October 23, 2024

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀଙ୍କ କୁକ ଙ୍କ ଦରମା କେତେ?ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ – ଏପରି ଭାବେ ଚଳନ୍ତି ଅମ୍ବାନୀ ଙ୍କ ରୋଷେଇ କରୁଥିବା ଲୋକ

ସାଙ୍ଗମାନେ ଏମିତିରେ ତ ଭାରତରେ ବହୁତ ଧନୀ ଲୋକ ଅଛନ୍ତି।କିନ୍ତୁ ଏମାନଙ୍କ ଭିତରୁ ଯଦି କାହାର ଅଧିକ ଚର୍ଚ୍ଚା ହେଉଥାଏ ତ ସେ ହେଉଛନ୍ତି ମୁକେଶ ଅମ୍ବାନୀ। ରିଲିଆନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଲାଇଫ ଷ୍ଟାଇଲ ଓ ଜୀବନଶୈଳୀକୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି।ସେ ନିଜ ବୁଦ୍ଧିମତା ଦ୍ଵାରା ନିଜ କାରବାର ଓ ନିଜ ପରିବାରକୁ ସମ୍ଭାଳିଛନ୍ତି।କଥା ତାଙ୍କ ପତ୍ନୀ ନିତା ଅମ୍ବନୀଙ୍କର ହେଉ କି ତାଙ୍କ ଝିଅ ଇସା ଅମ୍ବାନୀ ସମସ୍ତେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି।ଇସା ଅମ୍ବାନୀଙ୍କ ବାହାଘର ମଧ୍ୟ ଦୁନିଆରେ ଚର୍ଚ୍ଚା ପାଲଟି ଥିଲା। ମୁକେସଙ୍କ ପରିବାର ଦୁନିଆର ଟପ ୧୦ ପରିବାର ଭିତରେ ଆସିଥାଏ।

ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମୁକେଶଙ୍କ କୁକର ଦରମା କେତେ।ଏହାକୁ ଜାଣି ଆପଣଙ୍କ ହୋସ ମଧ୍ୟ ଉଡ଼ି ଯାଇପାରେ।ଆମ୍ଭେମାନେ ସମସ୍ତେ ଯାଣିଛେ ଯେ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି।ମୁକେଶ ଯେଉଁ ଘରେ ରହିଥାନ୍ତି ତାର ନାମ ହେଉଛି ଆଣ୍ଟଲିୟା।ଏହାର ମୂଲ୍ୟ ହେଉଛି ୨ ମିଲିୟନ ଆମେରିକୀୟ ଡଲାର। ଏତେ ଟଙ୍କାର ଘର ହେତୁ ଲୋକଙ୍କୁ ରଖିବା ଅତି ସାଧାରଣ କଥା।ଏଥିପାଇଁ ତାଙ୍କ ଘରେ କାର୍ଯ୍ୟ କରୁଥିବା ସମସ୍ତେ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି।ସେ କେବେବି ତାଙ୍କ କର୍ମଚାରୀ ମାନଙ୍କୁ ଚାକର ଭଳି ଦେଖନ୍ତି ନାହିଁ।

ମୁକେଷଙ୍କ ଘରର ଦେଖାଶୁଣା କରିବା ପାଇଁ ପ୍ରାୟ ୬୦୦ ଲୋକ ଅଛନ୍ତି।ଏଥିରେ ଦଶମ ଠାରୁ ଆରମ୍ଭ କରି ଗ୍ରାଜୁଏଟ ଓ ଏମବିଏ ଡିଗ୍ରୀ ଧରି ମଧ୍ୟ ଅଛନ୍ତି।ପ୍ରତି ଫ୍ଲୋରରେ ଗୋଟିଏ ଲେଖାଏଁ ହେଡ କର୍ମଚାରୀ ଥାଆନ୍ତି ଯେଉଁମାନେ ଅନ୍ୟ ମାନଙ୍କ କାମକୁ ତଦାରଖ କରିଥାନ୍ତି।ଏହି ଘର ଏତେ ଉଚ୍ଚା ହେଇକି ମଧ୍ୟ ଏହା ୮ ସ୍କେଲର ଭୂମିକମ୍ପକୁ ସହି ଯାଇପାରେ।ଏହି ଘରର ସୁରକ୍ଷା ପାଇଁ ପ୍ରତି ମାସରେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।ଏହି ଘରକୁ ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି।ଅମ୍ବାନୀ ତାଙ୍କ କର୍ମଚାରୀ ମାନଙ୍କୁ ବହୁତ ମୋଟା ଅଙ୍କର ଦରମା ଦେଇଥାନ୍ତି।

ମୁକେଶ ଅମ୍ବାନୀ ତାଙ୍କ କୁକ କୁ ପ୍ରତି ମାସରେ ପାଞ୍ଚ ଲକ୍ଷ ଟଙ୍କା ଦରମା ଭାବରେ ଦେଇଥାନ୍ତି।ଏହାସହିତ ସେ ବର୍ଷକୁ ପ୍ରାୟ ୬୦ ଲକ୍ଷ ଟଙ୍କା ଦେଇଥାନ୍ତି।କୌଣସି କୁକ ପାଇଁ ଏହା ଏକ ବହୁତ ବଡ ଧନ ରାଶି।ଏହାସହିତ ଏମାନଙ୍କ ଘରର ପ୍ରତି ସଦସ୍ୟ ମାନଙ୍କ ପାଇଁ ଜୀବନ ବୀମା ସୁବିଧା ମଧ୍ୟ ରହିଥାଏ। ତା ସହିତ ଏମାନଙ୍କ କର୍ମଚାରୀ ମାନଙ୍କ ପିଲାମାନଙ୍କୁ ଆମେରିକାରେ ପଢିବା ପାଇଁ ସୁଯୋଗ ଦିଆଯାଇଥାଏ।ମୁକେଶ ନିଜେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିବା ଜାଣନ୍ତି।ତାଙ୍କ ପରିବାର ମଧ୍ୟରେ ସବୁଠୁ ଭଲ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ତାଙ୍କ ଝିଅ ଇସା ଅମ୍ବାନୀ।

Leave a Reply

Your email address will not be published. Required fields are marked *