October 18, 2024

Odia Express

Leading Odia News Portal of Odisha

IAS ଅଫିସରଙ୍କୁ ଅବସର ପରେ କେତେ ମିଳିଥାଏ Salary, ଏଠାରେ ଜାଣନ୍ତୁ ମଜାଦାର୍ ତଥ୍ୟ

ସରକାରୀ ଚାକିରି ସମସ୍ତଙ୍କୁ ପସନ୍ଦ ହୋଇଥାଏ , ସରକାରୀ ଚାକିରିରେ ଦୁନିଆଁ ସାରା ସବୁ ସୁବିଧା ଦିଆଯାଏ , ସମସ୍ତେ ଚାହଁନ୍ତି କି ମୋର ସରକାରୀ ଚାକିରି ହୋଇଯାଉ ସେଥିରୁ ଗୋଟେ ଚାକିରି ସୁରକ୍ଷା ସୁନିଶ୍ଚିତ ହୋଈଯାଏ , ସରକାରୀ ଚାକିରି ବହୁ ପ୍ରକାରର ହୋଇଥାଏ ଆମେ କଥା ହେଉଛୁ ସରକାରୀ ଚାକିରି କ୍ୟାଟେଗୋରୀର ହଁ ଆଜ୍ଞା ବହୁତ ପ୍ରକାରର ସରକାରୀ ଚାକିରିରେ ଏ ଗ୍ରେଡ୍ ,ବି ଗ୍ରେଡ୍, ସି ଗ୍ରେଡ୍, ଓ ଡି ଗ୍ରେଡ୍ ମୁଖ୍ୟ କ୍ୟୋଟୋଗୋରୀ ହୋଇଥା,ଏ ଯାହା ଦ୍ୱାରା ସରକାରୀ ଚାକିରିକୁ ବିଭାଜିତ କରାଯାଏ , ସବୁଠାରୁ ଉଚ୍ଚ ସ୍ତରର ସରକାରୀ ଚାକିରି ଏକ ଆଇଏଏସ୍ ଅଧିକାରୀର ହୋଇଥାଏ, ଯାହା ଏ କ୍ୟାଟୋଗୋରୀ ବା ଏ ଗ୍ରେଡ୍ ରେ ଆସିଥାଏ ।

ଆପଣଙ୍କୁ କହିଦେବୁ କି ଆଇଏଏସ୍ ଅଧିକାରୀ ହେବାପାଇଁ ୟୁପିଏସ୍ ସି ପରୀକ୍ଷାରେ ସବୁ ବର୍ଷ ଲକ୍ଷାଧିକ ଲୋକ ଭାଗ ନେଇଥାନ୍ତି, କିନ୍ତୁ ୮୦୦-୯୦୦ ଲୋକ ହିଁ ସଫଳ ହୋଇପାରନ୍ତି, ଏହା ଦେଶର ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ହୋଇଥାଏ, ଓ ସିଭିଲ୍ ସେବା ରେ ଯିବାପାଇଁ ପରିକ୍ଷା ହିଁ ଏକମାତ୍ରା ରାସ୍ତା ହୋଇଥାଏ, କଣ ଆପଣଙ୍କୁ ଜଣାଅଛି କି ଏକ ଆଇଏଏସ୍ ଅଧିକାରୀଙ୍କ ଅବସର ନେବାପରେ କଣ ସୁବିଧା ଦିଆଯାଏ , ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ଆଇଏଏସ୍ ଅଧିକାରୀଙ୍କ ସେବା ନିବୃତ ହେବାପରେ ଜୀବନସାରା ପେନସନ୍ ମିଳିଥାଏ, କିନ୍ତୁ ଏହାପାଇଁ ତାଙ୍କ ବେତନରୁ ୧୦ ପ୍ରତିଶତ କାଟହୋଇଥାଏ, ଯେବେ କି ସରକାର ୧୪ ପ୍ରତିଶତ ଯୋଗଦାନ ଦେଇଥାଏ, ତାପରେ ଅବସର ନେବାପରେ ଏହି ପଇସାକୁ ତାଙ୍କୁ ପେନସନ୍ ଆକାରରେ ଦିଆଯାଏ ।

ସେମିତି ସେବା ନିବୃତି ହେବାପରେ ଆଇଏଏସ୍ ଅଧିକାରୀଙ୍କୁ ଅନ୍ୟ କ୍ଷେତ୍ରରେ ବି ଚାକିରି ମିଳିପାରିବ, ଯେପରି ରାଜ୍ୟପାଳ, ଉପରାଜ୍ୟପାଳ, ସିଏଜି, ସିଇସି, ୟୁପିଏସ୍ ସି, ସିଆଇସି, ବିଭିନ୍ନ ଆୟୋଗ, ନ୍ୟାୟାଧିକରଣ, ସାର୍ବଜନିକ କ୍ଷେତ୍ର ର ବୋର୍ଡ ଆଦି ପୋଷ୍ଟରେ ନିଯୁକ୍ତି ଦିଆଯାଏ , ଏହା ଅଧିକାରୀଙ୍କ ଉପରେ ନିର୍ଭର କରେ କି ସେ ସେବାରୁ ନିବୃତ ହେବାପରେ ଆଉଥରେ କାମ କରିବାକୁ ଚାହୁଁଛନ୍ତି କି ନାହିଁ, ଯଦି ସେ ଇଚ୍ଛା ରଖନ୍ତି ତେବେ ତାକୁ କେଉଁଠି ନା କେଉଁଠି କିଛି ପୋଷ୍ଟ ସରକାରଙ୍କ ଦ୍ୱାରା ଦିଆଯାଏ

ଆଇଏଏସ୍ ଅଧିକାରୀ ଙ୍କ କାମ ବହୁତ ମୁସକିଲ୍ ଭରା ହୋଇଥାଏ, ଏହି କାରଣରୁ ଯେବେ ସେ ନିଜ କାମ କରିଥାନ୍ତି ତେବେ କିଛି ଲୋକଙ୍କ ସହ ଶତ୍ରୁତା ବି ହୋଇଥାଏ, ଯଦି କେଉଁ ଆଇଏଏସ୍ ଅଧିକାରୀଙ୍କୁ ସେବାନିବୃତି ନେବାପରେ ବିପଦ ଲାଗେ ତେବେ ସରକାରଙ୍କ ତରଫରୁ ତାଙ୍କୁ ସୁରକ୍ଷା ମୁହେୟା କରାଯାଏ , ଆସୁଥିବା ବିପଦରୁ ବଞ୍ଚିବାପାଇଁ ସରକାର ତାଙ୍କୁ ସୁରକ୍ଷା ଦେଇଥାଏ ।

Leave a Reply

Your email address will not be published. Required fields are marked *