October 25, 2024

Odia Express

Leading Odia News Portal of Odisha

ମୁଢ଼ି ଖାଇବା ଦ୍ଵାରା ହୋଇଥାଏ ଏହି ସବୁ ଫାଇଦା – ଜାଣିଲେ ଆପଣ କହିବେ ବାପ ରେ ମୁଢି ଖାଇବା ମଧ୍ୟ ଏତେ ଲାଭ ଦାୟକ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମୁଢ଼ି ଖାଇବାର କଣ ସବୁ ଫାଇଦା ରହିଛି।ମୁଢ଼ି ଚାଉଳରୁ ତିଆରି କରା ଯାଇଥାଏ।ଏହା ସମ୍ପୂର୍ଣ ଭାରତରେ ବିଭିନ୍ନ ଉପାୟରେ ପ୍ରୟୋଗ କରା ଯାଇଥାଏ।ଖାସ କରି ଭେଲପୁରୀ ଭଳି ଚାଟ ମାନଙ୍କରେ।ଏହାର ଲଡୁ ମଧ୍ୟ ବହୁତ ସହଜରେ ତିଆରି ହୋଇଯାଇଥାଏ।ଏଥିରେ କ୍ୟାଲସିୟମ,ପ୍ରୋଟିନ, ଶର୍କରା, ମ୍ୟାଗ୍ନେଶୀୟମ ଆଦି ରହିଥାଏ।ସାଙ୍ଗମାନେ ମୁଢ଼ି ସ୍ଵାଦିଷ୍ଟ ହେବା ସହିତ ଏହା ଶରୀର ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ।ଅତ୍ୟଧିକ ଓଜନ ବାଲାଙ୍କ ପାଇଁ ଏହା ଉପଯୁକ୍ତ ହୋଇଥାଏ। ମୁଢ଼ିରେ ଫ୍ୟାଟ ଓ କ୍ୟାଲୋରୀ ମାତ୍ରା ବହୁତ କମ ମିଳିଥାଏ।ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି।

ମୁଢ଼ିର ସେବନ ଏନର୍ଜି ଲେଭଲକୁ ବଢାଇଥାଏ।ଏଥିରେ ଶର୍କରା ଅଧିକ ପରିମାଣରେ ରହିଥାଏ।ଏହା ଆପଣଙ୍କ ଶକ୍ତିର ସ୍ତରକୁ ତୁରନ୍ତ ବଢ଼ାଇବାରେ ସାହାଯ୍ୟ କରିଥାଏ।ଏହା ଆପଣଙ୍କ ପାଇଁ ଏକ ଶକ୍ତିର ଉତ୍ସ ଭଳି କାର୍ଯ୍ୟ କରିଥାଏ।ମୁଢ଼ିରେ ଭରପୁର ମାତ୍ରାରେ ଫାଇବର ରହିଥାଏ ଯାହା ଆପଣଙ୍କ ପାଚନ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ।ମୁଢ଼ି ଅନ୍ତ ମାନଙ୍କର କାର୍ଯ୍ୟକୁ ସୁଦୃଢ଼ କରିଥାଏ।ଏହାଦ୍ବାରା ଆପଣଙ୍କୁ ପାଚନ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇ ନଥାଏ।ମୁଢ଼ି ଖାଇବା ଦ୍ଵାରା କବଜ ସମସ୍ୟା ଦୂର ହୋଇଥାଏ।ମୁଢ଼ି ଅନ୍ତରେ ଥିବା ଲାଭ ଦାୟକ ବ୍ୟାକ୍ଟେରିଆ ମାନଙ୍କୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ସାଙ୍ଗମାନେ ମୁଢ଼ି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।ମୁଢ଼ିରେ ସୋଡ଼ିୟମ ବହୁତ କମ ପରିମାଣରେ ରହିଥାଏ।ଏହି କାରଣରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।ମୁଢ଼ି ହାର୍ଟ ସମସ୍ୟା ଭଳି ରୋଗ ମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।ମୁଢ଼ି ଖାଇବା ଦ୍ଵାରା ହାଡ ମଜବୁତ ଓ ଶକ୍ତିଶାଳୀ ହୋଇଥାଏ।ମୁଢ଼ିରେ ଭିଟାମିନ ଡି୩ ଓ ଭିଟାମିନ ବି୧୨ ର ମାତ୍ରା ପ୍ରଚୁର ଭାବରେ ରହିଥାଏ।ଏହା ବ୍ୟତୀତ ମୁଢ଼ିରେ କ୍ୟାଲସିୟମ,ଆଇରନ ଓ ଫାଇବର ମଧ୍ୟ ରହିଥାଏ।ଏଥିପାଇଁ ଯଦି ଆପଣ ମୁଢିର ସେବନ କରିଥାନ୍ତି ଏହା ଆପଣଙ୍କ ଦାନ୍ତ ଓ ହାଡକୁ ଶକ୍ତ ରଖିଥାଏ।

ମୁଢ଼ି ଖାଇବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ।ମୁଢ଼ିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ।ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଓ ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ।ଏହା ବଢୁଥିବା ବୟସର ଲକ୍ଷଣ ମାନଙ୍କୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।ଆପଣ ମୁଢ଼ି ଖାଇବା ପରେ ଆପଣଙ୍କୁ ଶୀଘ୍ର ଭୋକ ଲାଗି ନଥାଏ।ଯାହାଦ୍ଵାରା ଆପଣ ବାରମ୍ବାର ଖାଇବାରୁ ବଞ୍ଚିଯାଆନ୍ତି।ଯେଉଁ ଲୋକମାନେ ନିଜ ଓଜନ କମ କରିବାକୁ ଚାହାନ୍ତି ସେମାନେ ମୁଢ଼ିକୁ ତାଙ୍କ ଖାଦ୍ୟରେ ନିଶ୍ଚୟ ସାମିଲ କରିବା ଉଚିତ।ଆପଣ ମୁଢ଼ି ସହିତ ଅନ୍ୟ ଶସ୍ୟ ମାନଙ୍କର ମଧ୍ୟ ସେବନ କରିପାରିବେ।

Leave a Reply

Your email address will not be published. Required fields are marked *