July 12, 2025

Odia Express

Leading Odia News Portal of Odisha

ଘରେ ଏହି ଜାଗାରେ ରଖନ୍ତୁ କଇଁଛ ଦେଖନ୍ତୁ ତା ପରେ ଚେମଟର – ଦିନ କୁ ଦିନକୁ ଭଲ ଦିନ ଆରମ୍ଭ ହେଇଯିବ ଆପଣଙ୍କର

ସାଙ୍ଗମାନେ ବାସ୍ତୁଶାସ୍ତ୍ରକୁ ଆପଣେଇ କରି ମଣିଷ ନିଜ ଜୀବନକୁ ସୁଖ ସମୃଦ୍ଧିର ମାର୍ଗରେ ନେଇପାରିବ।ଛୋଟ ଛୋଟ ଉପାୟକୁ ପ୍ରୟୋଗ କରି ମଣିଷ ନିଜ ଇଛା ପୂରଣ କରିପାରିବ।ଧନ ଓ ଐଶର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କୁ ନିଜ ଘରେ ସ୍ଥାୟୀ ବାସ ଦିଆ ଯାଇପାରିବ।ଯଦି ଆପଣଙ୍କ ଘରେ କୌଣସି ସମସ୍ୟା ଅଛି,ବା ସ୍ବାସ୍ଥ୍ୟ ବ୍ୟବସ୍ଥା ଭଲ ନାହିଁ,ଯଦି ଧନର ଅଭାବ ପରିଲକ୍ଷିତ ହେଉଛି ବା ଚାକିରୀ ମିଳୁନାହିଁ ତ ଏହିସବୁ ସମସ୍ୟାର ସମାଧାନ ଆପଣ ବାସ୍ତୁଶାସ୍ତ୍ରରେ ଥିବା କିଛି ଅଚୁକ ଉପାୟ ଦ୍ଵାରା କରିପାରିବେ।ନିଜ ଜୀବନକୁ ସୁଖ ସମୃଦ୍ଧିରେ ଭରିପାରିବେ।ଆଜି ମୁଁ ଆପଣ ମାନଙ୍କୁ କହିବି ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁଠି କଇଁଛ ରଖିବେ।

ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ସର୍ବଦା ଧିର ଓ ମନ୍ଥର ଗତିର ପ୍ରାଣୀ ହୋଇଥାଏ।ସନାତନ ଧର୍ମ ଅନୁସାରେ ଏହାକୁ ଶୁଭତାର ପ୍ରତୀକ ବୋଲି ଧରାଯାଏ।ଏହା ମଧ୍ୟ କୁହାଯାଏ କି କଇଁଛର ମୂର୍ତ୍ତିକୁ ଘରେ ରଖିଲେ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ।କଇଁଛ ଏକ ପ୍ରଭାବ ଶାଳୀ ଯନ୍ତ୍ର ଅଟେ ଯାହାଦ୍ଵାରା ବାସ୍ତୁ ଦୋଷର ନିବାରଣ ହୋଇଥାଏ।ଆପଣ କଇଁଛକୁ ନିଜ କାର୍ଯ୍ୟ ସ୍ଥଳରେ,ନିଜ ଗୋଦାମ,ଦୋକାନ ବା ନିଜ ବାସ ସ୍ଥାନରେ ମଧ୍ୟ ରଖିପାରିବେ।ଯେଉଁଠାରେ କଇଁଛ ରହିଥାଏ ସେଠାରେ ଧନ ସମୃଦ୍ଧି ଆପେ ଆପେ ଚାଲି ଆସିଥାଏ।ଲକ୍ଷ୍ମୀ ସାକ୍ଷାତ ସେଠାରେ ବାସ କରିଥାନ୍ତି।

କଇଁଛ ଏକ ପ୍ରଭାବଶାଳୀ ଯନ୍ତ୍ର ହୋଇଥାଏ।ଏହାଦ୍ଵାରା ଘରୁ ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ।ବାସ୍ତୁଶାସ୍ତ୍ରରେ ଏହାକୁ ସ୍ଥାପିତ କରିବାର କିଛି ସିଦ୍ଧାନ୍ତ କୁହାଯାଇଛି।ଏହାକୁ ଆପଣେଇ କରି ଆମେ ଲାଭବାନ ହୋଇପାରିବା।ଏହାକୁ ନିଜ ଘର ବା ଅଫିସରେ ଉତ୍ତର ଦିଗରେ ରଖିବା ଉଚିତ।କଇଁଛର ମୂର୍ତ୍ତିକୁ କେବେବି ନିଜ ଶୋଇବା ଘରେ ରଖିବେ ନାହିଁ।ଏହାକୁ ରଖିବାର ସବୁଠୁ ଭଲ ଜାଗା ହେଉଛି ଡ୍ରଇଂରୁମ।ଏହା ବ୍ୟତୀତ ଏହାକୁ କାର୍ଯ୍ୟସ୍ଥଳରେ ମଧ୍ୟ ରଖାଯାଇ ପାରିବ।ଦୁଇଟି କଇଁଛ ଏକା ସାଥିରେ ରଖିବା ଅନୁଚିତ।କାରଣ ଦୁଇଟି କଇଁଛ ରହିବା ଦ୍ଵାରା ଆପଣଙ୍କ ଲାଭରେ ଅସୁବିଧା ସୃଷ୍ଟି ହୋଇପାରେ।

କଇଁଛର ସ୍ଥାପନ ପାଇଁ ଉତ୍ତର ଦିଗ ସବୁଠୁ ଉତ୍ତମ।କାରଣ ଶାସ୍ତ୍ରରେ ଉତ୍ତର ଦିଗକୁ ଧନର ମାର୍ଗ ବୋଲି କୁହାଯାଇଛି।ଆପଣ ପୂର୍ବ ଦିଗରେ ମଧ୍ୟ କଇଁଛକୁ ସ୍ଥାପନ କରିପାରିବେ।ଧ୍ୟାନ ରଖିବେ ଯେ କଇଁଛର ମୁଁହ ସବୁବେଳେ ଘରର ଭିତର ଆଡ଼କୁ ରହିବା ଦରକାର।କଇଁଛକୁ ଶୁଖିଲା ସ୍ଥାନରେ ରଖିବା ଅପେକ୍ଷା ଏକ ବାସନରେ ପାଣିରେ ରଖନ୍ତୁ।କଇଁଛକୁ ସବୁବେଳେ ଉତ୍ତର ନହେଲେ ପୂର୍ବ ଏହି ଦୁଇଟି ଦିଗରେ ରଖିବେ।ଏହାକୁ ଘରକୁ ଆଣିବା ପରେ ଭଲ ଭାବେ ପଞ୍ଚାମୃତରେ ସ୍ନାନ କରାଇ ଦେବେ।

Leave a Reply

Your email address will not be published. Required fields are marked *