October 22, 2024

Odia Express

Leading Odia News Portal of Odisha

ଖୋଲିଲା ଲକ ଡାଉନ – ଓଡ଼ିଶାର ଏହି ୨୦ ଜିଲ୍ଲା ଗୁଡି଼କରେ ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ଖୋଲିଲା ଲକ ଡାଉନ – ଏହି ୧୦ ଟି ଜିଲ୍ଲାରେ ଲକ ଡାଉନ ଜାରି ହେଲା

ବର୍ତମାନ ସମାୟାରେ ରାଜ୍ୟସରକାର କରୋନା ସମ୍ବଧୀୟ ନୂଆ ନିୟମ ଆଣିଛନ୍ତି |ତେବେ ବର୍ତମାନ ସରକାର ଏକ ବଡ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଆଗାମୀ ଜୁଲାଇ ୧୭ ଯାଏ ଆଂଶିକ ଲକ ଡାଉନ ରହିବ | ଅନେକ ଦିନରୁ ସମଗ୍ର ଓଡ଼ିଶାରେ ଆଂଶିକ ଲକ ଡାଉନ ଜାରି ରହିଛି।ସୂଚନା ମୁତାବକ ଆଂଶିକ ଲକ ଡାଉନରେ କିଛି ପରିବର୍ତ୍ତନ ଦେଖାଯାଇ ପରେ। ଅର୍ଥାତ ହୁଏତ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ତରଫରୁ କିଛି ଜରୁରୀ କାଳୀନ ଘୋଷଣା କରିଛନ୍ତି।ତେବେ ରାଜ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ ଯେଉଁ ସ୍ଥାନ ଗୁଡିକରେ ପରିସ୍ଥିତି ନିୟନ୍ତ୍ରଣ ଅବସ୍ଥାରେ ରହିଛି ସେହି ସ୍ଥାନରେ କେବଳ ରାତିରେ କର୍ଫ୍ୟୁ ଲାଗି ରହିବ।ଏହା ସହିତ ପରିସ୍ଥିତି ଅନୁସାରେ କେବଳ ସ୍ବାଭାବିକ ଥିବା ସ୍ଥାନରେ ଆଂଶିକ ଲକ ଡାଉନରେ କିଛି ପରିବର୍ତ୍ତନ କରାଯିବ।

କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ସ୍ଥାନରେ ମହାମାରୀର ପ୍ରଭାବ କମିଛି ସେହି ସମସ୍ତ ସ୍ଥାନରେ ଆଗାମୀ 2 ସପ୍ତାହ ପର୍ଯ୍ୟନ୍ତ ଲକ ଡାଉନ ରଖିବାକୁ ମତ ଦେଇଛନ୍ତି।ଅର୍ଥାତ ଜୁଲାଇ ୧୬ ଯାଏ ଲକ ଡାଉନ ଜାରି ରହିବ  | ଏହାପରେ ସେହି ସ୍ଥାନରେ ସରକାର ଚାହିଁଲେ ପରିସ୍ଥିତି ସ୍ବଭାବିକ କରିପାରିବେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।ଏହା ସହିତ ଯେଉଁ ସ୍ଥାନ ମାନଙ୍କରେ ଦିନ ୧ଟା ପର୍ଯ୍ୟନ୍ତ ବଜାର ଖୋଲା ରହୁଛି ବା ଯେଉଁ ସ୍ଥାନ ଗୁଡିକରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରଖାଯାଉଛି ସେହି ସମସ୍ତ ସ୍ଥାନ ଗୁଡିକରେ ଆଉ ଏକ ଘଣ୍ଟା ଅଧିକ ଖୋଲା ରହିବାର ସମ୍ଭାବନା ରହିଛି।

ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ କି ସମସ୍ତ ୩୦ ଟି ରାଜ୍ୟକୁ ସେ ଦୁଇ ଭାଗରେ ବିଭକ୍ତ କରିଥିଲେ।ଯେଉଁଥିରେ ୨୦ ଟି ଜିଲ୍ଲା ଗୋଟେ ଭାଗରେ ରହିଥିଲେ ଓ ବାକି ୧୦ ଟି ଜିଲ୍ଲା ଅନ୍ୟ ଏକ ଭାଗରେ ରହିଥିଲେ।ତେବେ ପ୍ରଥମ ଭାଗରେ ଯେଉଁ ୧୭ଟି ଜିଲ୍ଲା ରହିଥିଲା ସେହି ସମସ୍ତ ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଆଂଶିକ ଲକ ଡାଉନ ରହିଥିଲା।ଦିତୀୟ ଭାଗରେ ଥିବା ୧୩ଟି ଜିଲ୍ଲା ଗୁଡ଼ିକୁ ସକାଳ ୫ ରୁ ଅପରାହ୍ନ ୧ ଯାଏ ବଜାର ଖୋଲିବାକୁ ଅନୁମତି ରହିଥିଲା।ତାବେ ସରକାର ଏହି ସମସ୍ତ ଘୋଷଣାରେ କିଛି ପରିବର୍ତ୍ତନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ଏହା ସହିତ ସେହି ପ୍ରଥମ ଭାଗର ସମସ୍ତ ଜିଲ୍ଲା ଗୁଡ଼ିକ ସହିତ ଆଉ ୩ ଟି ଜିଲ୍ଲା ମିଶାଇବା କୁ ସେ ସୂଚନା ଦେଇଛନ୍ତି।ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର,ଢେଙ୍କାନାଳ ଓ କେଉଁଝର ।ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ଯଥେଷ୍ଟ କମ ଥିବାରୁ ଏହାକୁ ପ୍ରଥମ ଭାଗରେ ମିଶାଇ ଦିଆଯାଇଥିବା ସେ ଘୋଷଣା କରିଛନ୍ତି।ଅର୍ଥାତ ସେହି ସମସ୍ତ ଜିଲ୍ଲାରେ ବର୍ତ୍ତମାନ ଦିନ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବଜାର ଖୋଲା ରହିବା ବୋଲି ସେ ଘୋଷଣା କରିଛନ୍ତି।ଏହା ସହିତ ସେ ଏହି ଜିଲ୍ଲାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବର୍ତ୍ତମାନ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।ଯେଉଁଥିରେ ୨୦ ଟି ଜିଲ୍ଲାକୁ ପ୍ରଥମ ଭାଗରେ ରଖାଯାଇଛି ଓ ବାକି ୧୦ ଟି ଜିଲ୍ଲାକୁ ଦ୍ୱିତୀୟ ଭାଗରେ ରଖାଯାଇଛି।ତେବେ ସେହି ଦ୍ୱିତୀୟ ଭାଗରେ ରଖାଯାଇ ଥିବା ଜିଲ୍ଲା ଯେଉଁଥିରେ ପ୍ରତି ୧୦୦ ଜଣରେ ପାଞ୍ଚଜଣ ମହାମାରୀ ସଂକ୍ରମିତ ଅଛନ୍ତି ସେହି ସମସ୍ତ ୧୦ ଟି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼,ପୁରୀ,ଖୋର୍ଦ୍ଧା,କଟକ,ଜଗତସିଂପୁର,କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ,ବାଲେଶ୍ଵର ଓ ମୟୂରଭଞ୍ଜ।

ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ୫-୧୦ ପ୍ରତିଶତ ମଧ୍ୟରେ ଥିବାରୁ ଏହି ସମସ୍ତ ସ୍ଥାନରେ କଟକଣା କୋହଳ କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି।ଏହା ସହିତ ବାକି ସମସ୍ତ ୨୦ ଜିଲ୍ଲାର କଟକଣାରେ କିଛି ମାତ୍ରାରେ କୋହଳ କରାଯିବାର ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *