ଯାଦୁ, କାଛୁ, କୁଣ୍ଡିଆରୁ ତୁରନ୍ତ ମୁକ୍ତି – ଲାଜ ନ କରି ପଢନ୍ତୁ କେତେବେଳେ ବି କାମରେ ଆସିପାରେ ଏହି ଉପଚାର..

ବନ୍ଧୁମାନେ ଚର୍ମରୋଗ ଏକ ଏଭଳି ରୋଗ ଯାହାକୁ ନେଇ ଆମେ ସବୁବେଳେ ଚିନ୍ତାରେ ରହିଥାଉ।ଚର୍ମରୋଗ ମଧ୍ୟରେ ଯାଦୁ, କାଛୁ, କୁଣ୍ଡିଆ ଏଗୁଡ଼ିକ ସାଧାରଣ ଅଟେ।ଅନେକ ସମୟରେ କିଛି ଗୁରୁତ୍ୱପୂ୍ର୍ଣ୍ଣ ଜାଗା, ଗୁରୁତ୍ୱପୂର୍ଣ୍ଣ ସମୟରେ ଆମେ କୁଣ୍ଡେଇ ହେଇଥାଉ।ତେବେ ପରେ ଏହା ଆମ ପାଇଁ ଏକ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଥାଏ।କିଛି କିଛି ସମୟରେ କିଛି କାର୍ଯ୍ୟ କଲାବେଳେ ଆମର ଧ୍ୟାନ କାମରେ ନଥାଏ।ଆମେ ସବୁବେଳେ ସେହି ଚିନ୍ତାରେ ରହୁ କି କିପରି ଏ ରୋଗଗୁଡ଼ିକ ଆମଠୁ ଦୁରେଇଯିବ।
ତେବେ ଏହି ସବୁ ଚର୍ମରୋଗ ଗୁଡ଼ିକ ସାଧାରଣତଃ କବକଜନିତ ରୋଗ ହେଇଥାଏ ଓ ଏହା ଛୁଇଁବା ଦ୍ଵାରା ବ୍ୟାପିଥାଏ।ରୋଗ ହେଇଥିବା ଲୋକର ଜିନିଷ ଯେପରିକି ପାନିଆ,ଗାମୁଛା ଓ ଅନ୍ୟାନ୍ୟ କପଡା ଏଭଳି କିଛି ଜିନିଷ ବ୍ୟବହାର କଲେ ରୋଗଟି ବ୍ୟାପିଥାଏ।ତେବେ ପାଖରେ ରହୁଥିବା ଲୋକମାନେ ମଧ୍ୟ ରୋଗୀକୁ ଏକ ଅଛୁଆଁ ଲୋକ ଭାବରେ ଦେଖିଥାନ୍ତି।ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଏଠାରେ ଏକ ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବା ଯାହାକୁ ମାତ୍ର ୨-୩ ଦିନ ବ୍ୟବହାର ପରେ ଆପଣ ଫଳାଫଳ ପାଇ ପାରିବେ।
ଯଦି ଆପଣଙ୍କୁ ଏ ରୋଗ ହେଇ ଯାଇଛି ତେବେ ଆପଣ ସାବୁନ୍, ସର୍ଫ ଓ ଶାମ୍ପୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ।କପଡା ଧୋଇବା ପାଇଁ ସବୁବେଳେ ହାଲକା ଗରମ ପାଣିରେ ଖୁବ୍ କମ୍ ସର୍ଫ ପକାଇ ଧୋଇ ଦିଅନ୍ତୁ।ଯଦି ଆପଣ ମାର୍କେଟରୁ କିଛି କ୍ରିମ କିଣି ଲଗାଉଛନ୍ତି ତେବେ ତାକୁ କିଛି ଦିନ ଯାଏଁ ବ୍ୟବହାର କରି ଫଳାଫଳ ପାଇଁ ଅପେକ୍ଷା କରନ୍ତୁ।କିନ୍ତୁ ଏହା ପରେ ବି ରୋଗ ନ କମିଲା ତେବେ ଆପଣ ଏଠାରେ କୁହା ଯାଉଥିବା ଘରୋଇ ଉପଚାରକୁ ବ୍ୟବହାର କରନ୍ତୁ।ତେବେ ଯଦି ଆପଣଙ୍କ ସମସ୍ୟା ବହୁତ୍ ଗମ୍ଭୀର ଆଉ ଆପଣ କିଛି ବି ଅଲଗା ଜିନିଷ ଉପଚାର ପାଇଁ ବ୍ୟବହାର କରି ନାହାନ୍ତି ତେବେ ତୁରନ୍ତ ଏହି ଭଳି ଉପଚାର ଆରମ୍ଭ କରନ୍ତୁ।
ପ୍ରଥମେ ଆପଣ ନିଅନ୍ତୁ ଦୁଇଟି କର୍ପୁରଖଣ୍ଡ।ଯେଉଁ କର୍ପୁର ପୂଜାରେ ବ୍ୟବହାର ହୁଏ ସେଥିରୁ ୨ଖଣ୍ଡ ନେଇ ତାକୁ ଭଲ ଭାବରେ ପେଶିଦିଅନ୍ତୁ।ଏହାପରେ ଆପଣ ନିଅନ୍ତୁ ଏକ ଅଧା ଲେମ୍ବୁଖଣ୍ଡ।ଲେମ୍ବୁଟି ନେଇ ସେ କର୍ପୂର ଗୁଣ୍ଡରେ ଚିପୁଡ଼ି ଦିଅନ୍ତୁ।ଯଦି ଆପଣଙ୍କର ରୋଗ ନୂଆ ନୂଆ ଆରମ୍ଭ ହେଇଛି ତେବେ ଖାଲି ଲେମ୍ବୁରସ ଘସିଲେ ମଧ୍ୟ ଏହା ଭଲ ହେଇଯିବ।ତେବେ ଏହାପରେ ଆପଣ ନିଅନ୍ତୁ ଗ୍ଲିସେରିନ୍।
ଏହା ଆପଣଙ୍କୁ କୌଣସିବି ଔଷଧ ଦୋକାନରେ ମିଳିଯିବ।ତେବେ ଏକ ଚାମଚ୍ ଗ୍ଲିସେରିନ୍ ସେଥିରେ ମିଶାଇ ଦିଅନ୍ତୁ ଓ ଏହି ୩ଟି ଜିନିଷକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହାପରେ ବ୍ୟବହାର କରିବା ପୂର୍ବରୁ ସେ ଯାଦୁ ହେଇଥିବା ଜାଗାଟିକୁ ଡେଟୋଲ୍ ରେ ଭଲ ଭାବରେ ସଫା କରି ଦିଅନ୍ତୁ।ଏହାପରେ ଧୀରେ ଧୀରେ ଗୋଟେ ତୁଳା ଖଣ୍ଡ ସାହାଯ୍ୟରେ ଏ ଦ୍ରବଣଟିକୁ ଯାଦୁ ହେଇଥିବା ଜାଗାରେ ଲଗାଇ ଦିଅନ୍ତୁ।ଏହି ସବୁ କାମ ଆପଣ ଶୋଇବା ପୂର୍ବରୁ କରି ଦିଅନ୍ତୁ ଏବଂ ତାକୁ ଛାଡି ଦେଇ ଶୋଇ ପଡନ୍ତୁ।ଏହି ଭଳି ୨-୩ ଦିନ କରିବା ପରେ ଆପଣ ଏହାର ଫଳାଫଳ ନିଶ୍ଚୟ ଭାବରେ ପାଇବେ।ତେବେ ମାସେ ଭିତରେ ଆପଣ ସେ ଜାଗାଟିକୁ ବି ଠଉରେଇ ପାରିବେନି ଯେଉଁଠି ଯାଦୁ ହେଇଥିଲା।