March 19, 2025

Odia Express

Leading Odia News Portal of Odisha

ସିଂହ ରାଶି ବନାମ ମୀନ ରାଶି ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ ଓ କାହାର କେଉଁ ଗୁଣ ଭଲ ଅଟେ ଏବେ ଜାଣିରଖନ୍ତୁ..

ସାଙ୍ଗମାନେ ଆମକୁ ବହୁତ ଥର ମୀନ ରାଶି ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା ହୁଏ।ଯଦି ଆମ ଆଖପାଖରେ ଦ,ଚ,ଛ,ଜ ଆଦି ନାମଧାରୀ ଲୋକମାନେ ଥାଆନ୍ତି ତ ସେମାନଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ହୁଏ।ଯଦି ଆମେ ବି ମୀନ ରାଶି ବାଲା ହୋଇଥାଉ ତ ଆମ ବ୍ୟକ୍ତିତ୍ୱ ବିଷୟରେ ଆମକୁ ମଧ୍ୟ ଜାଣିବା ପାଇଁ ଇଚ୍ଛା ହୁଏ। ତ ଆସନ୍ତୁ ଜାଣିବା ମୀନ ରାଶିର ବ୍ୟକ୍ତିତ୍ୱ ବିଷୟରେ।

ମୀନ ରାଶି-: ମୀନ ରାଶିର ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ଆକର୍ଷକ ହୋଇଥାଏ।ଏମାନେ ଶାରୀରିକ ରୂପରେ ସ୍ବାସ୍ଥ୍ୟବାନ ଓ ବୁଦ୍ଧିମାନ ହୋଇଥାନ୍ତି। ମୀନର ଅର୍ଥ ମାଛ ହୋଇଥାଏ ଓ ଏହାର ଚିହ୍ନ ମାଛ ମାନଙ୍କ ସହିତ ଯୋଡି ହୋଇରହିଥାଏ।ମୀନ ଜାତକ ବାଲାଙ୍କ ଆଖି ବହୁତ ସୁନ୍ଦର ହୋଇଥାଏ।ଏମାନଙ୍କର ନିଜସ୍ବ ବିଚାରଧାରା ରହିଥାଏ।ଯଦି ଏହା ଉପରେ ଏମାନଙ୍କୁ କ୍ଷତି ଲାଗିଥାଏ ତ ଏମାନେ ନିରାଶା ଭିତରକୁ ଚାଲିଯାନ୍ତି।

ଏମାନଙ୍କ ପ୍ରବୃତ୍ତି ଆଧ୍ୟାତ୍ମିକ ହୋଇଥାଏ।ଏମାନେ ଆଦର୍ଶବାଦି ଜୀବନ ବଞ୍ଚିବାକୁ ଇଛା କରନ୍ତି।ଏମାନେ ଯେଉଁ କାମରେ ବି ଲାଗି ଥାଆନ୍ତି ତାକୁ ପୁରା ନିଶ୍ୱାର୍ଥ ଭାବରେ କରିଥାନ୍ତି।ଏମାନଙ୍କ ସ୍ଵଭାବ ଚଞ୍ଚଳ ହୋଇଥାଏ।ବେଳେବେଳେ ଏମାନଙ୍କୁ କଳ୍ପନା ଓ ଯଥାର୍ଥ ଭିତରେ ଫରକ ଜାଣିବା କଷ୍ଟକର ହୋଇଥାଏ।ଏଥିପାଇଁ ଏମାନଙ୍କ ବିଚାର ଠିକ ରୁହେନାହିଁ।ଯେବେ ଜିନିଷ ଏମାନଙ୍କ ପକ୍ଷରେ ନଥାଏ ତ ସେତେବେଳେ ଏମାନେ ହାର ମାନି ଯାଇଥାନ୍ତି।ଏମାନେ ଏଥିପାଇଁ ପୁରା ଉଦାସ ହୋଇଯାଆନ୍ତି।ଧାର୍ମିକ କାର୍ଯ୍ୟରେ ଏମାନଙ୍କ ମନ ଠିକ ଭାବେ ଲାଗି ନଥାଏ।

ସିଂହ ରାଶି-: ଏମାନଙ୍କ ରାଶିର ନାମ ଯେପରି ହୋଇଥାଏ ଏମାନେ ମଧ୍ୟ ସେହିପରି ହୋଇଥାନ୍ତି।ଏମାନେ ଯୁଆଡେ ବି ଯାଇଥାନ୍ତି ନିଜର ଏକ ବିଶିଷ୍ଟ ଛାପ ଛାଡି ଯାଇଥାନ୍ତି।ଏମାନେ ଆଗପଛ କିଛି ନ ବିଚାରି ସାମ୍ନା ବାଲାକୁ ଯାହା ଇଚ୍ଛା ତାହା କହିଦିଅନ୍ତି।ଏମାନଙ୍କ ବ୍ୟକ୍ତିତ୍ୱର ଏକ ଅଲଗା ପ୍ରକାର ଝଲକ ରହିଥାଏ।ଏମାନେ ବହୁତ ସ୍ଵାଭିମାନୀ ହୋଇଥାନ୍ତି।ଏହି ରାଶିର ସ୍ବାମୀ ସୂର୍ଯ୍ୟ ହୋଇଥାନ୍ତି ଯେଉଁ କାରଣରୁ ଏମାନେ ତେଜସ୍ଵୀ ଓ ପରାକ୍ରମୀ ହୋଇଥାନ୍ତି।ଏମାନେ ଟିକେ ରାଗି ସ୍ୱଭାବର ହୋଇଥାନ୍ତି।

ଏମାନେ ନିଜ ଅସଫଳତାରୁ ଶିଖିଥାନ୍ତି।ପୁଣିଥରେ ଏକ ନୂଆ ଶକ୍ତି ସହିତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୁଅନ୍ତି।ସାମାଜିକ ଦୃଷ୍ଟି କୋଣରୁ ଏମାନଙ୍କ ବ୍ୟକ୍ତିତ୍ୱ ସଙ୍ଗଠିତ ହୋଇଥାଏ।ଏମାନଙ୍କ ସାମାଜିକ ପ୍ରତିଷ୍ଠା ସମ୍ମାନ ଜନକ ହୋଇଥାଏ। କାର୍ଯ୍ୟସ୍ଥଳ ଉପରେ ଏମାନଙ୍କ ନେତୃତ୍ୱ ବହୁତ ଭଲ ହୋଇଥାଏ।ଏମାନେ ନିଜର ଏକ ସମୂହ ତିଆରି କରିଦିଅନ୍ତି ଓ ତାହାର ଭୂମିକା ତାଙ୍କ ନେତା ତୁଲେଇ ଥାଆନ୍ତି।ଏମାନେ ଜିନିଷକୁ ସମ୍ଭାଳିବା ଜାଣନ୍ତି।ଏହି କାରଣରୁ ଏମାନଙ୍କୁ କାର୍ଯ୍ୟସ୍ଥଳ ଉପରେ ହଇରାଣ ହେବାକୁ ପଡ଼ି ନଥାଏ।

Leave a Reply

Your email address will not be published. Required fields are marked *