March 15, 2025

Odia Express

Leading Odia News Portal of Odisha

ଶ୍ୱାସ ରୋଗ ଏହାର କାରଣ,ଲକ୍ଷଣ ଓ ଘରୋଇ ଉପଚାର – ଘରେ ବସି ବସି ଏବେ ଉପଚାର କରନ୍ତୁ ଶ୍ୱାସ ରୋଗର..

ବନ୍ଧୁମାନେ ଶ୍ୱାସ ରୋଗ ଏକ ଏଭଳି ଶ୍ୱାସରୋଗ ଯେଉଁଥିରେ ଆକ୍ରାନ୍ତ ଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି।ଶ୍ୱାସ ରୋଗରେ କେବଳ ବୟସ୍କ ଲୋକ ନୁହଁ ଛୋଟ ପିଲା ଓ ଯୁବପିଢି ମଧ୍ୟ ଆକ୍ରାନ୍ତ ହେଉଛନ୍ତି।

ବନ୍ଧୁଗଣ ଶ୍ୱାସ ହେବାର ମୁଖ୍ୟ କାରଣ ହେଉଛି କୌଣସି ଜିନିଷ ପ୍ରତି ଆମର ଆଲର୍ଜି।ଏହାଛଡ଼ା ଅନ୍ୟ ବହୁତ୍ କାରଣ ଅଛି ଯେପରିକି ବାୟୁ ପ୍ରଦୂଷଣ ହେଉଛି ଶ୍ୱାସ ରୋଗର ଅନ୍ୟ ଏକ କାରଣ।ଅଚାନକ ପାଗ ବଦଳି ଗଲେ ଯେପରିକି ହଠାତ୍ ଥଣ୍ଡା ପଡ଼ିବା, ଅଚାନକ ଗରମ ହେବା, ହଠାତ୍ ବର୍ଷା ହେବା ଏଭଳି ହେଲେ ମଧ୍ୟ ଆସ୍ଥ୍ମା ହେବାର ସମ୍ଭାବନା ଅଛି।ଏହାଛଡ଼ା ମାନସିକ ଉତ୍ତେଜନା ବଢ଼ିଗଲେ ମଧ୍ୟ ଶ୍ୱାସ ହେଇ ପାରେ।ଅଧିକା କସରତ କିମ୍ବା ବ୍ୟାୟାମ କଲେ ଯଦି ଆପଣ ଜୋର୍ ଜୋରରେ ନିଶ୍ବାସ ନେଉଛନ୍ତି ତେବେ ତାହା ଯୋଗୁ ମଧ୍ୟ ଶ୍ୱାସ ହେଇପାରେ।ଘରେ ରହିଥିବା ସାମଗ୍ରୀ ଯେମିତି ଲୁଗା ସଫା ସାବୁନ୍ କୁ ଆଲର୍ଜି, କ୍ଷୀର ଓ ଦହିକୁ ଆଲର୍ଜି, ମାଛ, ଅଣ୍ଡା ଓ ଟମାଟୋକୁ ଆଲର୍ଜି ଯୋଗୁ ମଧ୍ୟ ଶ୍ୱାସ ହେଇପାରେ।ଘରେ ଗୃହପାଳିତ ପଶୁଙ୍କ ପ୍ରତି ଆଲର୍ଜି ଥିଲେ ସେମାନଙ୍କ ସମ୍ପର୍କରେ ଆସିଲେ ଆମକୁ ଶ୍ୱାସ ହେଇପାରେ।

ବନ୍ଧୁମାନେ ଶ୍ୱାସ ରୋଗ ଥିଲେ ଆମର ସମୟ ସମୟରେ ଦେହରେ ଅମ୍ଳଜାନ ସ୍ତର କମି ଯାଇଥାଏ।ଆପଣ ମାନେ ଜାଣିଥିବେ ଅମ୍ଳଜାନ ଆମ ପାଇଁ କେତେ ଜରୁରୀ।ସମୟ ସମୟରେ ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେଇଥାଏ।ତେବେ ଆସ୍ଥ୍ମାରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ୍ ପ୍ରକାରର ଔଷଧି ମିଳୁଅଛି।କିନ୍ତୁ ଆଜି ଆମେ ଏଠାରେ ଏକ ଘରୋଇ ଉପଚାର ଜାଣିବା ଯାହା ଦ୍ଵାରା ଶ୍ୱାସ ଭଳି ମାରାତ୍ମକ ରୋଗରୁ ମଧ୍ୟ ଅତି ସହଜରେ ମୁକ୍ତି ମିଳିବ।ଆଉ ସବୁଠୁ ଭଲ କଥା ହେଉଛି ଏହା କଲେ ଆମ ଶରୀରରେ ଅନ୍ୟ କୌଣସି ଖରାପ ପରିଣାମ ପଡ଼ି ନଥାଏ।

ଶ୍ୱାସ ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ମହୁର ବ୍ୟବହାର କରିପାରିବେ।କାରଣ ମହୁ ଏକ ଆୟର୍ବେଦିକ ଔଷଧି ଅଟେ।ଏହା ଆପଣଙ୍କର ଶ୍ୱାସ ସହ ଅନ୍ୟ ସବୁ ଶ୍ଵାସରୋଗ ପାଇଁ ମଧ୍ୟ ଉପକାରୀ ହେଇଥାଏ।ସବୁଦିନ ସକାଳେ ଗୋଟେ କପ୍ ପାଣିରେ ଗୋଟେ ଚାମଚ୍ ମହୁ ପକାଇ ପିଇବା ଦ୍ଵାରା ଆସ୍ଥ୍ମା ଧୀରେ ଧୀରେ କମିଯାଏ।ଏହା ସହ ଅଦା ମଧ୍ୟ ବହୁତ୍ ଉପକାରୀ ଅଟେ।ଯଦି ଆପଣ ଅଦା ଛେଚା ଚାହା ପିଇବା ପସନ୍ଦ କରନ୍ତି, ତାହେଲେ ଆପଣଙ୍କୁ ଶ୍ୱାସରୋଗ ଛୁଇଁ ହିଁ ପାରିବନି।

କାରଣ ଅଦାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ଵ ରହିଥାଏ ଯାହା ଆପଣଙ୍କ ସବୁ ଶ୍ୱାସଜନିତ ସମସ୍ୟାକୁ ଦୂର କରିଥାଏ।ଗୋଟେ କପ୍ ପାଣିରେ ଦୁଇ-ତିନି ଖଣ୍ଡ ଅଦା ଓ ରସୁଣ ପାଖୁଡ଼ା ପକାଇ ଦିଅନ୍ତୁ ଏବଂ ୧୫ ମିନିଟ୍ ଗରମ କରନ୍ତୁ।ଏହି ପାଣିକୁ ସକାଳେ ଓ ସନ୍ଧ୍ୟାରେ ୨ଥର ପିଇଲେ ଶ୍ୱାସ ରୋଗ ଦୂରେଇ ଯାଇଥାଏ।ଏହାପରେ ଆସିବା ଅଳେଇଚକୁ, ଅଳେଇଚ ଖାଇବାରେ ଯେତିକି ସ୍ଵାଦିଷ୍ଟ, ଦେହ ପାଇଁ ମଧ୍ୟ ସେତିକି ହିତକର।ଏଥିପାଇଁ ଆପଣଙ୍କୁ ଏକ ଗ୍ଲାସ ପାଣିରେ ୨ଟି ଅଳେଇଚ ପକାଇ କରି ଭଲରେ ପାଣିକୁ ଫୁଟାଇ ଦିଅନ୍ତୁ।ପାଣି ଫୁଟିବା ପରେ ଥଣ୍ଡା କରିକି ପିଅନ୍ତୁ।ଏହାଦ୍ବାରା ମଧ୍ୟ ଶ୍ୱାସଜନିତ ସବୁ ରୋଗରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *