October 24, 2024

Odia Express

Leading Odia News Portal of Odisha

ନା ବାଜିଲା Sound ନା ଆସିଲା ବରଯାତ୍ରୀ କୋର୍ଟର ଅନୁମତି ନେଇକରି ପ୍ରେମିକା ଜେଲରେ ବନ୍ଦ ଥିବା ପ୍ରେମୀକୁ କରିଲା ବିବାହ କିନ୍ତୁ ତାପରେ ଯାହା ହେଲା..

କହନ୍ତି କି ଯଦି ପ୍ରେମ ସଚ୍ଚା ହୋଇଥିବ ତେବେ ଭଗବାନ୍ ପ୍ରେମୀ ଯୋଡିଙ୍କୁ କେଉଁ ନା କେଉଁ ତରିକାରେ ମିଶାଈଦିଅନ୍ତି, ସୋସିଆଲ୍ ମିଡିଆରେ ଏହି ସମୟରେ ପ୍ରେମ ପ୍ରସଙ୍ଗ ମାମଲା ଆସିବା ଦିନରୁ ବହୁତ ଶୁଣିବାକୁ ଆଉ ଦେଖିବାକୁ ମିଳୁଛି, ଗତ ଦିନରେ ଏକ ଅଜବଧରଣର ମାମଲା ସାମ୍ନାକୁ ଆସିଛି, ଯେଉଁଠି ଔରଙ୍ଗାବାଦରେ ରହୁଥିବା ଏକ ଝିଅ ପ୍ରେମୀକୁ ବିବାହ ରଚାଇବାପାଇଁ ଜର୍ଜ ସାହେବଙ୍କୁ ଗୁହାରି କରିଥିଲା, ଓ ଜେଲରେ ବନ୍ଦ ଥିବା ନିଜ ପ୍ରେମୀକୁ ବିବାହ କରିବାର ଅନୁମତି ନେଇନେଲା, ସେମିତି ଜର୍ଜ ସାହେବ ବି ଏହି ପ୍ରେମୀ ଯୋଡିଙ୍କ ଅସୁବିଧା ବୁଝିପାରି ଦୁହେଁଙ୍କ ବାହାଘର ଜେଲ ମଧ୍ୟରେ କରାଇବାକୁ ଫଇସଲା ନେଇଥିଲେ, ଏହି ମାମଲା ଶୁଣିବାଉ ଟିକିଏ ଅଜବ ଲାଗୁଥିବ, କିନ୍ତୁଏହା ସତ ଘଟଣା ଅଟେ, ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହି ପୁରା ଘଟଣା ବିଷୟରେ ।

ଶୁକ୍ରବାରକୁ ବ୍ୟବହାର ନ୍ୟାୟାଳୟର ନ୍ୟାୟ୍ୟାଧିଶ ଓମପ୍ରକାଶ ସିଂଙ୍କ ଅଦାଲତରେ ଏକ ପ୍ରେମିକା ପହଞ୍ଚିକରି ନିଜ ଜେଲରେ ବନ୍ଦ ଥିବା ପ୍ରେମୀସହ ବିବାହ କରିବାର ଗୁହାରି ଲଗାଇଥିଲା, ଯାହାପରେ ଜର୍ଜ ସାହେବ ଜେଲରେ ବନ୍ଦ୍ ଥିବା ପ୍ରେମୀକୁ ତାର ପ୍ରେମିକା ସହ ନେଇକରି ମନ୍ଦିରରେ ବିବାହ କରାଇବାର୍ ଆଦେଶ ଦେଇଥିଲେ, ଏହି ଫଇସଲା ପରେ ଶନିବାରକୁ ଜେଲ୍ ପ୍ରଶାସନ ଦ୍ୱାରା ସେହି ପ୍ରେମୀକୁ ହାତରେ ହତକଡି ଲଗାଇକରି କୋର୍ଟ ପରିସର ସ୍ଥିତ ମହାବୀର ମନ୍ଦିର ଅଣାଗଲା, ଓ ପୁରା ରୀତିନିତି ଅନୁସାରେ ବିଧିବଦ୍ଧ ମନ୍ତ୍ର ସହ ପୁଜାରୀ ଦୁହେଁଙ୍କ ବିବାହ କରାଈଦେଲେ ।

ସୁଚନାପାଇଁ କହିଦେବୁ କି ବାରୁଣ ପ୍ରଖଣ୍ତ ସୁନ୍ଦରଗଞ୍ଜ ଦୁଧାର ଗାଁର ଏହି ଝିଅ କାଳ୍ପନିକ ନାଁ ସ୍ୱପ୍ନା କୁମାରି କୁହାଯାଉଛି ଯିଏକି ବାରୁଣ ଥାନା କ୍ଷେତ୍ରରେ ଜନକୋପ ନିବାସୀ ରାଜକୁମାର ଗୁପ୍ତାଙ୍କ ସହ ଗତ ୩ ବର୍ଷରୁ ପ୍ରେମ୍ ସଂମ୍ପର୍କରେ ଥିଲା, ଦୁହେଁ ପାଟନାରେ ଏକା ସାଙ୍ଗେ ପଢୁଥିଲେ, କିନ୍ତୁ ଅଲଗା ଜାତିର ହେବା କାରଣରୁ ଦୁହେଁ ଘର ବାଲା ବାହା କରାଇବାକୁ ମନା କରିଦେଲେ

ସେମିତି ଘର ଲୋକଙ୍କ କଥା ମାନିକରି ପୁଅ ବି ଝିଅକୁ ବାହା କରାଇବାପାଇଁ ମନା କରିଦେଲା, କିନ୍ତୁ ପରେ ପ୍ରେମିକା ଥାନାରେ ଯାଇକରି ଏହି ମାମଲାରେ ରିପୋର୍ଟ ଦର୍ଜ କରାଈଦେଲା ଯାହାପରେ ପୋଲିସ୍ ରାଜକୁମାର ଗୁପ୍ତାଙ୍କୁ ଗିରଫ କରି ଜେଲ ପଠାଇଦେଲେ, କିନ୍ତୁ ଏବେ ଝିଅର କହିବା ଦ୍ୱାରା ତାର ବାହାଘର ତାର ପସନ୍ଦର ପୁଅ ସହ କରାଇଦିଆଯାଈଛି ।

ସେମିତି ଯେବେ ପ୍ରେମିକା ନ୍ୟାୟାଧିଶ ଙ୍କ ପାଖରେ ଗୁହାରି ନେଇକରି ପହଞ୍ଚିଲା ତେବେ ଔରଙ୍ଗାବାଦ ପୋଲିସ୍ ନିର୍ଦ୍ଧେଶ ଦେଲା କି ସେ ରାଜକୁମାର ଗୁପ୍ତାଙ୍କୁ ନ୍ୟାୟିକ ହିରାସତରେ ରଖନ୍ତୁ, ଓ ଏହି ପ୍ରେମୀ ଯୋଡିଙ୍କୁ ମନ୍ଦିରରେ ପରିବାର ଲୋକଙ୍କ ଉପସ୍ଥିତିରେ କରାଈଦିଅନ୍ତୁ, ମଉକାରେ ମହଜୁଦ୍ ଅଧିବକ୍ତା ସତିଶ ସ୍ନେହିଙ୍କ ଅନୁସାରେ ତାଙ୍କ ଏହି ପହଲ ଯୋଗୁଁ କୋର୍ଟ ଓ ନ୍ୟାୟାଳୟ ପ୍ରତି ବିଶ୍ୱାସ ବଢିବ, କହିଦେବୁ କି ଜଲଦି ହିଁ ରାଜକୁମାରଙ୍କୁ ଜାମିନ୍ ମିଳିଯିବ, ସେମିତି ଏବେ ତାର ପ୍ରେମିକା କହିଲେ କି ପରିଶେଷରେ ପ୍ରେମର ହିଁ ଜିତ୍ ହୋଇଯାଇଛି ।

Leave a Reply

Your email address will not be published. Required fields are marked *