February 15, 2025

Odia Express

Leading Odia News Portal of Odisha

ବିବାହ ସହ ଯୋଡିଥିବା ଏହି ସତ୍ୟକୁ ଆପଣଙ୍କୁ କେହି କହିବେ ନାହିଁ,ବିବାହ ପୂର୍ବରୁ ଜାଣନ୍ତୁ ଏହି ସତ୍ୟତା..

ବିବାହ କଥା ଶୁଣିକରି ଯଦି ଆପଣ ଉତ୍ସାହରେ ଭରି ଯାଉଛନ୍ତି ତାହେଲେ ଏହାକୁ ଟିକେ ସମ୍ଭାଳିକି ରଖନ୍ତୁ ଏବଂ ବିବାହ ପୂର୍ବରୁ ହି କିଛି କଥା ପାଇଁ ନିଜକୁ ମାନସିକ ରୂପରେ ପ୍ରସ୍ତୁତ କରିନିଅନ୍ତୁ କାରଣ ବିବାହ ଯେତେ ଭଲ ଦେଖାଯାଏ କିନ୍ତୁ ତାହା ସେତେ ଭଲ ହୋଇନଥାଏ।ଆମେ ଆପଣଙ୍କୁ ଡ଼ରାଉନାହୁଁ କେବଳ ସଚେତ କରାଇଦଉଛୁ କାରଣ ବିବାହକୁ ନେଇକି ବିଭିନ୍ନ ସ୍ୱପ୍ନ ଦେଖିଥିବା ଲୋକ ହି ପଛରେ ଧୋକା ଖାଇଥାନ୍ତି ଯେତେବେଳ ତାଙ୍କୁ ବିବାହ ପରେ କେତେକ ସ୍ଥାନରେ ଆଡ଼ଜଷ୍ଟମେଣ୍ଟ କରିବାକୁ ପଡିଥାଏ।ଯାହା ଫଳରେ ତାଙ୍କୁ ଖରାପ ଅନୁଭବ ହୋଇଥାଏ।ତ ଚାଲନ୍ତୁ ଆମେ ଆପଣଙ୍କୁ କହିଦଉଛୁ ବିବାହ ସହ ଯୋଡିଥିବା କିଛି ଗୁରୁତ୍ୱପୂର୍ଣ୍ଣ ସତ୍ୟ ଯେମିତି ଆପଣଙ୍କୁ ଜୋର ଝଟକା ଟିକେ ଧୀରେ ଲାଗିବ।

ପ୍ରଥମ ହେଉଛି କେବଳ ପ୍ରେମ ହି ପ୍ରେମ।ବିବାହ ହୋଇଗଲା ପରେ କେବେଳ ପ୍ରେମ ହି ପ୍ରେମ ହେବ ଯଦି ଆପଣଙ୍କୁ ଏହା ଲାଗୁଥାଏ ତାହେଲେ ଆପଣ ଭୁଲ ଅଟନ୍ତି।ଦୁଇ ଅଲଗା ଲୋକ ଏବଂ ଅଲଗା ଭାବନା ଯଦି ଗୋଟେ ଛାତ ତଳକୁ ଆସିଥାନ୍ତି ତ ତାଙ୍କ ମଧ୍ୟେ ପାଟିତୁଣ୍ଡ କିମ୍ବା ଝଗଡା ହେବା ସାଧାରଣ କଥା ହୋଇଥାଏ କାରଣ ନୂଆ ବିବାହରେ ଝଗଡା ଭୋଗିବା ମାନସିକ ରୂପରେ ଠିକ ହୋଇନଥାଏ ବାସ ଏହିଠି ଆସିକରି ପ୍ରେମିଯୁଗଳମାନଙ୍କର ବିଶ୍ୱାସ ଭାଙ୍ଗିଯାଇଥାଏ।

ଦ୍ୱିତୀୟ ହେଉଛି ନିଜକୁ ନ ଭୁଲିବା।ବିବାହ ପରେ ହଜ଼ାର କଥାରେ ଆପଣଙ୍କୁ ଆଡ଼ଜଷ୍ଟମେଣ୍ଟ କରିବାକୁ ପଡିଥାଏ।ନ ଚାହିଁକରି ମଧ୍ୟ କିଛି କାମ କରିବାକୁ ପଡିଥାଏ।କେବଳ ମହିଳାମାନଙ୍କୁ ହି ନୁହଁ ପୁରୁଷମାନଙ୍କୁ ମଧ୍ୟ ନିଜ ଜୀବନରେ ବହୁତ ଚେଞ୍ଜ ଆଣିବାକୁ ପଡିଥାଏ।କେବଳ ଧ୍ୟାନ ରଖିବେ ଏହା ମଧ୍ୟରେ ଯେମିତି ନିଜର ଅସ୍ଥିତ୍ଵ ନ ହଯାଇବାକୁ କାରଣ ସବୁବେଳେ ଏହା ହୋଇଯାଇଥାଏ।

ତୃତୀୟ ହେଉଛି ବାରମ୍ବାର ଛାଡପତ୍ରର ପ୍ରସଙ୍ଗ ଉଠିବା।ଛୋଟ ଝଗଡା ହେଲେ ମଧ୍ୟ ହୃଦୟକୁ ବହୁତ କଷ୍ଟ ହୋଇଥାଏ।ମନକରିଥାଏ କି ଏହି ମୁହୂର୍ତ୍ତରେ ଏହି ରିସ୍ତାରୁ ବାହାରକୁ ବହାରିଯିବା ପାଇଁ ଏବଂ ପତ୍ନୀକୁ ଛାଡପତ୍ର ଦେଇ ଛାଡିକରି ନିଜ ପୂର୍ବ ଜୀବନକୁ ଫେରିଯିବା ପାଇଁ।ଯଦି ଏହା ହୋଇଥାଏ ତାହେଲେ ଡରନ୍ତୁ ନାହିଁ ଏହା ସାଧାରଣ ହୋଇଥାଏ।କିଛି ସମୟପରେ ଏହି ସମସ୍ୟା ଦୂର ହୋଇଯାଏ।

ଚତୁର୍ଥ ହେଉଛି ଭଲ ଦିନ ନ ଆସିବା।ଏହା ନୁହଁ କି ଭଲ ଦିନ ଆସେ ନାହିଁ କିନ୍ତୁ ଶୀଘ୍ର ସାରିଯାଇଥାଏ।ବିବାହର ତୁରନ୍ତ ପରେ ପରସ୍ପରକୁ ବୁଝିବାରେ ଏବଂ ଆଡ଼ଜଷ୍ଟ କରିବାରେ ଛୋଟମୋଟ ଝଗଡା ହୋଇଥାଏ।ଏହା ଦ୍ୱାରା ସମ୍ବନ୍ଧରେ ଫାଟ ମଧ୍ୟ ଆସିଥାଏ ଏବଂ ଏହାପାଇଁ ବହୁତ ଦିନ ପର୍ଯ୍ୟନ୍ତ ପତିପତ୍ନୀ କଥା ହୁଅନ୍ତି ନାହିଁ।

ପଞ୍ଚମ ହେଉଛି ବିବାହର ବାହାର ସମ୍ବନ୍ଧ।ଝଗଡା ଏବଂ ଟେନ୍ସନ ବଢିବା ଦ୍ୱାରା ଦୂରେଇ ଯିବାକୁ ମନ ହୋଇଥାଏ ଏବଂ ଏହି ସମୟରେ କେହି ବାହାର ଲୋକ ଆସି ଯଦି ଆପଣଙ୍କୁ ସାହାରା ଦିଏ ତାହାଲେ ତାହା ଆଡକୁ ମନ ଆକର୍ଷିତ ହୋଇଯାଏ।ଏହା କବଳରୁ ନିଜ ବିବାହକୁ ବଞ୍ଚେଇବା ପାଇଁ ପୁରାପୁରି ଚେଷ୍ଟା କରନ୍ତୁ।

ଷଷ୍ଠ ହେଉଛି ସମ୍ବନ୍ଧ।କିଛି ଦିନ କିଛି ସପ୍ତାହ ଏମିତିବି କିଛି ମାସ ଧରି ମଧ୍ୟ କେତେକ ପତିପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ତିଆରି ହୋଇନଥାଏ।ଏହାର କାରଣ କିଛିବି ହୋଇପାରେ।ଯେପରି ସମୟ ନ ମିଳିବା,ଉଭୟ ରିସ୍ତାରେ ବଢୁଥିବା ସମସ୍ୟା ଅଥବା କୌଣସି ସ୍ୱାସ୍ଥ୍ୟ ସମସ୍ୟା କୌଣସିବି କାରଣରୁ ଏପରି ସମସ୍ୟା ଆସିପାରେ।ଏଥିପାଇଁ ସବୁବେଳେ ରେଡି ରୁହନ୍ତୁ।

Leave a Reply

Your email address will not be published. Required fields are marked *