February 12, 2025

Odia Express

Leading Odia News Portal of Odisha

ଭଲପାଇବାର ପ୍ରକୃତି କିପରି ହୋଇଥାଏ ଇଂରାଜୀ ଅକ୍ଷର ‘B’ ନାମ ଧାରୀ ବ୍ୟକ୍ତିଙ୍କଠାରେ..

ଆମ ପୃଥିବୀରେ ବହୁତ ପ୍ରକାରର ଲୋକ ରହୁଛନ୍ତି ସେଥିମଧ୍ୟରୁ କିଛି ଲୋକ ଅନ୍ୟ ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ଓ ଅନ୍ୟ କିଛି ଲୋକ ଏହାର ଅର୍ଥ ଜାଣିନଥାନ୍ତି ଯାହା ଫଳରେ ସେ ପୁରା ଦୁନିଆକୁ ନିଜର ଏକ ବଡ଼ ଶତ୍ରୁ ରୂପରେ ଦେଖନ୍ତି।ଆମ ଶାସ୍ତ୍ର ଅନୁସାରେ ମାନବ ମାନବ ମଧ୍ୟରେ ପ୍ରେମ ଯେତେ ବଢିଥାଏ ସେତେ ମାତ୍ରାରେ ପୃଥିବୀରେ ସଙ୍କଟ କମ ଦେଖାଯାଇଥାଏ।କିଛି ଯୁବପିଢୀର ପିଲାମାନେ ଏହି ପ୍ରେମର ଅର୍ଥକୁ ବହୁତ ସମୟରେ ଭୁଲିଯାଇଥାନ୍ତି।ଏହାକୁ ଭୁଲି ବହୁତ ଖରାପ କାମ କରାଇବାକୁ ପଛଘୁଞ୍ଚା ଦିଅନ୍ତିନାହିଁ।ଆପଣ ଗୋଟେ କଥା ଜାଣିଥିବେ ମନୁଷ୍ୟର ସମସ୍ତ ପ୍ରକୃତି ତାର ଜନ୍ମ କୁଣ୍ଡଳୀରୁ ନିର୍ଦ୍ଧାରିତ ହୋଇଥାଏ।ସେ ଲୋକଟି କିପରି ହେବ ଓ କିପରି ନିଜର ଜୀବନ ଜୀବିକା ଆଗକୁ ବଢ଼େଇବା ଏହି ସବୁ ବିଷୟରେ ତାର ଜନ୍ମ କୁଣ୍ଡଳୀ ନିର୍ଦ୍ଧାରିତ ହୋଇଥାଏ।ଆଉ ଗୋଟେ କଥା ଏଠି କହିରଖୁଛୁ ଯେ ଗୋଟେ ଲୋକର ପ୍ରେମ ସମ୍ପର୍କ ତାର ନାମକରଣର ପ୍ରଥମ ଅକ୍ଷରରୁ ଜଣା ପଡିଥାଏ।

ସେ ଲୋକ ଏହି ପ୍ରେମ ସମ୍ପର୍କକୁ କେତେ ପରିମାଣରେ ଭଲ ବାଟରେ ନେଇପାରିବେ ତାହା ଦେଖାଯାଏ।ତାର ପ୍ରେମ କେତେଦୂର ଚିରନ୍ତନ ତାକୁ ବି ଦେଖିବାକୁ ହୁଏ।ଆଜି ଆମେ ଆଲୋଚନା କରିବା ଯେ ଇଂରାଜୀ ଅକ୍ଷର ବି ରୁ ଆରମ୍ଭ ହେଉଥିବା ଲୋକମାନଙ୍କ ପ୍ରେମ ସମ୍ବନ୍ଧରେ।

ଏମାନେ ସାଧାରଣତଃ ସୁନ୍ଦର ଓ ସୁଶୀଲ ହୋଇଥାନ୍ତି।ଏମାନେ ନିଜକୁ ପ୍ରେମ ସମ୍ପର୍କରେ ଜଡିତ କରିବା ପୂର୍ବରୁ ନିଜ ପାଇଁ ଉପଯୁକ୍ତ ବାନ୍ଧବୀ ଖୋଜିଥାନ୍ତି।ଏମାନେ ନିଜ ସମ୍ପର୍କକୁ ନେଇ ସଦା ସର୍ବଦା ଖୁସି ରହିବା ସହ ଏହାକୁ ବହୁତ ଆଗକୁ ବଢ଼େଇଥାନ୍ତି।ଏମାନେ ବହୁତ ଖୁସି ରହିଥାନ୍ତି ନିଜ ବାନ୍ଧବୀକୁ କିପରି ଖୁସିରେ ରଖିବେ ସେଥିରେ ସେ କୌଣସି ଜିନିଷରେ ହେଳା କରନ୍ତି ନାହିଁ ସବୁବେଳେ ସେମାନେ ତାଙ୍କ ସହ ରହିଥାନ୍ତି ଓ ଏହି ନିଜ ପ୍ରେମ ସମ୍ପର୍କକୁ ନିଜ ଜୀବନ ସାରା ଉପଭୋଗ କରିବା ଜାଣିଥାନ୍ତି।

ଏମାନଙ୍କୁ କୌଣସି ଜିନିଷରେ ରାଗ ଲାଗେ ନାହିଁ ସେହି ଯୋଗୁ ଏମାନଙ୍କ ସମ୍ପର୍କରେ କେବେହେଲେ କୌଣସି ବାଧା ଉପୁଜେ ନାହିଁ।ଏମାନେ ନିଜ ପାର୍ଟନରକୁ ସବୁ ପ୍ରକାରର ଖୁସି ଦେଇଥାନ୍ତି।ଏହିମାନେ ବହୁତ ଜ୍ଞାନୀ ମଧ୍ୟ ହୋଇଥାନ୍ତି ବିଭିନ୍ନ ଜିନିଷକୁ ଅତି ସହଜରେ ନିଜ ଅକ୍ତିଆରକୁ ଆଣିଥାନ୍ତି।ଏହି ଦମ୍ପତ୍ତିମନେ ଦେଖିବାକୁ ବହୁତ ସୁନ୍ଦର ହେବା ସହ ନିଜ ମଧ୍ୟରେ ବୁଝାମଣା ଠିକ ରଖିଥାନ୍ତି।

ଏହିମାନେ ତାଙ୍କ ଜୀବନରେ ନୂଆ ନୂଆ ବାଟ ତିଆରି କରିଥାନ୍ତି।ଏହି ବ୍ୟକ୍ତିମାନେ ନିଜ ପାର୍ଟନର ସହ ବୁଲିବାକୁ ବିଭିନ୍ନ ଜାଗା ପସନ୍ଦ କରନ୍ତି ଓ ସେମାନଙ୍କୁ ବହୁତ ସମୟରେ କିଛି ଗିଫ୍ଟ ଓ କିଛି ଅନ୍ୟ ଉପାୟ ଭାବିକରି ରଖିଥାନ୍ତି ତାଙ୍କ ପାର୍ଟନରକୁ ଖୁସି କରାଇବାପାଇଁ।

ଏହା ଥିଲା କିଛି ନୂଆ ବିଷୟ ବସ୍ତୁ ଯାହା ଜାଣିବା ଆବଶ୍ୟକ। ଏହାକୁ ସେୟାର କରନ୍ତୁ ଏବଂ ଆମକୁ କେମିତି ଲାଗିଲା ଜଣାନ୍ତୁ।

Leave a Reply

Your email address will not be published. Required fields are marked *