February 13, 2025

Odia Express

Leading Odia News Portal of Odisha

ମୁଣ୍ଡ ବିନ୍ଧାର ଘରୋଇ ଉପଚାର – ମାତ୍ର କିଛି ମିନିଟ ରେ ବର୍ଷ ବର୍ଷ ର ପୁରୁଣା ମୁଣ୍ଡ ବିନ୍ଧା ହେଇଯିବ ଭଲ..

ମୁଣ୍ଡ ବିନ୍ଧା,ରାତିରେ ଠିକରେ ନିଦ ନହେବା, ଫାଳେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଯିବ।ଏହା ଏପରି ଏକ ଉପଚାର ଏହାକୁ ବ୍ୟବହାର କରିବା ଦ୍ଵାରା ମୁଣ୍ଡବିନ୍ଧା,ରାତିରେ ଠିକରେ ନିଦ ନହେବା ଭଳି ସମସ୍ୟା ସଙ୍ଗେ ସଙ୍ଗେ ଠିକ୍ ହୋଇଯିବ।ଏହା ଏକ ବହୁତ ସାଧାରଣ ଉପଚାର।ଏହା ଆମ ଆଖି ସମ୍ମୁଖରେ ସର୍ବଦା ରହିଥାଏ।କିନ୍ତୁ ଆମେ ଜାଣିନାହୁଁ ଏହାର କଣ ଉପକାର ରହିଛି।ମୁଣ୍ଡ ବିନ୍ଧା ଏପରି ଏକ ସମସ୍ୟା ଯାହାପାଇଁ ଆମେ ସଦାସର୍ବଦା ବ୍ୟସ୍ତ ହୋଇଥାଉ।ଏହା ଆମକୁ ଅନ୍ୟ ରୋଗ ଅପେକ୍ଷା ଅଧିକ କଷ୍ଟ ହେଇଥାଏ।

ଏହା ଯେକୌଣସି ସମୟରେ ଆରମ୍ଭ ହୋଇପାରେ।ସକାଳୁ ଉଠିବା ପରେ ମୁଣ୍ଡ ବିନ୍ଧିଥାଏ,କାମକୁ ଯିବା ବେଳେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ, ଅଫିସରେ କାମ କଲାବେଳେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ।ମୁଣ୍ଡ ବିନ୍ଧାର ପ୍ରଧାନ କାରଣ ହେଉଛି ମୁଣ୍ଡ ଉପରେ ଅଧିକ ଚାପ ପଡିବା।ଅଯଥା ଚିନ୍ତା କରିବା ଦ୍ୱାରା ଆମ ମୁଣ୍ଡ ଉପରେ ଚାପ ପଡ଼ିଥାଏ ଫଳରେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ।ମୁଣ୍ଡ ବିନ୍ଧା ହେବା ଫଳରେ ଆମେ କୌଣସି କାର୍ଯ୍ୟକୁ ଠିକ ଭାବରେ ସମ୍ପୂର୍ଣ୍ଣ କରିପାରୁ ନାହିଁ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦେଶୀ ଗାଈର ଘିଅ ନେବା।ଏବେ ଗୋଟେ ପାତ୍ରରେ ୧-୨ ଚାମଚ ଦେଶୀ ଘିଅ ପକାଇ ଏହାକୁ କିଛି ସମୟ ପାଇଁ ଗରମ କରିବା।ଏହାକୁ ଅଳ୍ପ ଗରମ କରିବା ଯେପରି ଏହାର ଗରମ ଆମ ଶରୀର ସହିପାରିବ କାରଣ ଏହାକୁ ଆମେ ଆମ ନାକରେ ବ୍ୟବହାର କରିବା।ଏବେ ଏହି ଘିଅକୁ ରାତିରେ ଶୋଇବା ପୁର୍ବରୁ ନାକରେ ୪ ବୁନ୍ଦା ପକାଇବା ଆବଶ୍ୟକ ଓ ଧ୍ୟାନ ରଖିବା ଯେପରି ନାକକୁ ଆମେ ଉପରକୁ କରି ଶୋଇବା।ନଚେତ ଘିଅ ନାକରୁ ବାହାରିଯିବ ଓ ଏହା ଆମ ଶରୀର ପାଇଁ ଉପଯୋଜି ହୋଇପାରିବ ନାହିଁ।

ଘିଅ ନାକରେ ପକେଇବା ପରେ ଧୀରେ ଧୀରେ ନିଶ୍ବାସ ନେବା ଫଳରେ ଘିଅ ନାକରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ଓ ଆମକୁ ଆରାମ ମିଳିପାରିବ।ଧୀରେ ଧୀରେ ନିଶ୍ବାସ ନେବା ଦ୍ବାରା ଏହା ଆମ ନାକ ଭିତରକୁ ଧୀରେ ଧୀରେ ପ୍ରବେଶ କରିବ ଓ କିଛିଦିନ ପାରେ ଆମକୁ ଅନୁଭବ ହେବ କି ଆମ ମୁଣ୍ଡର ଦରଜ ଧୀରେ ଧୀରେ କମିବାରେ ଲାଗିବ।ଏହା ଫଳରେ ଆମେ ଯେକୌଣସି କାର୍ଯ୍ୟ ସଠିକ ଭାବରେ କରିପାରିବା।ଆମ ମୁଣ୍ଡରେ ଆମେ ଅଯଥା ଚାପ ନେବା ଫଳରେ ଆମ ମୁଣ୍ଡରେ ଅଧିକ ଯନ୍ତ୍ରଣା ହୋଇଥାଏ।

ଏହାକୁ ବ୍ୟବହାର କରିବା ଦ୍ଵାରା କେବଳ ମୁଣ୍ଡ ବିନ୍ଧା କମିନଥାଏ ଏହାକୁ ବ୍ୟବହାର କରିବା ଦ୍ଵାରା ଆମ ଦୃଷ୍ଟି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ। ଚଷମାର ବିନା ବ୍ୟବହାରରେ ସମସ୍ତ ଜିନିଷ ଭଲ ଭାବରେ ଦେଖାଯିବାକୁ ଲାଗିବ।ମସ୍ତିସ୍କ ଅଧିକ ବେଗରେ କାମ କରିବାକୁ ଲାଗିବ।ଫଳରେ ଆମେ ଯେକୌଣସି କାର୍ଯ୍ୟକୁ ଜଲଦି ଓ ସଠିକ ଭାବରେ ସମ୍ପୂର୍ଣ୍ଣ କରିପାରିବା।ଯେବେ ପର୍ଯ୍ୟନ୍ତ ମୁଣ୍ଡ ସହ ଜଡ଼ିତ ସମସ୍ୟା ଶେଷ ହୋଇନାହିଁ ସେବେ ପର୍ଯ୍ୟନ୍ତ ଆମେ ଏହାକୁ ବ୍ୟବହାର କରିପାରିବା ଫଳରେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବା।

Leave a Reply

Your email address will not be published. Required fields are marked *