October 23, 2024

Odia Express

Leading Odia News Portal of Odisha

କ୍ରିକେଟ୍ ଜଗତରେ ନାଁ କମାଇବାପରେ ଏବେ MS Dhoni ହୋଇଯାଇଛନ୍ତି ଚାଷୀ, କ୍ଷେତି ବାଡି କରି ବିତାଉଛନ୍ତି ଜୀବନ

ଭାରତୀୟ ଲୋକଙ୍କୁ କ୍ରିକେଟ୍ ସହ ବହୁତ୍ ପୁରୁଣା ସଂମ୍ପର୍କ । ଦେଶରେ ବହୁତ ମହାନ୍ କ୍ରିକେଟ୍ ଖେଳାଳୀ ଜନ୍ମ ନେଇଛନ୍ତି ସେଥିରୁ ସବୁଠାରୁ ସଫଳ ଖେଳାଳୀ ଟିମ୍ ଅଧିନାୟକ ଟ୍ୟାଗ୍ ହାସିଲ୍ କରୁଥିବା ମହେନ୍ଦ୍ର ସିଂ ଧୋନୀରୁ ଜଣେ ଅଟନ୍ତି । ସେମିତି ଧୋନୀ ଏବେ କ୍ରିକେଟ୍ ଜଗତରୁ ସନ୍ୟାସ ନେଇଛନ୍ତି । କିନ୍ତୁ ଆଜି ତାଙ୍କ ଖେଳିବାର ତରିକା ଓ ହାଇ ସ୍କୋର ଫ୍ୟାନ୍ସଙ୍କୁ ତାଙ୍କ ମନେ ପକାଇଦିଏ , ଆପଣଙ୍କୁ ଜଣେଇଦେବୁ କି କ୍ରିକେଟ୍ ଛାଡିବାପରେ ମହେନ୍ଦ୍ର ସିଂ ଧୋନୀ ଏବେ କ୍ଷେତିବାଡିରେ ଯୋଡି ହୋଇଯାଇଛନ୍ତି । ହଁ ଆଜ୍ଞା ସେ ଏବେ ଚାଷ କରିବା ଆରମ୍ଭ କରିଦେଇଛନ୍ତି ସେ ନିଜ ଫାର୍ମହାଉସ୍ ରେ ନାନାପ୍ରକାରର ଫଳ ଓ ପରିବା ଲଗାଇଛନ୍ତି

ତାଙ୍କର ଅଧିକାଂଶ ସମୟରେ ଏହି ବିଜନେସ୍ ରେ ହିଁ ଯାଇଥାଏ , ଆସିବା ଦିନରୁ ସୋସିଆଲ୍ ମିଡିଆରେ ତାଙ୍କ ଫାର୍ମ୍ ହାଉସ୍ ର ଫଟୋ ଭାଇରାଲ୍ ହେବାକୁ ଦେଖିବାକୁ ମିଳେ , ଯାହାକି ଫ୍ୟାନ୍ସ ଙ୍କୁ ବହୁତ ପସନ୍ଦ ଆସୁଛି, ସେମିତି ନିଜ ଫାର୍ମ ହାଉସ୍ ରେ କେବଳ ଅର୍ଗାନିକ ଚାଷ କରୁଛନ୍ତି, ଏହା ସହ ସେ ଡେୟରୀ ଫାର୍ମ ଖୋଲିଛନ୍ତି, ଧୋନୀଙ୍କ ଫାର୍ମ ହାଉସ୍ ର ଏହା ଖାସିୟତ୍ ଏହା କି ଏଠାରେ ସବୁ ପ୍ରକାରର ପରିବା ଓ ଫଳ ପ୍ରାକୃତିକ ତରିକାରେ ଉତ୍ପାଦନ କରାଯାଏ ।

କହିଦେବୁ କି ଧୋନୀଙ୍କ ଏହି ଫାର୍ମ ହାଉସ୍ ରାଞ୍ଚିର ଘରବାରେ ସ୍ଥିତ ଅଛି, ଯାହା ପ୍ରାୟ ୫୫ ଏକର କ୍ଷେତ୍ରରେ ବ୍ୟାପିଛି, ଏହି ଫାର୍ମ ହାଉସ୍ ରେ ନାନାପ୍ରକାରର ପରିବା ଓ ଫଳର ଉତ୍ପାଦନ କରାଯାଏ , ଧୋନୀଙ୍କ ଏହି କ୍ଷେତରେ ସାଧାରଣତଃ ଟମାଟର,ଫୁଲକୋବି, ପତ୍ରକୋବି ବ୍ରୋକଲି ଶିମଲା ମିର୍ଚ୍ଚ ଆଜି ଯେପରି ପରିବା ଉତ୍ପାଦନ ଦିଆଯାଏ , ଖବରରୁ ମାନିଲେ ପ୍ରତିଦିନ ତାଙ୍କ କ୍ଷେତରେ ପ୍ରାୟ ୮୦ କିଲୋ ଟମାଟର ଉତ୍ପାଦନ ହେଉଛି, ଏହି ଟମାଟର୍ ମାର୍କେଟ୍ ରେ ଅଧିକା ଡିମାଣ୍ତ ହୋଇଛି, କାରଣ ଏହା ସବୁ ନ୍ୟାଚୁରାଲ୍ ତରିକାରେ ଉତ୍ପାଦନ କରାଯାଉଛି, ଓ ବହୁତ ସତେଜ ହୋଇଥାଏ, ଏହାର ମଣ୍ତିରେ ପୁର୍ବରୁ ଆଡଭାନ୍ସ ଅର୍ଡର୍ ବୁକ୍ କରାଯାଏ , ଓ ଏହା ହାତାହାତି ବିକ୍ରି ହୁଏ ।

ଖବରରୁ ଜଣାଯାଏ କି ତାଙ୍କ ଫାର୍ମ ହାଉସ୍ ରେ ଉତ୍ପାଦନ ହୋଇଥିବା ଟମାଟର ପ୍ରତି ୪୦ ଟଙ୍କା କିଲୋ ହିସାବରେ ଲେଖନ୍ତି , ଏହା ଛଡା ତାଙ୍କ ଫାର୍ମହାଉସ୍ ରେ ଉତ୍ପାଦିତ ହୋଇଥିବା କୋବି ବହୁତ ସ୍ୱାଦିଷ୍ଟ ହୋଇଥାଏ, ଯାହା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ୍ କରେ, ଏହି କୋବିର ଖାସ୍ କଥା ଏହା କି ଏହା ବହୁତ କମ୍ ରେଟ୍ ରେ ବିକ୍ରି ହୁଏ , ସେମିତି ଧୋନୀଙ୍କ ଡେରି ଫାର୍ମର କଥା କହିଲେ ତେବେ ଏଠାରେ ସେ ବହୁତ ପ୍ରକାରର ଗାଇ ପାଳିଛନ୍ତି, ତାଙ୍କ ଡେରି ଫାର୍ମରେ ପ୍ରାୟ ୩୦୦ ଲିଟର କ୍ଷୀର୍ ପ୍ରତିଦିନ ଉତ୍ପାଦନ କରାଯାଏ , ଯାହା ମାର୍କେଟ୍ ରେ ଭଲ ଦାମରେ ବିକ୍ରି ହୁଏ ।

ଏବେ ମହେନ୍ଦ୍ର ସିଂ ଧୋନୀ ଙ୍କୁ ସର୍ବଶ୍ରେଷ୍ଠ ପଶୁପାଳକ ସମ୍ମାନ ମିଳିଛି, ତାଙ୍କ ପାଖରେ ପ୍ରାୟ ୭୦ ରୁ ଅଧିକା ଗାଇ ଅଛନ୍ତି, ଯାହା ଅଲଗା ଅଲଗା ପ୍ରଜାତିର ଅଟନ୍ତି, ତାଙ୍କର ଫାର୍ମହାଉସ୍ ର ପୁରା ଦାୟିତ୍ୱ ଶିବାନନ୍ଦ ଓ ତାଙ୍କ ସ୍ତ୍ରୀ ସୁମନ୍ ଯାଦବ ସଂମ୍ଭାଳନ୍ତି, ଦୁହେଁ ସ୍ୱାମୀ ସ୍ତ୍ରୀ ମିଶିକରି ଡେୟରି ଫାର୍ମ ଓ ଫାର୍ମହାଉସ୍ ରକ୍ଷଣାବେକ୍ଷଣ କରନ୍ତି, ଗୋଟେ ଇଣ୍ଟରଭ୍ୟୁ ସମୟରେ ଶିବାନନ୍ଦ କହିଲେ କି ଧୋନୀଙ୍କ କ୍ଷେତରେ ହେଉଥିବା ସବୁ ପରିବା ଓ ଡେୟରି ଫାର୍ମରେ ମିଳୁଥିବା କ୍ଷୀରକୁ ବିକ୍ରି କରି ତାଙ୍କୁ ଲକ୍ଷେ ଟଙ୍କାର ଲାଭ ହୋଇଥାଏ , ଶିବାନନ୍ଦଙ୍କ ଅନୁସାରେ ଯେପରି ପରିବା ଓ ଫଳ ବିକ୍ରି ହୁଏ ତେବେ ଆୟର ସବୁ ପଇସା ଧୋନୀଙ୍କ ଏକାଉଣ୍ଟରେ ଟ୍ରାନ୍ସଫର୍ ହୋଇଯାଏ , ଶିବାନନ୍ଦଙ୍କ ଅନୁସାରେ ସେ ଧୋନୀଙ୍କ ଡେୟରୀ ଫାର୍ମରେ ରଖା ହୋଇଥିବା ଗାଁର ସହ ସମୟ ବିତାଇବା ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *