October 26, 2024

Odia Express

Leading Odia News Portal of Odisha

ଓଡ଼ିଆ ମଜାଳିଆ ପ୍ରଶ୍ନ ଉତ୍ତର – ଏମିତି ତିନୋଟି ସଂଖ୍ୟା କୁହନ୍ତି ଯାହାକୁ ମିସେଇଲେ ଯାହା ଗୁଣନ କଲେ ମଧ୍ୟ ତାହା ହେବ?୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଦେବାରେ ଫେଲ ହେଇଯିବେ

ପୁଣି ନୂଆ ପ୍ରଶ୍ନ ପୁଣି ନୂଆ ଉତ୍ତର ନେଇ ଅଶିଚୁ ଆମେ ଆପଣଙ୍କ ପାଇଁ ,ଖାସ ଆପଣଙ୍କ ଭଲ ପାଇବା ଦେଖି ଆମେ ସବୁଦିନ ନୂଆ ନୂଆ ପ୍ରଶ୍ନ ଉତ୍ତର ଆଣିବା ପାଇଁ ଚେଷ୍ଟା କରୁଚୁ ତେବେ ଏହି ପ୍ରଶ୍ନ ଉତ୍ତର ଶୁଣିବା ପରେ ନିଶ୍ଚୟ ଆପଣଙ୍କ ଜ୍ଞାନ ବଢୁଥିବା ଏଥିରେ ସନ୍ଦେହ ନାହିଁ ଆମର ପ୍ରୟାସ ସବୁବେଳେ କିଛି ନୂଆ ନୂଆ କଥା ଆପଣ ଶିଖନ୍ତୁ ସେଠି ପାଇଁ ସବୁଦିନ ନୂଆ ଚତୁର ଓ ମଜାଦାର ପ୍ରଶ୍ନ ଆପଣଙ୍କ ପାଇଁ |ତେବେ ଚାଲନ୍ତୁ ଆରମ୍ଭ କରେଇବା ଆଜିର ପ୍ରଶ୍ନ ଉତ୍ତର ବିଭାଗ

ପ୍ରଶ୍ନ:- ତାହା କେଉଁ ଜିନିଷ ଯାହା ଲୋକମାନେ ବର୍ଷକୁ କେବଳ ଥରେ କିନିଥାନ୍ତି?

ଉ:- ରାକ୍ଷୀ

ପ୍ରଶ୍ନ:- ଆଗକୁ ଯେତେ ଦୂର ଯିବ ପଛରେ ସେତେ ଛାଡି ଆସିବ?

ଉ:- ପାଦ ଚିହ୍ନ

ପ୍ରଶ୍ନ:- ତାହା କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଆପଣଙ୍କ ଠାରୁ ଅଧିକ ଲୋକ ବ୍ୟବହାର କରନ୍ତି?

ଉ:- ଆପଣଙ୍କର ନାମ

ପ୍ରଶ୍ନ:- ତାହା କଣ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ?

ଉ:- ରାଣ

ପ୍ରଶ୍ନ:- ଗୋଟିଏ ଦଉଡ଼ିକୁ ଥରେ କାଟିଲେ ଦୁଇ ଖଣ୍ଡ ହୁଏ ସେହି ଦୌଡ଼ିକୁ ତିନି ଥର କାଟିଲେ ତାହା କେତେ ଖଣ୍ଡ ହେବ?

ଉ:- ଚାରି ଖଣ୍ଡ

ପ୍ରଶ୍ନ:- କବାଟ ପଡ଼ିଲେ ଦିନ ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର?

ଉ:- ଆଖି ପତା

ପ୍ରଶ୍ନ:- ମା ଠାରୁ ଜନ୍ମ ହୁଏ କିନ୍ତୁ ମା ଛୁଇଁଲେ ମରିଯାଏ ତାହା କଣ?

ଉ:- ଲୁଣ

ପ୍ରଶ୍ନ:- ତାହା କଣ ଯାହା ପୁରା କୋଠରୀରେ ଭରି ଯାଏ କିନ୍ତୁ ଟିକିଏ ହେଲେ ଜାଗା ନିଏ ନାହିଁ?

ଉ:- ଆଲୋକ

ପ୍ରଶ୍ନ:- ଏମିତି କେଉଁ ଜିନିଷ ତାହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ?

ଉ:- ଅଣ୍ଡା

ପ୍ରଶ୍ନ:- ଗୋଟିଏ ଶବ୍ଦରେ ଉତ୍ତର ଦିଏ।ଗୋଟିଏ ଫଳର ନାମ,ଗୋଟିଏ ଝିଅର ନାମ ଓ ଗୋଟିଏ ରଙ୍ଗର ନାମ?

ଉ:- କମଳା

ପ୍ରଶ୍ନ:- ତାହା କଣ ଯାହାକୁ ଆମେ ଦିନରେ ଅନେକ ଥାଏ ଉଠେଇଥାଉ ଓ ଅନେକ ଥର ରଖିଥାଉ?

ଉ:- ପାଦ

ପ୍ରଶ୍ନ:- ଏମିତି ତିନୋଟି ସଂଖ୍ୟା କୁହନ୍ତି ଯାହାକୁ ମିସେଇଲେ ଯାହା ଗୁଣନ କଲେ ମଧ୍ୟ ତାହା ହେବ?

ଉ:- ୧,୨,୩

Leave a Reply

Your email address will not be published. Required fields are marked *