October 24, 2024

Odia Express

Leading Odia News Portal of Odisha

26 ମାର୍ଚ୍ଚ ୨୦୨୩ ରବିବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ରହିବ ଖୁସି ସମୟ…

ମେଷ ରାଶି:- ସାମାଜିକ ସ୍ତରରେ ସମସ୍ୟାକୁ ସମାଧାନ କରି ପାରିବେ। ନୂଆ କାମ କରିବା ପାଇଁ ଆଗ୍ରହ ଥିଲେ ବରିଷ୍ଠ ଲୋକଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବା ଆବଶ୍ୟକ।

ବୃଷ ରାଶି:- ଆଜିର କାମ ପାଇଁ କୌଣସି ଅସୁବିଧା ହେବ ନାହିଁ।ଲେଖା ପଢାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।

ମିଥୁନ ରାଶି:- ପିଲାଙ୍କ ବିଶୃଙ୍ଖଳିତ ଆଚରଣ କାରଣରୁ କ୍ରୋଧିତ ହେବେ। ଆଇନ ମାମଲାରେ ଫଳ ଉତ୍ତମ ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ। ଏପରି ଲୋକଙ୍କ ସହିତ ମିଶିବେ ଯେଉଁମାନେ ଆପଣଙ୍କୁ କାମରେ ସହାୟତା କରିବେ। ପୁତ୍ର ସୁଖ ମିଳିପାରେ। ବ୍ୟୟ ଅପେକ୍ଷା ଆୟ ଅଧିକ ରହିବ।

କର୍କଟ ରାଶି:- ବାଣିଜ୍ୟ ବ୍ୟବସାୟକୁ ସଙ୍କୁଚିତ କରି ପାରନ୍ତି।ଆପଣ କରି ଆସୁଥିବା ଉଦ୍ୟମରେ ସଫଳତା ଲାଭ କରିବେ।

ସିଂହ ରାଶି:- ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବିବେ।ଅଫିସ କାମ କରିବା ସମୟରେ ମନକୁ ବିଭିନ୍ନ ଯୋଜନା ଆସିବ।ବ୍ୟବସାୟରେ ବୁଝି ବିଚାରି କାର୍ଯ୍ୟ କରିଲେ ସମସ୍ୟା କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନ ମାନଙ୍କୁ ନୂଆ ସୁଯୋଗ ମିଳିବା କାରଣରୁ ଉନ୍ନତିର ପଥ ସୁଗମ ହେବ।

କନ୍ୟା ରାଶି:- ବନ୍ଧୁଙ୍କ ସହିତ ଓଲଟା କଥା କହି ଅପଦସ୍ତ ହୋଇ ପାରନ୍ତି। ଦୂର ସମ୍ପର୍କୀୟଙ୍କ ଆଗମନ ନିଶ୍ଚୟ ଭାବରେ ହେବ।

ତୁଳା ରାଶି:- ଅଭାବ ନଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇ ଅବସାଦ ଲାଗି ରହିବ। ସରକାରୀ କାମ ପୁରା କରିବା ପାଇଁ ସମୟ ଲାଗିପାରେ। ସମସ୍ତ ନିଷ୍ପତି ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ।ପାରିବାରିକ ସମସ୍ୟା ଦୂର ହେବ।

ବିଛା ରାଶି:- ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇ ଯିବ।ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରି ଋଣ ପରିଶୋଧ ପାଇଁ ଯୋଜନା କରିବେ।

ଧନୁ ରାଶି:- ବନ୍ଧୁ ମିଳନ କାରଣରୁ ଉତ୍ସାହିତ ହେବେ।କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ ଲୋକମାନଙ୍କୁ ନିଜର କଥା ଦ୍ଵାରା ପ୍ରଭାବିତ କରିବେ। ରାଜନୀତିରେ ସହାୟତା ପାଇବେ ପତ୍ନୀ କର୍ମତତ୍ପର ଓ ବନ୍ଧୁ ପ୍ରିୟ ହେବେ ଓ ନିର୍ମାଣାଧୀନ କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ।

ମକର ରାଶି:- କର୍ମ କ୍ଷେତ୍ରରେ ରାଜନୀତିରେ ପ୍ରଶଂସିତ ହେବେ।କର୍ମ ଆରମ୍ଭ ଯାନବାହାନ ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ବନ୍ଧୁ ସହିତ ସମ୍ପର୍କ ଭଲ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପାରନ୍ତି।ବିବାଦୀୟ ହେବେ।ଶେଷ କରିବାକୁ ଚାହୁଁଥିବା କାର୍ଯ୍ୟ ପୂର୍ଣ୍ଣ ହେବ।

କୁମ୍ଭ ରାଶି:- ଆବଶ୍ୟକତା ପୂରଣ ପାଇଁ ବନ୍ଧୁ ସହାୟତା କରିବେ।ସଦା ସର୍ବଦା ଉନ୍ନତିର ଉତ୍ସ ହୋଇ ପାରନ୍ତି।

ମୀନ ରାଶି:- ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ଘର ମଧ୍ୟରୁ ଆଦର ପାଇବେ ନାହିଁ। ବ୍ୟବସାୟରେ ରହିଥିବା ଅର୍ଥ ପାଇବେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ ଆପଣ ସର୍ବଦା ସତ କର୍ମ କରନ୍ତୁ, ସତ ଦିଗରେ ନିଜକୁ ପରିଚାଳିତ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ଅନେକ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *