November 3, 2024

Odia Express

Leading Odia News Portal of Odisha

ଘରେ ଶୋଇବା ଖଟ କେଉଁ ଦିଗରେ ରହିବା ଉଚିତ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ସାଙ୍ଗମାନେ ଆପଣଙ୍କ ଶୋଇବା ଖଟ ଏକ ଏପରି ସ୍ଥାନ ହୋଇଥାଏ ଯେଉଁଠି ଆପଣ ନିଜର ଦିନ ସାରାର ଥକାପଣ ମିଟାଇଥାନ୍ତି ଏବଂ ସକାଳେ ଉଠି ନୂତନ ଉର୍ଜା ପ୍ରାପ୍ତ କରିଥାନ୍ତି କିନ୍ତୁ ଏହା ସେତେବେଳେ ସମ୍ଭବ ଯେବେ ଆପଣଙ୍କ ଖଟ ବାସ୍ତୁ ନିୟମର ବିପରୀତ ହୋଇନଥିବ।ଭୁଲ ଜାଗାରେ ରଖାଯାଇଥିବା ଖଟରେ ସୋଇଲେ ଠିକସେ ନିଦ ନ ଆସିବା ସହିତ ମାନସିକ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ।ଯଦି ଏଠାରେ ପତିପତ୍ନୀ ଶୋଇଥାନ୍ତି ତାହେଲେ ତାଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ।ଜୀବନ ସୁଖମୟ ହେଉ ଏଥିପାଇଁ ସବୁଠୁ ଜରୁରୀକି ଶୋଇବା ଖଟର ଚୟନ ଠିକ ଭାବରେ ହଉ।ଏହା ସହିତ ଏହାର ଦିଗ,ଚଦରର ରଙ୍ଗ ଏବଂ ଗଦି ଆଦିର ଠିକ ହେବା ଆବଶ୍ୟକ ହୋଇଥାଏ।ତ ଅସାନ୍ତୁ ଜାଣିବା ଏହାର ବାସ୍ତୁ ନିୟମ ବିଷୟରେ।

ଶୋଇବା ଖଟର ଦିଗ ଏମିତି ଭାବରେ ରଖନ୍ତୁ ଯେମିତି ତାହା ୱାରେ ଶୋଇଲା ପରେ ମୁଣ୍ଡ ପଶ୍ଚିମ ଅଥବା ଦକ୍ଷିଣ ଦିଗ ଆଡକୁ ରହିବ।ଏହିଭଳି ଶୋଇଲେ ଦିନରେ ଉଠିବା ସମୟରେ ମୁଖ ଉତ୍ତର କିମ୍ବା ପୂର୍ବ ଆଡକୁ ରହିବ।ପୂର୍ବଦିଗ ସୂର୍ଯ୍ୟୋଦୟର ଦିଗ ହୋଇଥାଏ ଏବଂ ଏହା ଜୀବନଦାତା ଏବଂ ଶୁଭ ଅଟେ।ଉତ୍ତର ଦିଗ ଧନପତି କୁବରଙ୍କର ମଣାଯାଇଛି।ଶୋଇବା ଗୃହର ଦ୍ୱାରା ସାମ୍ନାରେ ଖଟ ରଖିବା ବାସ୍ତୁ ସମ୍ମତ ହୋଇନଥାଏ।ଏହା ଫଳରେ ଆର୍ଥିକ ସମସ୍ୟା ଏବଂ ରୋଗ ହେବାର ସମ୍ଭାବନା ରହିଥାଏ।ବାସ୍ତୁ ଅନୁସାରେ ଆପଣଙ୍କ ଖଟର ଠିକ ସାମ୍ନାରେ ଆଇନା ରହିବା ଉଚିତ ନୁହଁ।ଏହା ପତିପତ୍ନୀଙ୍କ ସମ୍ବନ୍ଧରେ ଖରାପ ପ୍ରଭାବ ପକାଇଥାଏ।ଯଦି ଏହିଭଳି ଆଇନା ରହିଛି ତାହେଲେ ତାହା ଉପରେ କପଡା ପକାଇ ସୁଅନ୍ତୁ।

ବେଡ଼ରୁମରେ ଖଟ ଲୁହାର କିମ୍ବା ଆକାରରେ ଧନୁସାକାର,ଅର୍ଦ୍ଧାଚନ୍ଦ୍ରକାର ଏବଂ ବୃତ୍ତାକାର ହବା ଉଚିତ ନୁହଁ।ଏହା ଫଳରେ ସୋଇବାରେ ସମସ୍ୟା ଏବଂ ବ୍ୟାକୁଲତା ବଢ଼ିଥାଏ।ବାସ୍ତୁ ଅନୁସାରେ ଆପଣଙ୍କ ଖଟର ବିସ୍ତର ଆରାମଦାୟକ ହେବା ଉଚିତ।ଯଦି ଏମିତି ନ ହୁଏ ତାହେଲେ ନିଦ ଠିକସେ ଆସିନଥାଏ ଯଦି ନିଦ ଆସେ ତାହେଲେ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ।

ଏହାର ସବୁବେଳେ ଧ୍ୟାନ ରଖନ୍ତୁ ଆପଣଙ୍କ ଖଟର ଉଚ୍ଚତା ନାହିଁ ଅଧିକ ନାହିଁ କମ ହେବା ଉଚିତ।ଖଟର ତଳେ ମଧ୍ୟ ଉର୍ଜା ନିରନ୍ତର ରହିଥାଏ ଯାହା ଆପଣଙ୍କ ଶରୀରରେ ସବୁବେଳେ ଚାଲିଥାଏ।ତାହାକୁ ଗ୍ରହଣ କରିବା ପାଇଁ ଏହାର ଉଚ୍ଚତା ବ୍ୟବସ୍ଥିତ ରହିବା ଉଚିତ।ଖଟ ତଳେ ଭାରି ଜିନିଷ ରଖିବା ଉଚିତ ନୁହେଁ।ଯଦି ଆପଣ ଏହା ରଖନ୍ତି ତାହେଲେ ନକାରତ୍ମକ ଉର୍ଜା ଶରୀରରେ ବଢିଯିବ ଏବଂ ଭଲ ଉର୍ଜା ଆପଣଙ୍କୁ ମିଳିବନି।

ସକାରତ୍ମକ ଉର୍ଜାରୁ ଆପଣଙ୍କୁ ଶକ୍ତି ମିଳିଥାଏ ଏବଂ ସକାଳେ ଆପଣ ଯେବେ ସୋଇକରି ଉଠନ୍ତି ସେତେବେଳ ବହୁତ ଆରାମ ଅନୁଭବ କରିଥାନ୍ତି।ଭଲ ଏବଂ ଆରାମଦୟକ ନିଦ ପାଇଁ ଆବଶ୍ୟକ ଅଟେ କି ଆପଣଙ୍କ ଖଟ ସଫା ରହିବା।ଚଦର ଫଟା ଏବଂ ମଇଳା ଯେମିତି ନ ହୁଏ।ଏହା ବସ୍ତୁଦୋଷକୁ ବଢାଇଥାଏ।ଆପଣଙ୍କର ଯଦି ଡବଲ ବେଡ଼ ହୋଇଥାଏ ତହେଲେ ଚେଷ୍ଟା କରନ୍ତୁ ସେଠାରେ ଲାଗିଥିବା ଗଦି ଗୋଟେ ହି ହଉ।

ଏହା ଫଳରେ ଖଟ ମଝିରେ ଫାଟ ହୋଇଥାଏ ଯାହା ଫଳରେ ପତିପତ୍ନୀଙ୍କର ସମ୍ବନ୍ଧରେ ଫାଟ ସୃଷ୍ଟି କରେ।ଧ୍ୟାନ ରଖନ୍ତୁ କି ଉତ୍ତର ଦିଗ ଆଡକୁ ମଣ୍ଡକରି ଶୋଇବା ଉଚିତ ନୁହଁ।ଏହି ଦିଗକୁ ମଣ୍ଡକରି ଶୋଇଲେ ନିଦ ଆସେନାହିଁ ଏବଂ ଯଦି ଆସେ ତାହେଲେ ଖରାପ ସ୍ୱପ୍ନ ଆସିଥାଏ।ଯଦି ଘରେ ଏକ ତାଲାରୁ ଅଧିକ ହୋଇଥାଏ ତାହେଲେ ଘର ମାଲିକର ଶୋଇବା ଘର ଉପରେ ରହିବା ଉଚିତ।

Leave a Reply

Your email address will not be published. Required fields are marked *