October 24, 2024

Odia Express

Leading Odia News Portal of Odisha

28 ମାର୍ଚ୍ଚ ୨୦୨୩ ମଙ୍ଗଳବାର,ଆଜିର ରାଶିଫଳ,ଆଜି ଦିନ କେମିତି ରହିବ ଆଜି ଆପଣଙ୍କ ପାଇଁ,ଏମାନଙ୍କ ପାଇଁ ଆସିବ ଖୁସି ଖବର

ମେଷ ରାଶି:- ଆର୍ଥିକ ପରିସ୍ଥିତି ସୁଧୁରିବା ସମ୍ଭାବନା ରହିଛି। ଋଣ ନେଇଥିବା ବ୍ୟକ୍ତି ଋଣ ଶୁଝିବେ। ବନ୍ଧୁ ମାନଙ୍କ ସହିତ ସନ୍ଧ୍ୟା ବହୁତ ଆନନ୍ଦଦାୟକ ରହିବ।ଆପଣଙ୍କ ପାଇଁ ଆଜିର ଦିନ ବହୁତ କୌତୁହଳ ପୂର୍ଣ୍ଣ ରହିବ।

ବୃଷ ରାଶି:- ଆଜି ଅଚାନକ ଆନୁଷ୍ଠାନିକ କାର୍ଯ୍ୟ ପାଇଁ କଷ୍ଟ କରିବାକୁ ପଡିପାରେ। ଗର୍ଭବତୀ ମହିଳା ମାନଙ୍କ ପାଇଁ ଆଜି ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ଆପଣଙ୍କ ବୈବାହିକ ଜୀବନର ସବୁଠାରୁ ସ୍ନେହପୂର୍ଣ୍ଣ ଦିନ ରହିବ।

ମିଥୁନ ରାଶି:- ସବୁ କ୍ଷେତ୍ରରେ ସମସ୍ୟା ବଢ଼ୁଥିବା କାରଣରୁ ମାନସିକ ସ୍ତିରତା ରହିବ ନାହିଁ। ବ୍ୟବସାୟ ସାମାନ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଯେଉଁମାନେ କୌଣସି ଜମି କିଣିଥିଲେ ସେମାନେ ଆଜି ବିକ୍ରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଜି ଏହା ବିକ୍ରି କରି ଭଲ ଲାଭ ମିଳିବାର ସମ୍ଭାବନା ରହିଛି।

କର୍କଟ ରାଶି:- ଦୀର୍ଘ ଦିନରୁ ଅଟକି ରହିଥିବା କର୍ମର ସ୍ଥିତି ଅନୁକୂଳ ହୋଇପାରେ। ଆକସ୍ମିକ ଜଣେ ପୁରୁଣା ବନ୍ଧୁଙ୍କ ଦେଖା କରି ମନ ହାଲକା କରିବେ। ଯେଉଁମାନଙ୍କର ଏବେ ଯାଏ ଦରମା ମିଳି ନାହିଁ ସେମାନେ ଆଜି ମାନସିକ ଚିନ୍ତାରେ ରହି ପାରନ୍ତି ଆଜି ଆପଣ ଚଳଚ୍ଚିତ୍ର ଦେଖି ସମୟ ଅତିବାହିତ କରିବେ।

ସିଂହ ରାଶି:- ଆଜି କର୍ମ କ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ଇଛା ନଥିଲେ ମଧ୍ୟ କେତେକ କାମ କରିବା ପାଇଁ ବାଧ୍ୟ ହେବେ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ସ୍ଥିର କରିବେ। ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି ତେଣୁ ଦୂର ଯାତ୍ରା କରିବାରୁ ଦୂରେଇ ରହିବା ଆବଶ୍ୟକ।

କନ୍ୟା ରାଶି:- ମାନସିକ ସ୍ଥିତି ଭଲ ରହିବ ନାହିଁ। ନିଜର ଆତ୍ମୀୟ ମାନେ ଅଚାନକ ଭାବରେ ଶତ୍ରୁତା କରିବାର ସମ୍ଭାବନା ରହିଛି। ହରିନାମ ଜପ କରନ୍ତୁ, ସଫଳତା ପାଇବେ।

ତୁଳା ରାଶି:- ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଅଚାନକ ଝଗଡା ହେବାର ସମ୍ଭାବନା ରହିଛି। ଆଜି ଦିନ ସାରା ଧନର ଉତ୍ତମ ସଞ୍ଚାଳନ ହେବ। ଦୂର ଯାତ୍ରା କରିବା କାରଣରୁ ଆପଣଙ୍କୁ ଶାରୀରିକ କଷ୍ଟ ଅନୁଭବ ହୋଇ ପାରେ। କାହାର ସାହାଯ୍ୟ କରିବା ଆପଣଙ୍କ ପାଇଁ ମାନସିକ ଶାନ୍ତି ଆଣି ଦେବ।

ବିଛା ରାଶି:- ଅତୀତ ଘଟଣା ମନକୁ ଆସିବା ଫଳରେ ମନ ଭଲ ଲାଗିବ ନାହିଁ। ଅଚାନକ ଭାବରେ ଆଜି ଆପଣଙ୍କୁ ଧନ ଲାଭ ହୋଇପାରେ।

ଧନୁ ରାଶି:- ଜମିଜମା କଥାକୁ ନେଇ ବିବ୍ରତ ରହିପାରନ୍ତି। ନିଜର ମନ ପରିବର୍ତ୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନେବା ଆବଶ୍ୟକ।

ମକର ରାଶି:- ସଭାସମିତି ଓ ରାଜନୈତିକ ସ୍ତରରେ ଚିନ୍ତା ଲାଗି ରହିବ। ଆପଣ କୌଣସି ପୁରୁଣା ରୋଗ ଠାରୁ ମୁକ୍ତି ପାଇବେ।

କୁମ୍ଭ ରାଶି:- ସମସ୍ୟାକୁ ଦୂର କରି କର୍ମ କ୍ଷେତ୍ରରେ ନିଜର ସ୍ଥିତିକୁ ଦୃଢ଼ କରିବାରେ ସଫଳ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ।

ମୀନ ରାଶି:- ପାରିବାରିକ ସ୍ତରରେ ପିଲାମାନଙ୍କ ପାଠ ପଢା ନେଇ ଚିନ୍ତିତ ରହିବେ। ନିଜର ବ୍ୟକ୍ତିଗତ ଭାବନା ଓ ନିଜର ଗୁପ୍ତକଥା ପ୍ରକାଶ କରନ୍ତୁ ନାହିଁ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସର୍ବଦା ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *