October 23, 2024

Odia Express

Leading Odia News Portal of Odisha

ଆପଣଙ୍କ ଆଖି କାହିଁକି ଡେଇଁଥାଏ?ଏହି ବଡ ସଂକେତ ଦେଇଥାଏ ଆପଣଙ୍କ ଆଖି ଡେଇଁବା..

ସାଙ୍ଗମାନେ ଆଖି ଡେଇଁବା ଏକ ଏମିତି ସମସ୍ୟା ଯାହା କାହାକୁ ବି କୌଣସି ବୟସରେ ହୋଇଥାଏ।କେବଳ ଭାରତ ଦେଶ ନୁହେଁ ବହୁତ ଅଲଗା ଦେଶ ଅଛନ୍ତି ଯେଉଁମାନେ ଆଖି ଡେଇଁବାକୁ ଶୁଭ ଓ ଅଶୁଭ ବୋଲି ମାନନ୍ତି।ଆପଣ ମାନଙ୍କ ସହ ଏମିତି ବହୁତ ଥର ହୋଇଥିବ।ଯେତେବେଳେ ଆପଣଙ୍କ ଆଖି ଡେଇଁଥାଏ ତ ଲୋକମାନେ କୁହନ୍ତି ଆଜି ତୋ ସହିତ ଏହା ଘଟିବ,ଏପରି ହେବ ତ ବିଜ୍ଞାନ ଦୁନିଆ ଏହା ବିଷୟରେ କଣ କୁହେ।ଆଜି ମୁଁ ଆପଣ ମାନଙ୍କୁ ଏହି ବିଷୟରେ କହିବି ଯେ ଆଖି କଣ ପାଇଁ ଡେଇଁଥାଏ।ଏହା ଏକ ଅତି ସାଧାରଣ କଥା ଅଟେ।

ସାଙ୍ଗମାନେ ବହୁତ ଦେଶ ଅଛନ୍ତି ଯେଉଁମାନେ ଏପରି ହେବାକୁ ଶୁଭ ଓ ଅଶୁଭ ବୋଲି ମାନନ୍ତି।ଚାଇନାରେ ବାମ ଆଖି ଡେଇଁବା ଦ୍ଵାରା ତାକୁ ଶୁଭ ବୋଲି କୁହାଯାଏ।ସେହିପରି ଭାରତରେ ବାମ ଆଖି ଡେଇଁବା ଦ୍ଵାରା ତାକୁ ଅଶୁଭ ବୋଲି ଧରାଯାଏ।ଡାହାଣ ଆଖି ଡେଇଁବାକୁ ଚାଇନାରେ ଅଶୁଭ ସଂକେତ ବୋଲି ମାନନ୍ତି।ସେହିପରି ଭାରତରେ ଡାହାଣ ଆଖି ଡେଇଁବା ଦ୍ଵାରା ତାକୁ ଶୁଭ ବୋଲି ମାନନ୍ତି।କିନ୍ତୁ ସ୍ତ୍ରୀ ମାନଙ୍କ କ୍ଷେତ୍ରରେ ଏହା ଓଲଟା ହୋଇଥାଏ।ଚାଇନାରେ ଆଖି ତଳର ଭାଗ ଡେଇଁବା କାନ୍ଦିବାର ସଂକେତ ବୋଲି ଧରାଯାଏ।

ଯଦି ଆପଣ ଏକ ମହିଳା ଅଟନ୍ତି ତ ଡାହାଣ ଆଖି ଆପଣଙ୍କ ପାଇଁ ଶୁଭ ବୋଲି ଧରାଯାଏ।ଭାରତରେ ପୁରୁଷ ମାନଙ୍କର ବାମ ଆଖି ଡେଇଁବା ଦୁର୍ଭାଗ୍ୟ ଓ ଖରାପ ଖବରର ସଂକେତ ଦେଇଥାଏ।ଭାରତରେ ଆଖି ସିଧା ଡେଇଁବା ଦ୍ଵାରା ତାକୁ ସଫଳତା,ଭଲ ଖବର ଓ ଭଲ ଭାଗ୍ୟର ସଂକେତ ବୋଲି ଧରାଯାଏ।କିନ୍ତୁ ଆଫ୍ରିକାର ନାଇଜେରିଆର ଲୋକମାନେ ଆଖିର ତଳ ଭାଗ ଡେଇଁଲେ ତାକୁ କାନ୍ଦିବାର ସଂକେତ ବୋଲି କୁହନ୍ତି।ଯଦି ଆପଣଙ୍କ ଉପର ଭାଗ ଡେଉଁଥାଏ ତ ଏହା କାହାର ଆଗମନର ସଙ୍କେତ ବୋଲି କୁହାଯାଏ।ଆମେରିକାରେ ବାମ ଆଖି ଡେଇଁବା କୌଣସି ଅତିଥି ଆସିବାର ସୂଚନା ଦିଏ।

କିନ୍ତୁ ବିଜ୍ଞାନ ଅନୁସାରେ ଆପଣଙ୍କ ଆଖି ଡେଇଁବା କୌଣସି ମେଡିକାଲ ସମସ୍ୟା ଆଡ଼କୁ ଦର୍ଶାଇ ଥାଏ।ଆଖି ଡେଇଁବା ସାଧାରଣ ଓ ସିରିଅସ ମଧ୍ୟ ହୋଇପାରେ।ଏହାକୁ ଆପଣ ମାନେ କେବେବି ଅବହେଳା କରିବେ ନାହିଁ କାରଣ ଏହି ଛୋଟ ସମସ୍ୟା ଆଗକୁ ଯାଇ ଏକ ବଡ଼ ସମସ୍ୟା ହୋଇପାରେ।ଆଖି ଡେଇଁବା ଆପଣଙ୍କ ଆଖି ମାନଙ୍କର ସିରା ମାନଙ୍କର ଏକ ଅନାବଶ୍ୟକ କମ୍ପନ ସୃଷ୍ଟି ହେବା ଯୋଗୁଁ ହୋଇଥାଏ।ଏହା କିଛି ସେକେଣ୍ଡ ରୁ କେତେ ଦିନ ପର୍ଯ୍ୟନ୍ତ ହୋଇପାରେ।ଯଦି ଆପଣଙ୍କ ଆଖି ଲଗାତାର ଡେଉଁଛି ତ ଆପଣ ଆପଣଙ୍କ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଏହା ବେଳେବେଳେ ବଡ଼ ସମସ୍ୟା ଆଡ଼କୁ ଟାଣି ନେଇଥାଏ।

Leave a Reply

Your email address will not be published. Required fields are marked *