February 11, 2025

Odia Express

Leading Odia News Portal of Odisha

ଭୁଲିବା ରୋଗକୁ ଛୁଟି ଦିଅନ୍ତୁ ଓ ସ୍ମରଣ ଶକ୍ତିକୁ ବୃଦ୍ଧି କରନ୍ତୁ – ଏହି ଉପାୟ ଗୁଡିକ ନିଶ୍ଚୟ ଆଜି କରିନିୟନ୍ତୁ

ବନ୍ଧୁମାନେ କେତେ ଲୋକଙ୍କର ଭୁଲିବା ରୋଗ ହେଇଥାଏ।ତେବେ ସେମାନେ ଛୋଟ ଛୋଟ କଥାଗୁଡ଼ିକ ବହୁତ୍ ଜଲଦି ଭୁଲି ଯାଇଥାନ୍ତି।ତେବେ ଏହି ଲୋକମାନେ ସବୁବେଳେ ନିଜର ଏହି ରୋଗ ପାଇଁ ଅସୁବିଧାରେ ପଡିଥାନ୍ତି।ସବୁଠୁ ଅଧିକ ଏମାନେ ଜିନିଷଟିଏ କୌଣସି ଜାଗାରେ ରଖିଦେଇ ଭୁଲି ଯାଇଥାନ୍ତି ଏବଂ ପରେ ତାହାକୁ ଖୋଜି ବହୁତ୍ ସମୟ ନଷ୍ଟ କରିଥାନ୍ତି।ତେବେ ଆଜି ଆମେ ଏଠାରେ ସେହି ଭୁଲିବା ରୋଗରୁ କିପରି ମୁକ୍ତି ପାଇବେ ସେଥିପାଇଁ ଏକ ଘରୋଇ ଉପଚାର ବିଷୟରେ ଜାଣିବା।

ତେବେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବହୁତ୍ ଅସୁବିଧା ସୃଷ୍ଟି କରିଥାଏ।ଏହି ରୋଗ ପାଇଁ ବିଦ୍ୟାର୍ଥିମାନେ ଭଲ ମାର୍କ ରଖି ପାରିନଥାନ୍ତି। ଅଫିସରେ କାମ କରୁଥିବା ଲୋକ ମଧ୍ୟ ଏହି ରୋଗ ଯୋଗୁ ଅଲଗା ଲୋକଙ୍କଠାରୁ ପଛରେ ପଡ଼ି ଯାଇଥାନ୍ତି।ସେଥିପାଇଁ ତାଙ୍କର ମଧ୍ୟ ଠିକ୍ ସମୟରେ ପଦୋନ୍ନତି ହେଇନଥାଏ।ତେବେ ବୁଦ୍ଧି ବଢ଼ାଇବା ପାଇଁ ଏବଂ ସ୍ମରଣ ଶକ୍ତିକୁ ବଢ଼ାଇବା ପାଇଁ ମାର୍କେଟରେ ଅନେକ ପ୍ରକାରର ଔଷଧି ମିଳୁଛି।ତେବେ ସେଗୁଡ଼ିକ ସବୁର ବହୁତ୍ ସାଇଡ ଇଫେକ୍ଟ ରହିଥାଏ।ତେବେ ଆଜି ଆମେ ଏଠାରେ ଏକ ଏଭଳି ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିବାର ୩୦ରୁ ୪୫ ଦିନ ମଧ୍ୟରେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଯିବ ଏବଂ ଜଲଦି ଭୁଲିଯିବାର ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଯିବ।

ଯୋଉ ଛାତ୍ରମାନେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନେ ତ ନିହାତି ଭାବରେ ଏହି ଉପଚାରଟିକୁ କରିବା କଥା।ଏହା କରିବା ଦ୍ୱାରା ଗୋଟେ ପାଠ ଥରେ ପଢ଼ିବା ପରେ ସମ୍ପୂର୍ଣ୍ଣ ରୂପେ ମନେ ରହିଯାଇଥାଏ।ତେବେ ଆପଣଙ୍କୁ କେବଳ ସବୁ ଦିନ ରାତିରେ ଶୋଇଲା ବେଳକୁ ୧୦ଟି ପିସ୍ତା ବାଦାମକୁ ପାଣିରେ ବୁଡାଇ ରଖିଦିଅନ୍ତୁ।ସକାଳୁ ଏହାର ଚୋପା ଛଡ଼ାଇ ଦେଇ ୧୦ ଗ୍ରାମ ଲହୁଣୀ ଏବଂ କିଛି ମିଶ୍ରି ସହ ମିଶାଇ ଖାଆନ୍ତୁ।ଏହିଭଳି ଗୋଟେ ମାସ ଯାଏଁ କଲେ ଆପଣଙ୍କ ବୁଦ୍ଧି ବହୁତ୍ ମାତ୍ରାରେ ଉନ୍ନତି କରିଥାଏ।

ଯଦି ଆପଣ ଏହି ଉପଚାରଟି କରି ପାରୁନାହାଁନ୍ତି ତେବେ ଆପଣ ୭ଟି ବାଦାମକୁ ୧୦ଗ୍ରାମ ମିଶ୍ରି ଓ ୧୦ଗ୍ରାମ ପାନମଧୁରୀ ସହ ମିଶାଇ ରାତିରେ ଗରମ କ୍ଷୀର ସହ ଖାଆନ୍ତୁ।ତେବେ ଯଦି ଆପଣ ଏହା ମଧ୍ୟ କରି ପାରୁନାହାଁନ୍ତି ତେବେ ଆପଣ ୧୦ଟି ବାଦାମକୁ ପେଶି କ୍ଷୀରରେ ପକାଇ ଦିଅନ୍ତୁ।ଏହାପରେ କ୍ଷୀରକୁ ୧୫ ମିନିଟ୍ ଯାଏଁ ଗରମ କରନ୍ତୁ।ମନେ ରଖନ୍ତୁ ଆପଣ ପାଖାପାଖି ୧୫ ମିନିଟ୍ ଯାଏଁ ଗରମ କରିବେ।ଏହାପରେ ସେଥିରେ ଏକ ଚାମଚ୍ ମିଶ୍ରି ମିଶାଇ ପିଅନ୍ତୁ।ତେବେ ଏହି ଉପଚାରଟିକୁ ଆପଣ ଦିନର କୌଣସି ସମୟରେ ବି କରିପାରିବେ।

ତେବେ ଏହି ୩ଟି ଉପାୟରୁ ଯେକୌଣସି ଗୋଟେ ଉପାୟକୁ ମାସେ ଯାଏଁ କଲେ ଆପଣ ନିଜର ଉନ୍ନତି ଅନୁଭବ କରିପାରିବେ।ଆପଣ ଏହା ମନେ ରଖନ୍ତୁ କି ଏହି ୩ଟି ଯାକ ଉପଚାର ସମାନ ରୂପେ କାର୍ଯ୍ୟକାରୀ ଅଟେ।ଏହା ଦ୍ଵାରା ଆପଣଙ୍କର ବୁଦ୍ଧି ତୀବ୍ର ହେବା ସହ ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବହୁତ୍ ବଢ଼ିଥାଏ।ଯଦି ଆପଣଙ୍କ ର ଭୁଲିବା ରୋଗ ଥିବ ତେବେ ତାହା ସମ୍ପୂର୍ଣ୍ଣ ଭାବରେ ଉଭାନ ହେଇଯିବ।

Leave a Reply

Your email address will not be published. Required fields are marked *