ମଙ୍ଗଳ ଗ୍ରହ କରିଲେ ମେଷ ରାଶିରେ ପ୍ରବେଶ ଏହି ୬ ଟି ରାଶିର ଖୋଲିଯିବ ଭାଗ୍ୟ, କିଛି ହୋଇପାରନ୍ତି ଚିନ୍ତିତ..

ଜ୍ୟୋତିଷ୍ୟରେ ମଙ୍ଗଳ ଗ୍ରହକୁ ମୁଖ୍ୟ ହିସାବରେ ସେନାପତି ରୁପରେ ଦର୍ଶାଯାଇଛି, ଏହା ଶକ୍ତି, ସାହାସ ଓ ପୌରୁଷର କାରକ ଅଟେ, ମଙ୍ଗଳ ଗ୍ରହ ଶାରରୀକ ତଥା ମାନସିକ ଶକ୍ତି ଓ ଶକ୍ତିର ପ୍ରତିନିଧିତ୍ୱ କରିଥାଏ, ମଙ୍ଗଳର ପ୍ରବଳ ପ୍ରଭାବ ବ୍ୟକ୍ତିର ସାହାସ, ଲଢିବାର କ୍ଷମତା ବଢାଇଥାଏ, ମଙ୍ଗଳଗ୍ରହ ଦ୍ୱାରା ସାହାସ, ଶାରରୀକ ବଳ ମାନସିକ କ୍ଷମତା ପ୍ରାପ୍ତି ହୋଇଥାଏ, ପୋଲିସ୍ ସେନା , ଅଗ୍ନି ସେବାରେ ମଙ୍ଗଳ ଅଧିକାର ଅଛି, ଖେଳ କୁଦ ଇତ୍ୟାଦିରେ ଜୋଶ୍ ଓ ଉତ୍ସାହ ପ୍ରାପ୍ତି ହୋଇଥାଏ । ମଙ୍ଗଳ ଓ ମେଷ ଦୁହେଁ ଅଗ୍ନୀର ତତ୍ତ୍ୱ ବୋଲି ମାନାଯାଏ, ଏମିତିରେ ଅନିଷ୍ଠକାରୀ ଘଟଣା ହେବାର ଆଶଙ୍କା ଥା,ଏ ମଙ୍ଗଳର ସ୍ଥିତି ଆଗାମୀ ୪୫ ଦିନ ଯାଏଁ ରହିବ, ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କେଉଁ ବି ଗ୍ରହର ରାଶି ପରିବର୍ତ୍ତନ ପ୍ରଭାବ ସବୁ ରାଶି ଗୁଡିକ ଉପରେ ପଡିଥାଏ, ଏମିତିରେ ସବୁ ରାଶିର ଉପରେ କଣ ପ୍ରଭାବ ପଡିବ ଆସନ୍ତୁ ଜାଣିବା ।
୧) ମେଷ ରାଶି- ମାନ ସମ୍ମାନ ବୃଦ୍ଧି ଯୋଗ, ଅଟକିଥିବା କାର୍ଯ୍ୟ ପୁରା ହେବ , ଅଧିକାର ବୃଦ୍ଧି ହେବ, ଏହି ଗୋଚରରେ ମେଷ ରାଶିର ଜାତକରେ ସ୍ୱାସ୍ଥ୍ୟ ଉତ୍ତମ ରହିବ, କ୍ୟାରିୟରରେ ସଫଳତା ମିଳିବ ।
୨) ବୃଷ ରାଶି- ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ , ଓ ଚିନ୍ତାରୁ ବଞ୍ଚନ୍ତୁ , ବ୍ୟର୍ଥ ଝଗଡାରୁ ଦୂରେଇ ରୁହନ୍ତୁ, ଆଇନଗତ କାର୍ଯ୍ୟରୁ ନିବୃତ ରୁହନ୍ତୁ, ସମୟ ଠିକ୍ ନାହିଁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ।
୩) ମିଥୁନ ରାଶି- ଆମଦାନୀର ସ୍ରୋତ ଭଲ ଲାଭ ଦେବ, ଧନ ବୃଦ୍ଧିର ଯୋଗ, କ୍ରୋଧରୁ ଦୁରେଇ ରୁହନ୍ତୁ ।
୪) କର୍କଟ ରାଶି- ରାଜ୍ୟରୁ ମାନ ସମ୍ମାନ ଅଧିକାର ଓ ପଦୋନ୍ନତି ମିଳିବାର ଯୋଗ, ବିଶେଷ କ୍ଷେତ୍ରରେ ଚୟନର ଯୋଗ, ସେନା ପୋଲିସ୍ ଓ ଯାନ୍ତ୍ରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଖାସ୍ ସଫଳତା ମିଳିବାର ଯୋଗ ରହୁଛି ।
୫) ସିଂହ ରାଶି- ଭାଗ୍ୟ ବୃଦ୍ଧି, ଭୁମି ଭବନର କାର୍ଯ୍ୟରୁ ଲାଭର ଯୋଗ, ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତିରଯୋଗ, ଶୁଭ ସମୟର ଲାଭ ଉଠାନ୍ତୁ ।
୬) କନ୍ୟା ରାଶି- ଅଷ୍ଟମ ସ୍ଥାନରେ ମଙ୍ଗଳର ଗୋଚର ହେବାରୁ ସ୍ୱାସ୍ଥ୍ୟର ମାମଲାରେ ସାବଧାନ ରୁହନ୍ତୁ , ଅଚାନକ ଧନ ଲାଭ ହୋଇପାରେ , ଏହି ସମୟରେ ଆପଣଙ୍କୁ ସଫଳତା ପାଇବା ପାଇଁ ଅଧିକା ପରିଶ୍ରମ କରିବାକୁ ହେବ, କିନ୍ତୁ ନିଜ ଶତ୍ରୁଙ୍କ ଉପରେ ଆପଣ ହାବି ରହିବେ ।
୭)ତୁଳା ରାଶି- ପରିବାର ବେପାରରୁ ଯୋଡି ହୋଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଜୀବନସାଥୀ ଓ ବେପାରରେ ବୁଝାମଣା ରହିବ ,
୮) ବିଛା ରାଶି- ରୋଗ, ରୂଣ, ଶତ୍ରୁ ନଷ୍ଟ ହେବେ , ପରାକ୍ରମ ବୃଦ୍ଧିର ଯୋଗ, ମୁକଦ୍ଦମା କୋର୍ଟ କଚେରି ମାମଲାରେ ସଫଳତା ମିଳିବ ।
୯) ଧନୁ ରାଶି- ଆପଣଙ୍କ ରାଶି ପଞ୍ଚମ ସ୍ଥାନରେ ରହୁଥିବାରୁ ନିଜ ଜୀବନରେ କିଛି ସମସ୍ୟା ଦେଖାଦେଇପାରେ, ଖର୍ଚ୍ଚ ବଢିପାରେ, ଆୟର ସାଧନ ହେବ, କେଉଁ ଛୋଟ ଦୁର ଯାତ୍ରାରେ ଯାଇପାରନ୍ତି ।
୧୦) ମକର ରାଶି- ଆପଣଙ୍କ ରାଶିର ତୃତୀୟ ସ୍ଥାନରେ ମଙ୍ଗଳ ଗୋଚର ହେବାରୁ ଧାର୍ମିକ କାର୍ଯ୍ୟରେ ମନ ଲାଗିବ, ଓ ଛୋଟ ଯାତ୍ରାରେ ଯୋଗ ହେଉଛି, ଉଧାର ନେବାରୁ ବଞ୍ଚନ୍ତୁ, ଆପଣ ନିଜ ବିରୋଧୀ ଉପରେ ଦବାବ୍ ପକାଇପାରିବେ ।
୧୧) କୁମ୍ଭ ରାଶି- ପରାକ୍ରମରେ ବୁଦ୍ଧି ହେବ, ବଳ ବୁଦ୍ଧିର ଯୋଗ, ସେନା ପୋଲିସ୍ ଓ ଖେଳାଳୀ ବର୍ଗ ପାଇଁ ଭାଗ୍ୟବର୍ଦ୍ଧକର ସମୟ ।
୧୨) ମୀନ ରାଶି- ଧନ ଯୋଗ, ପ୍ରବଳ, ଆର୍ଥିକ କ୍ଷେତ୍ରରେ ଖାସ୍ ସଫଳତାର ଯୋଗ, ବେପାର, ବ୍ୟବହାର ବାଣୀରେ ସଂୟମତା ରଖନ୍ତୁ ।