October 24, 2024

Odia Express

Leading Odia News Portal of Odisha

ମୟୂର ପୁଚ୍ଛ ଘରର Bastu Dosa କରିବ ଦୁର, ହେବାକୁ ଲାଗିବ ଅଟକି ରହିଥିବା କାମ,ମୟୁରପୁଚ୍ଛ ଘରକୁ ଆଣିଲେ ହେବ ଲାଭ

ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁରପୁଚ୍ଛ ବହୁତ ପ୍ରିୟ ଅଟେ । ମୟୁର ପୁଚ୍ଛ କୃଷ୍ଣଙ୍କର ମୁକୁଟରେ ଶୋଭା ପାଇଥାଏ, ମୟୁର ପୁଚ୍ଛକୁ ସକରାତ୍ମକତା ପ୍ରତୀକ ମାନାଯାଏ । ପ୍ରାଚୀନ କାଳରୁ ନଜର ଉତାରିବା ଓ ଭଗବାନଙ୍କ ପ୍ରତିମାକୁ ଆଗକୁ ବାତାବରଣକୁ ପବିତ୍ର କରିବା ପାଇଁ ମୟୁର ପୁଚ୍ଛ ବ୍ୟବହାର କରାଯାଏ , ପୁରୁଣା ସମୟରେ ମୟୁରପୁଛକୁ ଛୋଟ ଛୁଆଙ୍କ ମୂଣ୍ତରେ ଲଗାଇବା ଓ ବିଛଣାରେ ରଖିବାର ମାନ୍ୟତା ଅଛି, ଭଗବାନ ଶ୍ରୀକୃଷ୍ଣ ଏଥିପାଇଁ ମୟୁରପୁଚ୍ଛକୁ ନିଜ ମୁକୁଟରେ ଧାରଣ କରୁଥିଲେ ।

ମୟୁରକୁ ଏମିତି ପ୍ରାଣୀ ଭାବେ ମାନାଯାଏ ଯିଏ ବ୍ରହ୍ମଚର୍ଯ୍ୟକୁ ଧାରଣ କରିଥାଏ, ଅତଃ ପ୍ରେମ ବ୍ରହ୍ମଚର୍ଯ୍ୟର ମହାନ୍ ଭାବନାକୁ ସମୋହିତ କରିବାର ପ୍ରତୀକ ରୁପରେ ଭଗବାନ ଶ୍ରୀକୃଷ୍ଣ ମୟୁର ପୁଚ୍ଛକୁ ନିଜ ମୁଣ୍ତରେ ଧାରଣ କରନ୍ତି ।

ବାସ୍ତୁ ଶାସ୍ତ୍ର ଅନୁସାରେ ମୟୁର ପୁଚ୍ଚକୁ ଘରେ ରଖିଲେ ଅନେକ ବାସ୍ତୁ ଦୋଷ ଦୁର ହୋଇପାରେ, ଘରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ, ପ୍ରାଚୀନ କାଳରୁ ମୟୁର ପୁଚ୍ଚ ରଖିବା ବହୁତ ଶୁଭ ବୋଲି ମାନାଯାଏ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ମୟୁର ପୁଚ୍ଛ ବିଷୟରେ କିଛି କହିବାକୁ ଯାଉଛୁ, ଯାହାର ସାହାଯ୍ୟରେ ଆପଣଙ୍କୁ ବହୁତ ଗୁଡିଏ ଲାଭ ମିଳିବ

୧) ମୟୁର ପୁଚ୍ଛ ଦ୍ୱାରା ଗ୍ରହ ଶାନ୍ତି – ଜ୍ୟୋତିଷ୍ୟ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁସାରେ ମୟୁରପୁଚ୍ଛକୁ ସବୁ ନଅଟି ଗ୍ରହର ପ୍ରତିନିଧି ଭାବେ ଜଣାଯାଏ , ଯଦି ମୟୁରପୁଚ୍ଛକୁ ଘରେ ରଖିବେ ତେବେ ସକରାତ୍ମକ ଉର୍ଜା ରହିଥାଏ, ଏହା ଛଡା ଗ୍ରହର ଦୋଷ ବି ଶାନ୍ତ ହୋଇଯାଏ , ଏମିତି କୁହାଯାଏ କି ମୟୁର ପୁଚ୍ଛ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ଘରର୍ ବାସ୍ତୁ ଦୁର କରିବାପାଇଁ ମୟୁର ପୁଚ୍ଛ ବହୁତ କାରଗର୍ ହୋଇଥାଏ, ମୟୁର ପୁଚ୍ଛକୁ ଘରେ ରଖିଲେ ବହୁତ ଅସୁବିଧାର ସମାଧାନ ହୋଇଥାଏ, ଓ ଘରର ବାସ୍ତୁ ବି ଦୁର ହୋଇଯାଏ , ଏତିକି ନୁହେଁ ଘରର ସୁଖ ସମୃଦ୍ଧି ବି ବୃଦ୍ଧିପାଏ ।

୨) ପୁରଣ ହେବ ଅଟକି ରହିଥିବା କାମ- ବାସ୍ତୁ ଶାସ୍ତ୍ରରେ ଏହି କଥା ବିଷୟରେ କୁହାଯାଇଛି କି ଯଦି କେଉଁ ବ୍ୟକ୍ତିର କାମ କାର୍ଯ୍ୟରେ ଅସୁବିଧା ଆସୁଛି, କିମ୍ବା ପରିଶ୍ରମ ଅନୁଯାୟୀ କାମ ପୁରା ହୋଇପାରୁନାହିଁ, ତେବେ ଏମିତି ସ୍ଥିତିରେ ଘରର ପୁଜା ସ୍ଥଳରେ ପାଞ୍ଚଟି ମୟୁର ପୁଚ୍ଛ ରଖିଦିଅନ୍ତୁ, ପ୍ରତିଦିନ ତାହାର ପୁଜା କରନ୍ତୁ, ୨୧ ଦିନ ପରେ ଏହି ମୟୁର ପୁଚ୍ଚକୁ ଆଲମୀରା କିମ୍ବା ଲକର୍ ରେ ରଖିଦିଅନ୍ତୁ, ଏମିତି କରିଲେ ଧନ ସଂମ୍ପତ୍ତି ବୃଦ୍ଧି ହୋଇଥାଏ, ଓ ଅଟକିଥିବା କାମ ହେବାକୁ ଲାଗେ ।

୩) ବହିରେ ମୟୁର ପୁଚ୍ଛ ରଖିଲେ ହୋଇଥାଏ ଲାଭ- ଯଦି କେଉଁ ବ୍ୟକ୍ତିର ଛୁଆ ଜିଦ୍ଦି ସ୍ୱଭାବର ହୋଇଥାନ୍ତି , ତେବେ ଛୁଆର ଜିଦ୍ଧି ସ୍ୱଭାବକୁ କମ୍ କରିବାପାଇଁ ମୟୁରପୁଚ୍ଛକୁ ୧୧ ଥର କିମ୍ବା ୨୧ ଥର ବୁଲାନ୍ତୁ, ଏହା ଛଡା କେଉଁ ଛୁଆର ମନ ପାଠପଢାରେ ଲାଗୁନାହିଁ, ତେବେ ପଢୁଥିବା ବହିରେ ମୟୁର୍ ପୁଚ୍ଛ ରଖିଦିଅନ୍ତୁ, ଏଥିରୁ ଲାଭ ମିଳିବ, ଶୁଭ ପରିଣାମ ପାଇଁ ବହି କିମ୍ବା ଡାୟରୀ ରେ ମୟୁରି ପୁଚ୍ଛ ରଖିପାରିବେ ।

୪) ରାହୁ କେତୁଙ୍କ ଖରାପ ପ୍ରଭାବରୁ ମିଳିଥାଏ ମୁକ୍ତି- ଯଦି ଆପଣ ମୟୁର ପୁଚ୍ଛକୁ ନିଜ ସୟନ କକ୍ଷର ପଶ୍ଚିମ ଦିଗରେ କବାଟରେ ଲଗାନ୍ତି ,ତେବେ ଏଥିରେ ରାହୁ ଓ କେତୁଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ, ଏତିକି ନୁହେଁ ବରଂ ଘରେ ନକରାତ୍ମକ ଶକ୍ତିବି ଦୁର ହୋଇଯାଏ , କାରଣ ମୟୁର ପୁଚ୍ଛ ସବୁ ଦେବତାଙ୍କ ବାସ ହୋଇଥାଏ ।

Leave a Reply

Your email address will not be published. Required fields are marked *