶି ବିଷୟରେ।ଏମାନେ ବିଶ୍ଵସ୍ତ,ଭରସା ଯୋଗ୍ୟ, ଉଚ୍ଚ ଇଚ୍ଛା ସମ୍ପନ୍ନ,ଓ କ୍ରିଏଟିଭ ହୋଇଥାନ୍ତି।ଏହି ରାଶି ପାଇଁ ସବୁଠୁ ଭଲ ଲଭ ଯୋଡି ରାଶି ହେଉଛି କନ୍ୟା ରାଶି।ଏହି ଦୁଇଟି ରାଶି ମଧ୍ୟରେ ବିବାହ ହେବା ଅତ୍ୟନ୍ତ ହିତକର ହୋଇଥାଏ।ଏହି ଦୁଇଟି ରାସୀଙ୍କର ରାଶି ତତ୍ତ୍ଵ ପୃଥିବୀ ହୋଇଥାଏ।ଏମାନଙ୍କ ଭିତରେ ବହୁତ୍ ଭଲ ପାଇବା ସୃଷ୍ଟି ହୋଇଥାଏ ଓ ଏମାନଙ୍କ ବୈବାହିକ ଜୀବନ ବହୁତ ଭଲ ହୋଇଥାଏ।

ଏମାନଙ୍କ ସବୁଠୁ ଖରାପ ଯୋଡି ହେଉଛି ମିଥୁନ ରାଶି।କାରଣ ମକର ରାଶିର ବ୍ୟକ୍ତି ମାନେ କେଉଁ ବି କାମକୁ ଧିମା ଗତିରେ କରିଥାନ୍ତି ଯାହା ମିଥୁନ ରାଶି ବ୍ୟକ୍ତିଙ୍କୁ ନାପସନ୍ଦ ହୋଇଥାଏ।ମିଥୁନ ରାଶି ବ୍ୟକ୍ତି ମାନେ କାମକୁ ପରଫେକ୍ଟ୍ ଭାବେ କରିବାକୁ ପସନ୍ଦ କରିଥାନ୍ତି ଯାହାଫଳରେ କି ଏମାନଙ୍କ ଭିତରେ ମନୋମାଳିନ୍ୟ ଦେଖାଯାଏ।

ମକର ଓ ମେଷ ରାଶି ବହୁତ୍ ଭଲ ଯୋଡି ହୋଇପାରନ୍ତି ନାହିଁ।ମେଷ ରାଶି ର ବ୍ୟକ୍ତି ଅଗ୍ନି ତତ୍ତ୍ଵ ସହ ସମ୍ବନ୍ଧ ଥିବାରୁ ଏମାନେ ଟିକେ ଉଗ୍ର ସ୍ୱଭାବର ହୋଇଥାନ୍ତି।ଏଥିପାଇଁ ଏମାନଙ୍କ ଭିତରେ ବହୁବାର ମତାନ୍ତର ଘଟେ।ଏଥିପାଇଁ ଏମାନେ ଏକ ଲଭ୍ ଯୋଡ଼ିହୋଇ ପାରନ୍ତି ନାହିଁ।

ମକର ଓ ବୃଷ ର ଯୋଡି ଏକ ସଫଳ ଲଭ ଯୋଡି ବୋଲି ମନା ଯାଏ।ବୃଷ ରାଶିର ଲୋକ ଗମ୍ଭୀର ହୋଇଥାନ୍ତି ଓ ମକର ରାଶି ର ଲୋକ ପରିଶ୍ରମୀ ହୋଇଥାନ୍ତି।ଯଦି ଏମାନେ ଦୁଇ ଜଣ ନିଜ କାମରେ ମୁଣ୍ଡ ନ ପୁରାନ୍ତି ତ ଏମାନେ ଏକ ଭଲ ଯୋଡି ହୋଇପାରିବେ।

ମକର ଓ କର୍କଟ ରାଶିକୁ ଏକ ଭଲ ଯୋଡି ବୋଲି ଧରାଯାଏ।ମକର ରାଶିର ବ୍ୟକ୍ତି ବହୁତ ବୁଝିଲା ବାଲା ହୋଇଥାନ୍ତି ଯାହାକି କର୍କଟ ରାଶିକୁ ସୁହେଇ ଥାଏ।ଏଥିପାଇଁ ଏମାନଙ୍କ ଭିତରେ ଆପୋଷ ବୁଝାମଣା ଠିକ ଥାଏ।

ଏମିତି ତ ମକର ଓ ସିଂହ ରାଶି ଏକ ଭଲ ଯୋଡି ହୋଇଥାଏ କିନ୍ତୁ ବେଳେ ବେଳେ କିଛି କଥାକୁ ନେଇ ଦୁଇ ଜଣଙ୍କ ଭିତରେ ମନୋମାଳିନ୍ୟ ହୋଇଯାଏ।

ମକର ଓ ତୁଳା ରାଶି ଏକ ଭଲ ଯୋଡି ହୋଇପାରନ୍ତି ନାହିଁ କାରଣ ତୁଳା ର ସ୍ଵଭାବ ମକର ସହିପାରେ ନାହିଁ।ଯଦି ଦୁଇ ଜଣଙ୍କ ଭିତରୁ କିଏ ବୁଝାମଣା କଳା ତ ଏମାନଙ୍କ ସମ୍ପର୍କ ସମ୍ଭାଳି ହୋଇଯିବ।

ମକର ଓ ବିଛା ରାଶି ମଧ୍ୟ ଏକ ଭଲ ଯୋଡି ଭାବେ ଗ୍ରହଣ କରାଯାଇଛି।ବିଛା ରାଶି ଲୋକମାନଙ୍କ ନିର୍ଣ୍ଣୟ ସ୍ଥିର ହୋଇଥାଏ ଓ ମକର ରାଶିର ଲୋକ ତାଙ୍କ ସବୁ ଦାୟିତ୍ଵ ବିଛା ରାଶି ଉପରେ ଲଦି ଦିଅନ୍ତି।ଓ ବିଛା ରାଶି ବ୍ୟକ୍ତି ମାନେ ମଧ୍ୟ ଏହାକୁ ସ୍ୱୀକାର କରନ୍ତି।

ମକର ଓ ଧନୁ ରାଶିକୁ ସାମାନ୍ୟ ଯୋଡି ବୋଲି ଧରାଯାଇଚି।ଧନୁ ରାଶି ର ବ୍ୟକ୍ତି ମାନେ ଦୂରଦର୍ଶୀ ହୋଇଥିବା ବେଳେ ମକର ରାଶି ବ୍ୟକ୍ତି ଆଳସି ସ୍ଵଭାବ ର ହୋଇଥାନ୍ତି।ଏଥିପାଇଁ ଏମାନଙ୍କ ଯୋଡି ଏତେ ଭଲ ବୋଲି ଧରାଯାଏ ନାହିଁ।

ମକର ଓ ମକର ରାଶି ଏକ ବହୁତ୍ ଭଲ ଯୋଡି ହୋଇଥାନ୍ତି। କାରଣ ଏହି ଦୁଇ ରାଶି ପୃଥ୍ବୀ ତତ୍ତ୍ଵ ର ରାଶି ହୋଇଥାନ୍ତି।
ମକର ଓ କୁମ୍ଭ ରାଶି କୁ ସାମାନ୍ୟ ଯୋଡି ବୋଲି ଧରଜାଇଚି।କୁମ୍ଭ ରାଶି ର ବ୍ୟକ୍ତି ବାୟୁ ସହ ସମ୍ବନ୍ଧ ରଖିଥାନ୍ତି ଓ ମକର ରାଶି ଏହାର ପୁରା ସହଯୋଗ କରିଥାନ୍ତି।

ମକର ଓ ମୀନ ରାଶି ଏକ ବହୁତ ଭଲ ଯୋଡି ହୋଇଥାନ୍ତି।ଏମାନେ ପରଷ୍ପର କୁ ଠିକ୍ ଭାବେ ବୁଝି ପାରନ୍ତି।ଏହା ଏକ ସଫଳ ଯୋଡି ଭାବେ ଗଣା ହୁଏ।

Leave a Reply

Your email address will not be published. Required fields are marked *