October 23, 2024

Odia Express

Leading Odia News Portal of Odisha

ଝିଅ ଜନ୍ମ ହେଲେ ଏହି ଡାକ୍ତର ନିଅନ୍ତି ନାହିଁ ଫିସ୍ , ବାଣ୍ଟନ୍ତି ପୁରା ମେଡିକାଲ୍ ରେ ମିଠା – କାରଣ ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ

ଭାରତରେ ଯେଉଁଠି ଭ୍ରୁଣ ହତ୍ୟା ଘଟଣାଗୁଡିକ ଦେଖିବାକୁ ମିଳେ , ସେମିତି ଏହି ଦେଶରେ ଏକ ଡାକ୍ତର ଏମିତି ଅଛନ୍ତି ଯିଏ ଝିଅ ଜନ୍ମ ହେଲେ ଡେଲିଭରି ଫିସ୍ ନିଅନ୍ତି ନାହିଁ , ଏହା ନୁହେଁ ସେ ପୁରା ମେଡିକାଲ୍ ରେ ମିଠା ବାଣ୍ଟିଥାଏ, ଏହି ଡାକ୍ତରଙ୍କ ନାଁ ଡାକ୍ତର ଗଣେଷ ରାଖ୍ ଅଟେ, ପୁଣେ ରେ ପ୍ରାକ୍ଟିସ୍ କରୁଥିବା ଡାକ୍ତର ରାଖ ମେଡିକେୟାର୍ ଜେନେରାଲ୍ ଓ ମେଟରନିଟି ମେଡିକାଲ୍ ନାମକ ଏକ ମେଡିକାଲ୍ ର ସଂଚାଳନ କରନ୍ତି । ଏହି ମେଡିକାଲ୍ ର ଆରମ୍ଭ ୨୦୦୭ ରେ ଏହି ଉଦ୍ଧେଶ୍ୟରେ ସହ ହୋଇଥିଲା କି ଗରିବ ମା ବାପାଙ୍କୁ ଲାଭ ପହଞ୍ଚାଯାଇପାରିବ,  ସେ ୨୦୦୭ ରେ ନିଜ କ୍ଲିନିକ୍ ଆରମ୍ଭ କରିଥିଲେ , ତାଙ୍କର କହିବା କଥା କି ଗର୍ଭାବସ୍ଥାରେ ମହିଳାଙ୍କୁ ଆଣୁଥିବା ପରିବାର ସବୁବେଳେ ପୁଅର ଇଚ୍ଛାରେ ରୁହନ୍ତି, ଓ ଯେବେ ଝିଅ ଜନ୍ମ ହୋଇଥାଏ ତେବେ ସେମାନେ କାନ୍ଦନ୍ତି , ତାଙ୍କ ସହ ଆସିଥିବା ଲୋକେ ତାଙ୍କୁ ନାନାପ୍ରକାରର କଥା କୁହନ୍ତି ।

ଏହି ମେଡିକାଲ୍ ର ଏହି ଖାସିୟତ୍ ଅଛି କି କେଉଁ ବି ମା ଙ୍କୁ କୋଳରୁ ଯଦି କନ୍ୟା ସନ୍ତାନ ଜନ୍ମ ନେଇଥାଏ ତେବେ ତାହାର ପୁରା ଖର୍ଚ୍ଚ ଓ ଡାକ୍ତରଙ୍କ ଫିସ୍ ମେଡିକାଲ୍ ଦେଇଥାଏ , ଏହା ନୁହେଁ କନ୍ୟା ଜନ୍ମ ହେବା ପରେ ମେଡିକାଲ୍ ରେ ମିଠା ବଣ୍ଟା ହୁଏ, ଯାହା ଦ୍ୱାରା ଝିଅ ଜନ୍ମ ହେବାର ପ୍ରକୃତ ଖୁସି ଜଣାଯାଇପାରିବ , ଡାକ୍ତର ରାଖ୍ ଙ୍କ ମାନିବା କଥା କି ତାଙ୍କ ଏହି ଛୋଟ ପଦକ୍ଷେପରୁ ପରିବାର୍ ଲୋକଙ୍କ ଘରେ କନ୍ୟାର ଆଗମନରେ ଖୁସି ହୁଅନ୍ତି, ସେ କହନ୍ତି କି ଦେଶରେ କନ୍ୟା ଭ୍ରୁଣ ହତ୍ୟା ଏବେ ନିର୍ବାଧ ରୁପରେ ଜାରି ଅଛି, ସାଧାରଣତଃ ଆମର ସମାଜରେ କନ୍ୟା ଜନ୍ମ ନେଲେ ମା ମାନେ ବହୁତ ଚିନ୍ତାରେ ପଡିଯାଆନ୍ତି । କନ୍ୟା ଭ୍ରୁଣ ଉପରେ ଲଗାମ ଲଗାଇବାପାଇଁ ନାରା ବୟାନର ପ୍ରୟୋଗ କରାଯାଏ , କିନ୍ତୁ ଡାକ୍ତର ରାଖ୍ ସଠିକ୍ ମାଇନାରେ ଏହି ପ୍ରକାରର ପଦକ୍ଷେପ କରି ସମାଜକୁ ଆଇନା ଦେଖାଇବାର କାମ କରିଛନ୍ତି ।

୨୦୧୧ ର ଜନଗଣନା ରେ ଝିଅଙ୍କ କମୁଥିବା ଜନସଂଖ୍ୟା ଦେଖିକରି ଗଣେଷ ଚିନ୍ତିତ ହୋଇଗଲେ , ସେହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଝିଅଙ୍କ କମିକୁ ନେଇ ନେଶନ୍ୟାଲ୍ ଶେମ୍ କହିଥିଲେ, ଓ ସେଭ୍ ଗାର୍ଲ ଚାଇଲ୍ଡ କ୍ୟାମ୍ପେନ୍ ଉପରେ ଜୋର୍ ଦେଇଥିଲେ , ୩ ଜାନୁୟାରୀ ୨୦୧୨ କୁ ଗଣେଷ ଏହି ଅଭିଯାନକୁ ଆରମ୍ଭ କରିଥିଲେ, ମୁଲବି ବାଚବା ଅଭିଯାନ ମରାଠିରେ ଝିଅକୁ ମୁଲଗି କହନ୍ତି, ଗଣେଷ ସେହି ସମୟରେ ଘୋଷଣା କରିଥିଲେ କି ଏବେ ସେ ଝିଅ ଜନ୍ମ ହେଲେ ଫିସ୍ ନେବେ ନାହିଁ , ପୁଅ ଜନ୍ମ ହେଲେ ଘର ଲୋକେ ସେଲିବ୍ରେଟ୍ କରନ୍ତି, ଓ ଝିଅ ହେଲେ ପୁରା ମେଡିକାଲ୍ ସେଲିବେଟ୍ କରିଥାଏ ।

Leave a Reply

Your email address will not be published. Required fields are marked *