ଏହି ଉପାୟ ଗୋଟେ ଥର କରନ୍ତୁ ଏବଂ ଦୂର ହେବ ଦାଗ ଏବଂ କୁଣ୍ଡିଆ ଭଳି ସମସ୍ୟା – ଘରେ ଏହି ଉପାୟ କରନ୍ତୁ ଏବେ..

କୁଣ୍ଡିଆ ଆଦି ସମସ୍ୟାରୁ କେଉଁ ପ୍ରକାରରେ ମୁକ୍ତି ପାଇ ପାରିବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।ଏଠି ଆମେ ୩ଟି ଜିନିଷର ବ୍ୟବହାର କରିବାକୁ ଯାଉଛୁ ଯାହା ସାହାଯ୍ୟରେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଯାହାକୁ ଆପଣ କେବଳ ୧ ରୁ ୨ ଦିନ ଯଦି ବ୍ୟବହାର କରିବେ ଆପଣଙ୍କ ପୁରୁଣାରୁ ପୁରୁଣା କୁଣ୍ଡିଆ ରୋଗ ବହୁତ ସହଜରେ ଦୁର ହୋଇଯିବ।ଏଠି ଆମେ ଆପଣଙ୍କୁ କହି ଦଉଛୁ କି ଯେଉଁ ବି ଜିନିଷର ଆମେ ବ୍ୟବହାର କରିବୁ ତାହା ପ୍ରାକୃତିକ ଅଟେ ଏବଂ ଏହା ଆପଣଙ୍କୁ ନିଜ ଘରେ ସହଜରେ ମିଳିଯିବ।ତ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
ପ୍ରଥମେ ଯେଉଁ ଜିନିଷ ଆପଣ ନେବେ ତାହା ହେଉଛି ନିମ ପତ୍ର।ଏହି ନିମ୍ବ ଆପଣଙ୍କୁ କେଉଁଠି ବି ଯେପରି ବିଲ କିମ୍ବା ରାସ୍ତା କଡରେ ସହଜରେ ମିଳିଯିବ।ପାଖାପାଖି ଆପଣଙ୍କୁ ୧୦ ରୁ ୧୫ ନିମ୍ବ ପତ୍ରର ଆବଶ୍ୟକ ପଡିବ ଏବଂ ଏହାପରେ ଆପଣ ଏହାର ଭଲ ଭାବରେ ଚଟଣି ପ୍ରସ୍ତୁତ କରି ଦିଅନ୍ତୁ।ଏହାକୁ ପ୍ରଥମେ ଧୋଇ ଦିଅନ୍ତୁ ଭଲ ଭାବରେ ଏବଂ ଏହାପରେ ଏହାକୁ ଗ୍ରାଇଣ୍ଡରରେ ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ଏହାପରେ ଏହାକୁ ଗୋଟେ ଜାଗାରେ ଛାଣି ଦିଅନ୍ତୁ।ଏମିତି ବି ହୋଇପାରେ କି ଗୋଟେ ଥରେରେ ଏହାର ଚଟଣି ନ ହୋଇପାରେ।ଏଥିପାଇଁ ଆପଣ ଏଥିରେ ଟିକେ ପାଣି ମଧ୍ୟ ମିଶେଇ ପାରିବେ।
ଏହାପରେ ଆପଣ ୧ ରୁ ୨ ପାଖାପାଖି ନିମ୍ବ ରସ ନିଅନ୍ତୁ।ଏଥିରେ ହି ଆପଣଙ୍କ କାମ ବହୁତ ସହଜ ଉପାୟରେ ହୋଇଯିବ।ଏହାପରେ ଏଥିରେ ଆପଣ କର୍ପୁରର ବ୍ୟବହାର କରନ୍ତୁ।ଏହା ଯେଉଁ ଆପଣ ଘରେ ଦୀପ ଆଦି ଜଳାଇବାରେ ବ୍ୟବହାର କରନ୍ତି ସେହି କର୍ପୂର ଅଟେ।ଆପଣଙ୍କୁ ପାଖପାଖି ଏକ ଛୋଟ କର୍ପୂର ନେଇକି ଏଥିରେ ମିଶେଇ ଦେବେ ଏବଂ ଏହାପରେ ଏହାକୁ ଭଲ ଭାବରେ ଏଥିରେ ମିଶେଇ ଦିଅନ୍ତୁ।ଏହାପରେ ଆପଣଙ୍କୁ ବ୍ୟବହାର କରିବାର ଅଛି ହଳଦୀ ପାଉଡର।ପାଖପାଖି ଅଧା ଚାମଚ ହଳଦୀ ପାଉଡରର ବ୍ୟବହାର କରନ୍ତୁ ଏବଂ ଏହାକୁ ଆପଣଙ୍କର ଯେଉଁଠି ବି କୁଣ୍ଡିଆ ହେଇଛି ସେଇଠି ଲଗାଇ ଦିଅନ୍ତୁ।
ଏହାକୁ ସିଧା ସେହି ଜାଗାରେ ଲଗାନ୍ତୁ ନାହିଁ।ପ୍ରଥମେ ଆପଣଙ୍କୁ ଏକ ଡେଟଲ ନବାର ଅଛି ଏବଂ ତାହାକୁ ଗରମ ପାଣିରେ ପକାଇ ଭଲ ଭାବରେ ସେହି ଜାଗାକୁ ସଫା କରି ଦିଅନ୍ତୁ।ଏହାପରେ ଏହା ସଫା ହେବାପରେ ଏହି ପେଷ୍ଟକୁ ସେହି ଜାଗାରେ ଲଗାଇ ଦିଅନ୍ତୁ।ଏହାକୁ ଖାଲି ସେହି ଜାଗାରେ ଲାଗେଇବେ ଏବଂ ଏହାପରେ ଯେତେବେଳ ଏହା ଶୁଖିଯିବ ସେତେବେଳେ ଏହାକୁ ଗରମ ପାଣିରେ ସଫା କରିଦେବେ ଏବଂ ଦ୍ୱିତୀୟ ଦିନରେ ଏହି ସମାନ ପ୍ରକ୍ରିୟାକୁ କରିବେ।ଏହାକୁ ଯଦି ଆପଣ ୧ ରୁ ଦେଢ଼ ଘଣ୍ଟା ରଖିବେ ତାହେଲେ ଏହି ପେଷ୍ଟ ସହଜରେ ଶୁଖିଯିବ।ଯଦି ଆପଣ ଏହି ପ୍ରକ୍ରିୟାକୁ ୨ ଦିନ ଯାଏ କରିବେ ତାହେଲେ ପୁରୁଣାରୁ ପୁରୁଣା କୁଣ୍ଡିଆ ଭଲ ହୋଇଯିବ।ହାତ ଗୋଡ କିମ୍ବା ମୁହଁରେ ଯଦି ବି ଆପଣ ଏହାର ବ୍ୟବହାର କରିବାକୁ ଚାହୁଁଛନ୍ତି ତ ଆରାମରେ ଆପଣ ଏହାର ବ୍ୟବହାର କରି ପାରିବେ।