October 24, 2024

Odia Express

Leading Odia News Portal of Odisha

ଯଦି ଦୁନିଆରେ ପଇସା ନଥାନ୍ତା ତ କଣ ହୋଇଥାନ୍ତା – ଏହି କଥା ଜାଣିବା ପରେ ପଇସା ପ୍ରତି ଥିବା ଆପଣଙ୍କ ଭ୍ରମ ଧାରଣା ଦୂର ହେଇଯିବ..

ସାଙ୍ଗମାନେ କଣ ଆପଣ ଆପଣଙ୍କ ଜୀବନ ପଇସା ବିନା ଆରମ୍ଭ କରିପାରିବେ।ଧରି ନିଅନ୍ତୁ ଯେ ଦୁନିଆରେ ପଇସା ନାମରେ କୌଣସି ଜିନିଷ ନାହିଁ ତ କଣ ହେବ।ସକାଳୁ ଉଠି ଆମେ ଦେଖୁଚି କି କଫି ପିଇବା ପାଇଁ ଆମ ପାଖରେ ପଇସା ଅଛି ନ ନାହିଁ।ଆପଣ କୌଣସି କଫି ସପରୁ କଫି ପୀକରି ବିନା ପଇସା ଦେଇକରି ଆସି ପାରିବେ କି?ଯଦି ଦୁନିଆରେ ପଇସା ନ ଥାଆନ୍ତା ତ ଦୁନିଆ କିପରି ହୋଇଥାନ୍ତା।ଆଜି ମୁଁ ଆପଣ ମାନଙ୍କୁ ଏହି ବିଷୟରେ କହିବି।

ଆମ ଲୋକ ମାନଙ୍କ ପାଖରେ ଭାବନା ଏହା ଅଛି ଯେ ଯାହା ପାଖରେ ଅଧିକ ପଇସା ଅଛି ସେ ଧନୀ।କିନ୍ତୁ ସେ ଦୁନିଆରେ ଧନୀର ଭାବନା ଅଲଗା ହୋଇଥାନ୍ତା।ସେ ଦୁନିଆରେ ସମସ୍ତଙ୍କ ପାଖରେ ଗୋଟିଏ ପ୍ରକାର ଜିନିଷ ଥାଆନ୍ତା।ଯାହା ଆପଣଙ୍କ ପଡୋଶୀଙ୍କ ପାଖରେ ଥାଆନ୍ତା ସେ ଜିନିଷ ଆପଣଙ୍କ ପାଖରେ ମଧ୍ୟ ଥାଆନ୍ତା।ଏମିତି ବହୁତ ଜିନିଷ ରହିଥାଏ ଯାହା ଲୋକ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାର ଧନୀ ବନାଇଥାଏ।

ଯଦି ଆପଣ ବିବାହ କରିଛନ୍ତି ତ ଆପଣ ଜାଣିଥିବେ ଯେ ସ୍ବାମୀ ଓ ସ୍ତ୍ରୀ ଭିତରେ ଅଧିକ ଝଗଡ଼ା ପଇସାକୁ ନେଇ ହୋଇଥାଏ।ଆମେ କହିପାରିବା ଯେ ଅଧିକ ଯୋଡି ଏଇ ପଇସା ପାଇଁ ହିଁ ଭାଙ୍ଗିଥାଏ।କିନ୍ତୁ ଯଦି ଏମିତି ଦୁନିଆ ଥାଆନ୍ତା ଯେଉଁଠାରେ ପଇସା ହୁଅନ୍ତା ନାହିଁ ତ ଆପଣଙ୍କ ଉପରେ କୌଣସି ପ୍ରେସର ନଥାନ୍ତା।ସେଠାରେ ଲୋକ ମାନେ ବଡ ଖୁସିରେ ବସବାସ କରୁଥାନ୍ତେ।ପତି ଓ ପତ୍ନୀଙ୍କ ଯୋଡି ଠିକଠାକ ରୁହନ୍ତି।

ଏମିତି ବହୁତ ଜାଗା ଅଛି ଯେଉଁଠାରେ ଜାତିବାଦର ଭୂମିକା ରହିଛି।ବାସ୍ତବରେ ସେସବୁ ଲୋଭ ପାଇଁ ସୃଷ୍ଟି ହୋଇଥାଏ।ଯେବେ ଆମେ ବିନା ପଇସାରେ କିଛି ଜିନିଷ ନେବା ଆଣିବା କରିଥାଏ ତ ଲୋଭର ଚିହ୍ନ ବର୍ଣ୍ଣ ନଥାଏ।ଧର୍ମ ପରିବର୍ତନ ଓ ଜାତିବାଦ ଆଦି ବହୁତ ଜିନିଷ କେବଳ ପଇସା ପାଇଁ ହୋଇଥାଏ।ଯେଉଁଠାରେ ପଇସାର କୌଣସି ଅସ୍ତିତ୍ବ ନ ଥିବ ସେଠାରେ ଏସବୁ ଜିନିଷ ନଷ୍ଟ ହୋଇଯିବ।

ଯଦି ବା ଏମିତି ଦୁନିଆ ଥାଆନ୍ତା ତ ଜୀବନ ବହୁତ ସହଜ ହୋଇଯାଆନ୍ତା।କାରଣ ପଇସା ସମସ୍ତ ଖରାପ କାମର ମୂଳ ଅଟେ।ଆମେ ସମସ୍ତେ ଏକା ସାଥିରେ ରହିଥାନ୍ତି।ସମସ୍ତଙ୍କ ସହିତ ଭଲ ଭାବେ ମିଶିପାରନ୍ତେ।ଏହାପରେ ଏ ଦୁନିଆ ବହୁତ ଭଲ ଦୁନିଆ ହୋଇଯିବ।

ଏପରି ଦୁନିଆରେ ବହୁତ ଘର ଥିବ କିନ୍ତୁ ସେଥିରେ ଆପଣଙ୍କୁ ରହିବା ପାଇଁ ଜମା ବି ପଇସା ଲାଗିବ ନାହିଁ।ଏହା ବଦଳରେ ଆପଣ ଛୋଟ ମୋଟ କାମ କରିପାରିବେ।ଆପଣ ନିଜ ପାଇଁ ଘର ତିଆରି କରିବେ କାରଣ ଏଥିପାଇଁ ଆପଣଙ୍କୁ ପଇସାର ଆବଶ୍ୟକତା ପଡିବ ନାହିଁ।ଏହି ହିସାବରେ ସେଠାରେ କେହି ବି ବେଘର ରହିବେ ନାହିଁ

Leave a Reply

Your email address will not be published. Required fields are marked *