October 26, 2024

Odia Express

Leading Odia News Portal of Odisha

ହିରୋ କମ୍ପାନୀର ଏହି ଇଲେକ୍ଟ୍ରିକ୍ ସ୍କୁଟର ମିଳୁଛିରେ ମିଳୁଛି ଆକର୍ଷଣୀୟ ଛାଡ, ଆଜି ହିଁ କିଣିନିଅନ୍ତୁ

ପେଟ୍ରାଲ୍ ଦାମ୍ ଏବେ ଆକାଶଛୁଆଁ ହୋଇଛି, ଯାହାର କାରଣରୁ ବାଇକ୍ ଗୁଡିକ ଚଲାଇବା ଏବେ ମୁସକିଲ୍ ହୋଇଯାଇଛି, ବହୁତ ମହଙ୍ଗା ପେଟ୍ରୋଲ୍ ହେତୁ ଲୋକେ ଏବେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପସନ୍ଦ କରୁଛନ୍ତି, ଯଦି ଆପଣ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଠିକ୍ ଜାଗାରେ ଆସି ପହଞ୍ଚିଛନ୍ତି, ଆପଣଙ୍କୁ କହିଦେବୁ କି ଦୁଇ ଚକିଆ କମ୍ପାନୀ ହିରୋ ନିଜର ଇଲେକ୍ଟ୍ରିକ୍ ସ୍କୁଟର Flash-Li-Ion ଉପରେ ଭାରି ଛାଡ ଦେଉଛି । ଏହି ସ୍କୁଟର ଉପରେ କମ୍ପାନୀ ୭,୦୮୮ ଟଙ୍କାର ଭାରି ଡିକ୍ସାଉଣ୍ଟ ଦେଉଛି, ଏହି ଡିସ୍କାକାଊଣ୍ଟ ପରେ ଏହାର ପ୍ରାରମ୍ଭିକ ଶୋରୁମ୍ ଦାମ୍ ୨୯,୯୦୦ ଟଙ୍କା ଓ ଅନରୋଡ୍ ପ୍ରାଇସ୍ ୩୨,୭୧୦ ହୋଇଯାଇଛି

କମ୍ପାନୀର କହିବା କଥା କି ଏହି ଅଫର୍ ସିମିତ ସମୟ ପାଇଁ ଅଟେ ଏଥିପାଇଁ ଆପଣ ଏହି ଅଫରର ଫାଇଦା ନେବାପାଇଁ ଜଲଦି ଏହାକୁ କିଣିନିଅନ୍ତୁ । ତାହା ସହ କମ୍ପାନୀ ଦ୍ୱାରା ଅଫର୍ ଦିଆଯାଈଛି କି ଯଦି ଆପଣ Paytm ଦ୍ୱାରା ଏହି ସ୍କୁଟରକୁ କିଣୁଛନ୍ତି ତେବେ ଆପଣଙ୍କୁ ୧୦,୫୦୦ ଟଙ୍କା ଫାଇଦା ଅଲଗା ଭାବରେ ମିଳିବ, ଏହି ଇଲେକ୍ଟ୍ରିକ୍ ସ୍କୁଟରର ବିଶେଷତା ବିଷୟରେ କହିଲେ ଏଥିରେ ଏଲ୍ ଇଡି ହେଡ୍ ଲାଇଟ୍, ମୋବାଇଲ୍ ଚାର୍ଜିଙ୍ଗ୍ ସୁବିଧା, ରିଜେନେରେଟିବ୍ ବ୍ରେକିଙ୍ଗ୍ ସିଷ୍ଟମ୍ ପରି ଫିଚର୍ସ ମିଳିବ ।

ହିରୋ ନିଜର ଫ୍ଲାସ୍ ଇଲେକ୍ଟ୍ରିକ୍ ସ୍କୁଟରରେ ୨୫୦ ୱାଟର BLDC ହବ୍ ମୋଟର୍ ଲଗାଇଛି, ଏଥିରେ ୪୮ଭୋଲ୍ଟ/ ୨୮AH ର ବ୍ୟାଟେରି ଦିଆଯାଇଛି, ଯାହାକୁ ଫୁଲ୍ ଚାର୍ଜ କରିଲେ ପ୍ରାୟ ୪ ଘଣ୍ଟାରୁ ୮ ଘଣ୍ଟା ସମୟ ଲାଗେ, ଟପ୍ ସ୍ପିଡ୍ କଥା କହିଲେ ଏହି ସ୍କୁଟର ୨୫ କିମି ପ୍ରତି ଘଣ୍ଟାର ବେଗରେ ଚଲାଯାଈପାରିବ ଓ ଫୁଲ୍ ଚାର୍ଜ ପ୍ରାୟ ୫୦-୬୦ କିମି ପର୍ଯ୍ୟନ୍ତ ଚାଲିପାରିବ ,ସବୁଠାରୁ ବଡ ଖାସିୟତ୍ ଏହାକି ହିରୋ ଫ୍ଲାସ୍ ଇଲେକ୍ଟ୍ରିକ୍ ସ୍କୁଟର ଲେଡ୍ ଏସିଡ୍ ଭର୍ସନ ଚଲାଇବା ପାଇଁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଦରକାର ପଡେନି, ଓ ନା ହିଁ କିଛି ରେଜିଷ୍ଟ୍ରେସନ୍ କରିବା ଜରୁରୀ, ଏହି ସ୍କୁଟର ଲାଲ୍ ଓ ସିଲଭର୍ ରଙ୍ଗରେ ଆସୁଛି ।

Leave a Reply

Your email address will not be published. Required fields are marked *