June 16, 2025

Odia Express

Leading Odia News Portal of Odisha

ଆଜି ଅଟେ ପବିତ୍ର ସୋମ ପ୍ରଦୋଷ ବ୍ରତ ୨୦୨୧ – ସନ୍ଧ୍ୟାରେ କରନ୍ତୁ ଏହି ଉପାୟଗୁଡ଼ିକ..

ପ୍ରତି ମାସର କୃଷ୍ଣ ଓ ଶୁକ୍ଳପକ୍ଷର ତ୍ରୟୋଦଶୀ ତିଥିକୁ ପ୍ରଦୋଷ ବ୍ରତର ପରମ୍ପରା ଅଛି।ଏହି ଦିନ ଭଗବାନ ଶିବଙ୍କ ପୂଜା ସନ୍ଧ୍ୟା ସମୟରେ କଲେ ଏହା ଶୁଭ ହୋଇଥାଏ ଓ ଯଦି ଏହି ବ୍ରତ ସୋମବାର ଦିନ ପଡେ ତ ଏହାର ମହତ୍ତ୍ଵ ଅନେକ ଗୁଣ ବଢ଼ିଯାଇଥାଏ।କାରଣ ପ୍ରଦୋଷ ତିଥି ଓ ସୋମବାର ଏହି ଦୁଇଟି ଯାକ ମହାଦେବଙ୍କ ପ୍ରିୟ ଅଟେ।ଆଜି ବ୍ରତର ପ୍ରଭାବ ଦ୍ଵାରା ବ୍ୟକ୍ତିକୁ ଚନ୍ଦ୍ରମାର ସୁଖଫଳ ପ୍ରାପ୍ତି ହୋଇଥାଏ।ଆଜି ମୁଁ ଆପଣଙ୍କୁ ଏହି ବ୍ରତ ବିଷୟରେ କିଛି ଜରୁରୀ ସୂଚନା ଦେବି।ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ଓ ମାତା ପାର୍ବତୀ ବହୁତ ପ୍ରସନ୍ନ ଲାଭ କରିଥାନ୍ତି।

ପ୍ରଦୋଷ ବ୍ରତ ଶୁଭ ମୂହୁର୍ତ୍ତ ୨୦୨୧:- ୨୦୨୧ରେ ଜୈଷ୍ଠ କୃଷ୍ଣ ପ୍ରଦୋଷ ବ୍ରତ ସୋମବାର ଦିନ ରଖାଯିବ।ପ୍ରଦୋଷ ବ୍ରତର ପୂଜାର ଶୁଭ ମୂହୁର୍ତ୍ତ ହେବ ୭ ଜୁନ ସନ୍ଧ୍ୟାକାଳ ୭.୧୭ ମିନିଟରୁ ୯.୧୭ ମିନିଟ ପର୍ଯ୍ୟନ୍ତ।ଜୈଷ୍ଠ କୃଷ୍ଣ ତ୍ରୟୋଦଶୀ ତିଥି ଆରମ୍ଭ ହେବ ୭ ଜୁନ ସକାଳ ୮.୪୮ ମିନିଟରେ।ତ୍ରୟୋଦଶୀ ତିଥି ସମାପ୍ତ ହେବ ୮ ଜୁନ ସକାଳ ୧୧.୨୪ ମିନିଟରେ।

ସୋମ ପ୍ରଦୋଷ ବ୍ରତ ପୂଜା ବିଧି:- ବର୍ଷ ୨୦୨୧ରେ ଜୈଷ୍ଠ ମାସର ତ୍ରୟୋଦଶୀ ତିଥି ସୋମବାର ଦିନ ପଡ଼ିବ।ସୋମବାର ହେତୁ ଏହା ସୋମ ପ୍ରଦୋଷ ହେବ ଓ ଏହିଦିନ ଭଗବାନ ଶିବ ପାର୍ବତୀଙ୍କ ପୂଜା କଲେ ସୁଖି ବୈବାହିକ ଜୀବନ ଓ ଯୋଗ୍ୟ ବର ପ୍ରାପ୍ତ ହୋଇଥାଏ।ଏହି ଦିନ ସକାଳେ ସ୍ନାନ କରିବା ପରେ ବ୍ରତର ସଂକଳ୍ପ ନିଅନ୍ତୁ ଓ ମାତା ପାର୍ବତୀଙ୍କ ପ୍ରତିମା ସ୍ଥାପନ କରି ତାକୁ ପୂଜା କରନ୍ତୁ।ଆପଣ ସମସ୍ତ ପୂଜାକୁ ବିଧି ମୁତାବକ କରିବା ଦରକାର।

ପୂଜାରେ ତାଙ୍କୁ ଚନ୍ଦନ,ପୁଷ୍ପ,ଅକ୍ଷତ,ଧୂପ,ଦକ୍ଷିଣା,ନୈବେଦ୍ୟ ଅର୍ପଣ କରନ୍ତୁ।ଏବେ ଶିବ ପଞ୍ଚାକ୍ଷରି ମନ୍ତ୍ର ଉଚ୍ଚାରଣ କରିବେ।ପ୍ରଦୋଷ ବ୍ରତର ପୂଜା ପ୍ରଦୋଷ ସମୟରେ ହିଁ କରାଯାଏ।ଏଥିପାଇଁ ସନ୍ଧ୍ୟା ସମୟ ଉପଯୁକ୍ତ। ଭଗବାନ ଶିବଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ତାଙ୍କୁ ଖିରି,ଫୁଲ ଫଳ,ଧୂପ,ଦୀପ,ପାନ,ସୂପାରୀ ଅର୍ପଣ କରନ୍ତୁ।ଶେଷରେ ସୋମ ପ୍ରଦୋଷ କଥା ଶୁଣି ଆରତୀ କରନ୍ତୁ।

ପ୍ରଦୋଷ ବ୍ରତ ବା ତ୍ରୟୋଦଶୀ ତିଥି ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ।ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନୋକାମନା ପୂରଣ ହୋଇଥାଏ।ଏହିଦିନ ଭଗବାନ ଶିବଙ୍କ ଆରାଧନା କରିବା ଦ୍ୱାରା ସୁଖି ଗୃହସ୍ଥ ଜୀବନ ଓ ଯୋଗ୍ୟ ବର ମିଳିଥାଏ।ଏହି ବ୍ରତର ପ୍ରଭାବ ସେତେବେଳେ ଅଧିକ ହେବ ଯେବେ ୟେ ସୋମ ପ୍ରଦୋଷ ହେବ କାରଣ ସୋମ ପ୍ରଦୋଷ ଚନ୍ଦ୍ର ସହିତ ଯୋଡି ହୋଇରହିଛି।ଏଥିପାଇଁ ସୋମ ପ୍ରଦୋଷ ବ୍ରତ କରିବା ଦ୍ୱାରା ଶିବଙ୍କ ସହିତ ଚନ୍ଦ୍ରମା ବି ପ୍ରସନ୍ନ ହୋଇଥାନ୍ତି।ଆପଣଙ୍କ ଜାତକରୁ ଚନ୍ଦ୍ର ଦୋଷ କଟିଯାଇଥାଏ।

Leave a Reply

Your email address will not be published. Required fields are marked *