October 26, 2024

Odia Express

Leading Odia News Portal of Odisha

ଶ୍ରୀ କୃଷ୍ଣଙ୍କର ଯିବା ପରେ ରାଧାଙ୍କର କଣ ହୋଇଥିଲା ?ଜାଣିବା ପରେ ଆପଣଙ୍କ ଆଖିରେ ଲୁହର ଧାର ଆସିଯିବ

ବୃନ୍ଦାବନରେ ସବୁବେଳେ କୃଷ୍ଣଙ୍କର ପୂର୍ବରୁ ରାଧାଙ୍କର ନାମ ନିଆଯାଇଥାଏ।କିନ୍ତୁ ଆମେ ସମସ୍ତେ ଜାଣୁ ଏପରି କିଛି ସମୟ ଆସିଥିଲା ଯାହା ଫଳରେ ସେମାନଙ୍କର ବିଚ୍ଛେଦ ହୋଇଥିଲା।ଏହି ବିଚ୍ଛେଦ ପରେ ଭଗବାନ କୃଷ୍ଣ ନିଜର ବଂଶୀ ଭାଙ୍ଗି ଦେଇଥିଲେ ଓ ଏହା ପରେ କେବେ ମଧ୍ୟ ସେ ନିଜର ବଂଶୀ ଧରି ନାହାନ୍ତି।ଭଗବାନ କୃଷ୍ଣ ଓ ରାଧାଙ୍କ ମଧ୍ୟରେ ୬ ବର୍ଷ ବୟସରୁ ପ୍ରେମ ସଂପର୍କ ରହିଥିଲା।ସେମାନେ ପରସ୍ପରକୁ ବହୁତ ଅଧିକ ଭଲ ପାଉଥିଲେ।ଭଗବାନ ଯେତେବେଳେ ନିଜର ବଂଶୀ ବଜାଇଥାନ୍ତି ସେତେବେଳେ ରାଧା ତାଙ୍କ ପାଖକୁ ଦୌଡ଼ି ଚାଲି ଆସିଥାନ୍ତି।

ସେମାନଙ୍କ ମଧ୍ୟରେ ଥିବା ଭଲପାଇବା ସମ୍ପର୍କରେ ସମସ୍ତେ ଭଲ ଭାବରେ ଅବଗତ ଥିଲେ।କିନ୍ତୁ ଏହାପରେ ଆସିଥିଲା ସେମାନଙ୍କର ବିଛେଦର ସମୟ।କୃଷ୍ଣଙ୍କ ମାମୁ କଂସ ତାଙ୍କୁ ମଥୁରା ନେବା ପାଇଁ ରଥ ପଠାଇଲେ।କିନ୍ତୁ ବୃନ୍ଦାବନ ବାସି ସେହି ରଥକୁ ଘେରିଲେ ଓ କୃଷ୍ଣଙ୍କୁ ମଥୁରାର ଯିବାକୁ ଦେଲେନାହିଁ।ଏହାପରେ ଭଗବାନ କୃଷ୍ଣ ସମସ୍ତଙ୍କୁ ବୁଝାଇବା ପରେ ସେ ମଥୁରାକୁ ଯାଇଥିଲେ।ଏହାପରେ ସେ ସେଠାରେ କଂସଙ୍କର ବଦ୍ଧ କରି ସେଠାରେ ହିଁ ରହିଗଲେ।ଏହାପରେ ସେ ସେଠାରେ ରୁକ୍ମିଣୀଙ୍କୁ ବିବାହ କରିଥିଲେ।ଏପଟେ ରାଧା ମଧ୍ୟ ବିବାହ କରି ସାରିଥିଲେ।

ସମୟ ଗଡି ଚାଲିଲା।ରାଧା ଧୀରେ ଧୀରେ ବୁଢ଼ୀ ହୋଇ ଚାଲିଲେ।ଏହାପରେ ସେ ଯେତେବେଳେ ରାଧା ନିଜର ସମସ୍ତ ଜୀବନରୁ ମୁକ୍ତ ହୋଇଗଲେ ସେ ଚିନ୍ତା କଲେ ସେ ଶେଷଥର ପାଇଁ ନିଜର ପିଲାବେଳର ପ୍ରେମ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଖିବେ।ଏହା ଭାବି ସେ ଦ୍ୱାରକା ଯିବାକୁ ବାହାରିଲେ।ଦ୍ୱାରକରେ ପହଞ୍ଚିବା ପରେ ସେ କୃଷ୍ଣଙ୍କୁ ବହୁତ ଖୋଜିଲେ ଏହାପରେ ସେ ଅନେକ ସମୟ ପରେ କୃଷ୍ଣଙ୍କୁ ପାଇଲେ।ଏହାପରେ ରାଧାଙ୍କ ଅନୁରୋଧ କ୍ରମେ ସେ ରାଧାଙ୍କୁ ନିଜ ମହଲରେ ସେବିକା ଭାବରେ ନିଯୁକ୍ତି କରିଦେଲେ।

ଏହାପରେ ରାଧା ଦିନେ ଅନୁଭବ କରିବାକୁ ଲାଗିଲେ କି ସେ କୃଷ୍ଣଙ୍କ ସହିତ ଜଡିତ ସେ ସଂଯୋଗ ଆଉ ଅନୁଭବ କରି କରି ପାରୁନାହାନ୍ତି।ସେଥିପାଇଁ ସେ ଦ୍ୱାରକା ଛାଡ଼ି ଚାଲିଗଲେ।ଅନେକ ବାଟ ଯିବାପରେ ସେ ଯାଇ ଏକ ସ୍ଥାନରେ ଭଗବାନ କୃଷ୍ଣଙ୍କୁ ପୁଣି ସ୍ମରଣ କଲେ।ସେ ସ୍ମରଣ କରିବା ମାତ୍ରେ ଭଗବାନ କୃଷ୍ଣ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲେ।କୃଷ୍ଣ କହିଲେ ହେ ରାଧା ତୁମେ ମୋ ଠାରୁ କଣ ପାଇବାକୁ ଚାହୁଁଛ।ରାଧା କହିଲେ ମୁଁ ଶେଷ ଥର ପାଇଁ ଆପଣଙ୍କ ବଂଶୀ ସ୍ୱର ଶୁଣିବାକୁ ଚାହୁଁଛି।ଏହା ଶୁଣିବା ପରେ ଭଗବାନ ନିଜର ବଂଶୀ ବଯାଇବାକୁ ଲାଗିଲେ।

ଏହାପରେ ରାଧା ସେହି ବଂଶୀ ସ୍ୱର ଶୁଣୁଶୁଣୁ ନିଜର ଶରୀର ତ୍ୟାଗ କରିଦେଲେ।ଏହାପରେ ଭଗବାନ କୃଷ୍ଣ ରାଧାଙ୍କର ବିୟୋଗକୁ ସହ୍ୟ କରି ପାରିନଥିଲେ।ଫଳରେ ସେ ପୁଣି ନିଜର ବଂଶୀ ଭାଙ୍ଗି ଦେଇଥିଲେ।ଏହାପରେ ସେ ଆଉ କେବେ ମଧ୍ୟ ବଂଶୀ ବଜାଇ ନାହାନ୍ତି।ଯୁଗ ଯୁଗ ଧରି ସେମାନଙ୍କର ପ୍ରେମ କଥାକୁ ସମସ୍ତେ ସ୍ମରଣ ରଖିଛନ୍ତି।ସେମାନଙ୍କର ପ୍ରେମ ଚିରଦିନ ପାଇଁ ଅମର ହୋଇ ରହି ଯାଇଛି।ଭଗବାନ କୃଷ୍ଣ ରୁକ୍ମଣୀଙ୍କୁ ବିବାହ କରିଥିଲେ ମାତ୍ର ତାଙ୍କର ପ୍ରଥମ ପ୍ରେମ ଥିଲେ ରାଧା।

Leave a Reply

Your email address will not be published. Required fields are marked *