October 27, 2024

Odia Express

Leading Odia News Portal of Odisha

ଆଣ୍ଠୁଗଣ୍ଠିରେ ବିନ୍ଧା, ୟୁରିନ ଇନଫେକ୍ସନ,ପେଟ ଜନିତ ସମସ୍ୟା, ପାଦର ତଳଭାଗ ଜନିତ ସମସ୍ୟା, ଏବଂ ଚୁଟି ଜନିତ ସମସ୍ୟାର ସହଜ ଉପାୟ

ସାଙ୍ଗମାନେ ଯଦି ଆପଣଙ୍କ ଶରୀରର କେଉଁ ଭାଗରେ ଦରଜ ରହିଥାଏ ଯେପରି ଆଣ୍ଠୁଗଣ୍ଠିରେ ଦରଜ, ଅଣ୍ଟାରେ ଦରଜ, ହାତଗୋଡ଼ରେ ଦରଜ,କାନ୍ଧରେ ଦରଜ ଆଦି।କିମ୍ୱା ଆପଣଙ୍କୁ ୟୁରିନ ଇନଫେକ୍ସନ ହୋଇଛି?ବାରମ୍ବାର ପରିସ୍ରା ଲାଗିବା ରହିରହି ପରିସ୍ରା ହେବା ଆଦି କିମ୍ୱା ଯଦି ଆପଣଙ୍କୁ କୋଷ୍ଟ କାଠିନ୍ୟ ଥାଏ ପେଟରେ ଗ୍ୟାସ ରହୁଥାଏ।ପେଟ ଭାରିଭାରି ରହୁଥାଏ,କିମ୍ୱା ଚୁଟି ଜନିତ କୌଣସି ସମସ୍ୟା ଥାଏ ତେବେ ଆଜିର ଏହି ଭିଡିଓରେ ଆମେ ଏହି ସବୁସାମସ୍ୟାର ଉପାୟ ବିଷୟରେ ଜଣାଇବୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଆଜିର ଏହି ଉପାୟରେ ଆମେ ଯେଉଁ ଜିନିଷର ବ୍ୟବହାର କରିବାକୁ ଯାଉଛୁ ତାହା ହେଉଛି ପିଆଜ।ଆମ ଆୟୁର୍ବେଦର ଅନେକ ମହାନ ଗ୍ରନ୍ଥରେ ପିଆଜର ଅନେକ ଗୁଣ ବିଷୟରେ ବତାଯାଇଛି।ପିଆଜ ଶରୀରର ଯେକୌଣସି ଦରଜ ପାଇଁ ବହୁତ ଉପକାରି ହୋଇଥାଏ।ଏହା ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ।ଥକିବା ଏବଂ କମଜୋରି ମଧ୍ୟ ଦୂର କରିଥାଏ।ଏବେ ଆସନ୍ତୁ ଜାଣିବା ଶରୀରରେ ହେଉଥିବା ଯେକୌଣସି ଦରଜର ଚିକିତ୍ସା ବିଷୟରେ।

ଯେଉଁମାନଙ୍କ ଶରୀରରେ କୌଣସି ସ୍ଥାନରେ ଦରଜ ରହୁଥାଏ ଯେପରି ଆଣ୍ଠୁ ଗଣ୍ଠିରେ ବିନ୍ଧା ହାତ ଗୋଡ଼ରେ ବିନ୍ଧା ଅଣ୍ଟାରେ ବିନ୍ଧା ଆଦି ତେବେ ଆପଣ ଗୋଟିଏ ପିଆଜର ଛୋଟ ଛୋଟ ଖଣ୍ଡ କରନ୍ତୁ।ରସୁଣର ୧୦ କୋଲାକୁ ମଧ୍ୟ ଛୋଟ ଖଣ୍ଡରେ କାଟିଦିଅନ୍ତୁ।ଏହାପରେ ଏକ ପ୍ୟାନରେ ୫୦ ମିଲିଗ୍ରାମ ସୋରିଷ ତେଲ ନିଅନ୍ତୁ ସେଥିରେ କଟାହୋଇଥିବା ପିଆଜ ଏବଂ ରସୁଣ ପକାନ୍ତୁ।ଏହାପରେ ସେଥିରେ ଏକ ଚାମଚ ମେଥିର ଦାନା ପକାନ୍ତୁ।ଏହା ପରେ ଏହାକୁ ଅଳ୍ପ ଆଂଶରେ ଗରମ କରନ୍ତୁ।ଯେତେବେଳେ ପିଆଜ ଏବଂ ରସୁଣ ତେଲରେ ପଡି କଳାପଡିଯିବେ ତେବେ ଗ୍ୟାସ ବନ୍ଦ କରିଦିଅନ୍ତୁ।ଏହାପରେ ପିଆଜ ରସୁଣ ଏବଂ ମେଥିଦାନାର ସମସ୍ତ ଗୁଣ ସେହି ସୋରିଷତେଲରେ ଆସିଯାଇଥିବା ଏହାପରେ ତେଲକୁ ଛାଣିଦିଅନ୍ତୁ।ଏହାପରେ ଆପଣଙ୍କ ଯେଉଁ ସ୍ଥାନରେ ଦରଜ ରହୁଥାଏ ଆପଣ ପ୍ରତିଦିନ ରାତ୍ରିରେ ଶୋଇବା ଆଗରୁ ଏହାକୁ ସେହି ଦରଜ ସ୍ଥାନରେ ମାଲିସ କରି ସୋଇପାରିବେ।ଏପରି କିଛି ଦିନ କରିବାପରେ ଆପଣଙ୍କ ଶରୀରରେ ହେଉଥିବା ଯେକୌଣସି ଦରଜ ଭଲ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତିଙ୍କୁ ୟୁରିନ ଇନଫେକ୍ସନର ଅସୁବିଧା ରହୁଥାଏ ତେବେ କଣ କରିବା ଉଚିତ।ଏଥିପାଇଁ ଆପଣ ୫୦ ଗ୍ରାମ ପିଆଜ ନିଅନ୍ତୁ।ଏହାପରେ ତାକୁ କାଟି ଏକ ଲିଟର ପାଣିରେ ରଖନ୍ତୁ।ଏହାପରେ ସେହି ପାଣିକୁ ଗରମ କରନ୍ତୁ।ଯେତେବେଳେ ଏହା ଗରମ ହୋଇଯିବ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବାପାଇଁ ଛାଡିଦିଅନ୍ତୁ।ଥଣ୍ଡା ହୋଇଯିବାପରେ ଏହାପରେ ସେଥିରେ ଦୁଇ ଚାମଚ ମହୁ ମିଶାନ୍ତୁ।ଏହାପରେ ସେହି ପାଣିକୁ ଆପଣ ତିନି ଭାଗରେ ବିଭକ୍ତ କରିଦିଅନ୍ତୁ।ସେହି ପାଣି ଆପଣଙ୍କୁ ତିନି ଥର ଅର୍ଥାତ ସକାଳ ଦୁଇପ୍ରହର ଏବଂ ସନ୍ଧ୍ୟାରେ ପିଇ ସାରିଦିଅନ୍ତୁ।ପ୍ରଥମ ଦିନର ବ୍ୟବହାର ପରଠାରୁହିଁ ଆପଣଙ୍କୁ ବହୁତ ଭଲ ଲାଭ ଦେଖାଯାଇଥାଏ।

ଏବେ ଆସନ୍ତୁ ଜାଣିବା ପେଟ ଜନିତ ସମସ୍ୟା ବିଷୟରେ।ସେମାନେ ଗୋଟିଏ ପିଆଜ ଏବଂ ପାଞ୍ଚ କୋଲା ରସୁଣ ନେଇ ତାହାର ମିକ୍ସଚରରେ ପେଷ୍ଟ ତିଆରି କରନ୍ତୁ।ସେହି ପେଷ୍ଟକୁ କପଡା ଦ୍ୱାରା ଛାଣି ତାହାର ରସ ବାହାର କରିଦିଅନ୍ତୁ।ଏହାପରେ ଅଦାର ମଧ୍ୟ ରସ ନିଅନ୍ତୁ।ଏହାପରେ ଦୁଇ ଚାମଚ ପିଆଜ ରସୁଣ ରସରେ ଏକ ଚାମଚ ଅଦାର ରସ ମିଶାନ୍ତୁ ଏହାପରେ ସେଥରେ ତିନି ଚାମଚ ମହୁ ମିଶାନ୍ତୁ।ଏହାକୁ ଆପଣ ଦ୍ୱିପ୍ରହର ଏବଂ ରାତ୍ରିର ଖାଇବା ପରେ ଖାଆନ୍ତୁ।ଯଦି ଏଥିରୁ କିଛି ବଳୁଛି ତେବେ ଏହାକୁ ରାତିରେ ବ୍ୟବହାର କରିପାରିବେ କିନ୍ତୁ ଏକ ଦିନ ପୁରୁଣା ଦ୍ରବଣ ବ୍ୟବହାର କରନ୍ତୁ ନାହିଁ।ଏହାପରେ ଏହାକୁ ବ୍ୟବହାର କରିବାପରେ ଆପଣଙ୍କ ପେଟ ଜନିତ ସମସ୍ୟା ଦୂର ହୋଇଯିବ।

ପାଦର ତଳଭାଗ ଜନିତ ସମସ୍ୟା ପାଇଁ ଏକ ପିଆଜ ନେଇ ତାହାକୁ ଖଣ୍ଡ କରନ୍ତୁ।ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ ମିକ୍ସଚର ଦ୍ୱାରା ତାହାର ପେଷ୍ଟ କାଢ଼ନ୍ତୁ।ଏହାପରେ ସେହି ପେଷ୍ଟରୁ ରସ ବାହାର କରନ୍ତୁ।ସେହି ରସକୁ ନେଇ ପ୍ୟାନରେ ରଖି ଅଳ୍ପ ଗରମ କରନ୍ତୁ।ଏହାପରେ ଏହାକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ।ଏହାପରେ ପାଦର ତଳଭାଗରେ ମାଲିସ କରନ୍ତୁ।ଏବଂ ଏହା କରିବାଦ୍ୱାରା ପାଦର ତଳ ଭାଗ ଜନିତ ଯାହାସବୁ ସମସ୍ୟା ଥିବ ତାହା ଦୂର ହୋଇଯିବ।

ଯେଉଁ ବ୍ୟକ୍ତିଙ୍କର ଚୁଟି ଝଡ଼ିବାରେ ଲାଗିଛି।ମୁଣ୍ଡରେ ଗଞ୍ଜାପଣ ଆସିବାରେ ଲାଗିଛି।ଏଥିପାଇଁ ମଧ୍ୟ ପୂର୍ବ ଭଳି ପିଆଜର ରସ କାଢିଦିଅନ୍ତୁ।ସେହି ରସରେ ଏକ ତୁଳାକୁ ବୁଡାନ୍ତୁ ଏହାପରେ ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ।୫ ମିନିଟ ପରେ ସାମ୍ପୁ ଦ୍ୱାରା ଧୋଇଦିଅନ୍ତୁ।ଏହାପରେ ନଡ଼ିଆ ତେଲ ଦ୍ୱାରା ମାଲିସ କରନ୍ତୁ।ଏହାକୁ ଏକ ଦିନ ଛାଡି ଏକ ଦିନ କରନ୍ତୁ।ଏହାପରେ ଆପଣଙ୍କ ଚୁଟି ଝଡ଼ିବା ଧୀରେ ଧୀରେ କମିଯିବ।

Leave a Reply

Your email address will not be published. Required fields are marked *