October 24, 2024

Odia Express

Leading Odia News Portal of Odisha

23 ମାର୍ଚ୍ଚ ୨୦୨୩ ଗୁରୁବାର,ଆଜିର ରାଶିଫଳ,କେମିତି ରହିବ ଆଜି ଆପଣଙ୍କ ଦିନ…

ମେଷ ରାଶି:- କର୍ମ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଯାହା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ।ଅର୍ଥ ପ୍ରଶାସନ ଆଇନ ଆନୁଷ୍ଠାନିକ କାର୍ଯ୍ୟରେ ମନ ଲାଗି ରହିବ।ଘରୋଇ ବିଷୟ ଉପରେ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ।

ବୃଷ ରାଶି:- ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମ ଭଲରେ ସମ୍ପନ୍ନ ହୋଇ ପାରିବ। ଦୀର୍ଘ ଦିନରୁ ରହି ଆସୁଥିବା ବିବାଦୀୟ ଘଟଣାର ଶେଷ ହେବ। ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ଅର୍ଥର ଉପଯୁକ୍ତ ମୂଲ୍ୟ ବୁଝିବେ।

ମିଥୁନ ରାଶି:- ବାଣିଜ୍ୟ ବ୍ୟବସାୟରେ ମନାନ୍ତର ଦେଖାଯାଇପାରେ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକ ଅର୍ଥ ଫେରାଇବା କଥା ଭାବିବେ ନାହିଁ। ଆଜି ଆପଣଙ୍କୁ ଆଗରୁ କରିଥିବା କାମର ପରିଣାମ ମିଳିବ। ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବ। ଛାତ୍ରମାନେ ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ।

କର୍କଟ ରାଶି:- ଭଉଣୀର ସ୍ନେହ ଆପଣଙ୍କୁ ପ୍ରୋତ୍ସାହିତ କରିବ।ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଉଭୟ ରହିବ। ଆପଣଙ୍କ ଜୀବନ ସାଥୀ ଆଜି ଆପଣଙ୍କର ଧ୍ୟାନ ଭଲରେ ରଖିବେ।

ସିଂହ ରାଶି:- ବନ୍ଧୁ ମାନଙ୍କ ସହିତ ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନାରେ ବ୍ୟସ୍ତତା ବଢିଯିବ। ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ଆଜି ଆପଣ ବନ୍ଧୁଙ୍କ ସହିତ ଅଧିକ ଅର୍ଥ ଖର୍ଚ୍ଚ କରିବେ। ଭଗବାନଙ୍କ ଦୟାରୁ ଆପଣଙ୍କ ପାଖରେ ଆଜି ଧନର ଅଭାବ ହେବ ନାହିଁ।

କନ୍ୟା ରାଶି:- କଥା ଦେଇଥିବା ଲୋକ ପର କ୍ଷଣରେ ଓଲଟା କଥା କହି ଯୁକ୍ତି କରିବେ। କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ ହୋଇପାରେ। ଆପଣଙ୍କ ଜୀବନ ସାଥିଙ୍କ କାମର ଚାପ ଦୂର କରିବା ପାଇଁ ତାଙ୍କୁ ସହାୟତା କରନ୍ତୁ। ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣ ଚିନ୍ତାରେ ରହିବେ।

ତୁଳା ରାଶି:- ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ। ଆପଣ ଆଜି କୌଣସି ପୁରୁଣା ରୋଗରୁ ମୁକ୍ତି ପାଇବେ।

ବିଛା ରାଶି:- ମନ ଯାହା ଚାହୁଁଚି ଏହା ପାଇବା କାରଣରୁ ଖୁସି ରହିବେ। ଆଜି ଆପଣ ଅସମ୍ମାନିତ ହୋଇ ପାରନ୍ତି।

ଧନୁ ରାଶି:- ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ଚିନ୍ତା କରିବେ ସାମୟିକ ପୁରାତନ ରୋଗ ପୀଡ଼ା ଆପଣଙ୍କୁ କଷ୍ଟ ଦେବ।

ମକର ରାଶି:- ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବା ଅନୁଭବ କରି ବନ୍ଧୁଙ୍କ ପରାମର୍ଶ ନେବେ ଆଜି ନିଜର ମନୋରଞ୍ଜନ ଉପରେ ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି:- ଆପଣ ଯେଉଁ କାର୍ଯ୍ୟ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ବ୍ୟବସାୟରେ କିଛି ସମସ୍ୟା ଦେଖାଯାଇପାରେ।

ମୀନ ରାଶି:- ଶିଳ୍ପ ବ୍ୟବସାୟରେ ଆଜି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସର୍ବଦା ସତ୍ୟ ପଥରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ଉନ୍ନତି ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *