February 14, 2025

Odia Express

Leading Odia News Portal of Odisha

ବ୍ୟବସାୟ କ୍ଷେତ୍ରରେ ଭାଗ୍ୟଶାଳୀ ହୋଇଥାନ୍ତି ଏହି ତାରିଖରେ ଜନ୍ମିତ ଲୋକମାନେ – ଦେଖନ୍ତୁ ଆପଣଙ୍କ ରାଶି ସାମିଲ ଅଛି କି ଏହିଥିରେ..

ଜ୍ୟୋତିଷରେ ଅଙ୍କର ବହୁତ ମହତ୍ତ୍ଵ ରହିଛି।ପ୍ରତି ମଣିଷର ଜୀବନରେ କୌଣସି ନା କୌଣସି ଅଙ୍କ ଲକି ହୋଇଥାଏ।କାହା ପାଇଁ ତାର ଜନ୍ମ ଅଙ୍କ ଶୁଭ ହୋଇଥାଏ ତ କାହାର ଅନ୍ୟ କୌଣସି ଅଙ୍କ।କିନ୍ତୁ କିଛି ଏମିତି ବି ଅଙ୍କ ରହିଛି ଯାହା ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ।ଅଙ୍କଜ୍ୟୋତିଷରେ ଆମେ ଆଜି ମୂଲାଙ୍କ ୧ ରୁ ୯ ପର୍ଯ୍ୟନ୍ତ ଆମେ କଥା ହେବା।ଆଜି ଆମେ ଜାଣିବା ସେହି ଲୋକ ମାନଙ୍କ ବିଷୟରେ ଯେଉଁମାନେ ସଠିକ ସମୟରେ ଉପଯୁକ୍ତ ନିର୍ଣ୍ଣୟ ନେବା ଦ୍ଵାରା ବ୍ୟାପାରରେ ସଫଳତା ହାସଲ କରନ୍ତି। ତ ଆସନ୍ତୁ ଜାଣିବା ଅଙ୍କଶାସ୍ତ୍ର ଅନୁସାରେ କେଉଁ କେଉଁ ତାରିଖରେ ଜନ୍ମିତ ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

୧,୧୦,୧୯,୨୮ ତାରିଖରେ ଜନ୍ମିତ ଲୋଗ:- ଅଙ୍କଶାସ୍ତ୍ର ଅନୁସାରେ ୧,୧୦,୧୯,୨୮ ତାରିଖରେ ଜନ୍ମିତ ଲୋକମାନଙ୍କର ମୂଳାଙ୍କ ୧ ହୋଇଥାଏ।ଏମାନଙ୍କ ଉପରେ ସୂର୍ଯ୍ୟ ଗ୍ରହର ପ୍ରଭାବ ରହିଥିବା ହେତୁ ଏମାନେ କର୍ମଶିଳ,ଅନୁଶାସନ ପ୍ରିୟ,ବିଶ୍ଵସ୍ତ ଓ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କ କ୍ଷେତ୍ରରେ ନେତୃତ୍ୱ କରିବାର କ୍ଷମତା ଅନ୍ୟ ମାନଙ୍କଠାରୁ ବହୁତ ଅଧିକ ରହିଥାଏ।ଏମାନଙ୍କ ଠାରେ ସ୍ଵାଭିମାନୀ ଗୁଣ ରହିଥାଏ ଯାହା ଏମାନଙ୍କୁ ନୁଆଁଇବାକୁ ଦିଏ ନାହିଁ।ଏମାନେ ଠିକ ସମୟରେ ନିଷ୍ପତି ନେଇଥାନ୍ତି କାହା ଏମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ।ଏମାନେ ସମାୟାନୁବର୍ତ୍ତି ହୋଇଥାନ୍ତି ଓ ନିଜ କାମରେ ସର୍ବଦା ଧ୍ୟାନ ଦେଇଥାନ୍ତି।

୧,୧୦,୧୯,୨୮ ତାରିଖରେ ଜନ୍ମିତ ଲୋକ ଭାଗ୍ୟଶାଳୀ,କର୍ମଶୀଳ ଓ ବହୁତ ଦୂରଦର୍ଶୀ ହୋଇଥାନ୍ତି।ଏମାନଙ୍କୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ମାନଙ୍କର ଆଗୁଆ ସୂଚନା ମିଳିଯାଇଥାଏ।ଏମାନେ ଧନୀ ହୋଇଥାନ୍ତି କାରଣ ଏମାନେ ନିଜ ପରିଶ୍ରମରେ ରୋଜଗାର କରିଥାନ୍ତି।ଏମାନେ ବହୁତ କ୍ରିଏଟିଭ ମାଇଣ୍ଡର ହୋଇଥାନ୍ତି।ଏମାନଙ୍କୁ ନୂଆ ନୂଆ ଜିନିଷ ଜାଣିବାକୁ ଆଗ୍ରହ ହୋଇଥାଏ।ଏମାନେ ଭିଡ଼ ଅପେକ୍ଷା ଏକୁଟିଆ ରହିବାକୁ ପସନ୍ଦ କରନ୍ତି ଯାହାଦ୍ଵାରା ଏମାନଙ୍କ ଫ୍ରେଣ୍ଡ ସର୍କଲ ବହୁତ ଛୋଟ ହୋଇଥାଏ।ଏମାନେ ନିଜ ବିଚାରକୁ ସର୍ବଦା ନିଜ ଭିତରେ ରଖିଥାନ୍ତି।ଏମାନେ କଠିନ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିପାରନ୍ତି।ଏମାନେ ବହୁତ ଉଚ୍ଚଭିଳାସୀ ହୋଇଥାନ୍ତି।

୧,୧୦,୧୯,୨୮ ତାରିଖରେ ଜନ୍ମିତ ଲୋକ ମାନେ କଡ଼ା ସ୍ୱଭାବର ହୋଇଥାନ୍ତି ତା ଛଡା ଏମାନଙ୍କୁ ନିଜ ସ୍ଵାଧୀନତା ବହୁତ ପ୍ରିୟ ହୋଇଥାଏ।ଧର୍ମ କର୍ଯ୍ୟପ୍ରତି ଏମାନଙ୍କ ରୁଚି ରହିଥାଏ।ଏମାନେ ଜୀବନରେ ଯେଉଁ ଜିନିଷ ପାଇବା ପାଇଁ ଇଚ୍ଛା କରିଥାନ୍ତି ନିଜ ପରିଶ୍ରମ ଦ୍ବାରା ତାକୁ ପାଇଥାନ୍ତି।ଏମାନଙ୍କ ଆକର୍ଷକ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଉପରେ ଏକ ଛାପ ଛାଡ଼ିଥାଏ।ନିଜ ଉପରେ ନିୟନ୍ତ୍ରଣ ରଖିବା ଏମାନଙ୍କୁ ବହୁତ ଭଲଭାବେ ଆସିଥାଏ।ଏମାନଙ୍କର ଏହି ଗୁଣ ଏମାନଙ୍କୁ ଅନ୍ୟ ମାନଙ୍କଠାରୁ ଅଲଗା କରିଥାଏ।ଏମାନେ ଭାଗ୍ୟରୁ ଧନୀ ହୋଇଥାନ୍ତି।ଏମାନେ ବ୍ୟାପାରରେ ଖୁବ ଉନ୍ନତି କରିଥାନ୍ତି।

Leave a Reply

Your email address will not be published. Required fields are marked *