October 22, 2024

Odia Express

Leading Odia News Portal of Odisha

୧୪ ଏପ୍ରିଲ ୨୦୨୩ ଶୁକ୍ରବାର ପଣା ସଂକ୍ରାନ୍ତି,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ରାଶି ଙ୍କ ପାଇଁ ରହିପାରେ ବିପଦ

ମେଷ ରାଶି:- ଏହି ରାଶିର ଲୋକ ମାନଙ୍କ ଆର୍ଥିକ କାରବାରରେ ଭଲ ଲାଭ ମିଳିବ। ବକେୟା ଅର୍ଥ ପ୍ରାପ୍ତି ହୋଇପାରେ।କିଛି ଦିନ ଧରି ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ ଯାହା ଫଳରେ ଆପଣଙ୍କ ମନ ଶାନ୍ତି ପାଇବ। ଆପଣଙ୍କ ପରିଶ୍ରମ ଅନୁସାରେ ସଫଳତା ନିଶ୍ଚୟ ଭାବରେ ପ୍ରାପ୍ତ ହେବ।

ବୃଷ ରାଶି:- କାର୍ଯ୍ୟ କ୍ଷେତ୍ରରେ ନିଶ୍ଚୟ ଭାବରେ ସଫଳ ହେବେ।ଗାଡ଼ି ଓ ଜମି ଭଳି ମୂଲ୍ୟବାନ ବସ୍ତୁ ଆଜି ଆପଣ କିଣା କିଣି କରି ପାରନ୍ତି। ପରିବାରରେ କେହି ଜଣେ ଲୋକ ଆଜି ଆପଣଙ୍କୁ କଷ୍ଟ ଦେଇ ପାରନ୍ତି।

ମିଥୁନ ରାଶି:- ବ୍ୟବସାୟରେ ନିଜର ଥିବା ବନ୍ଧୁ ମାନଙ୍କ ପାଖରୁ ସହାୟତା ମିଳିପାରେ। ପରିବାରରେ ସମସ୍ତେ ଆଜି ଆପଣଙ୍କ ଉପରେ ଖୁସି ରହିବେ। କର୍ମ କ୍ଷେତ୍ରରେ ଆଜିର ଦିନ ବହୁତ ଭଲରେ ଅତିବାହିତ ହେବ। ସରକାରୀ ଚାକିରୀ କରିଥିବା ଲୋକ ବହୁତ ଭଲରେ ଦିନ ଅତିବାହିତ କରିବେ।

କର୍କଟ ରାଶି:- ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଯଦି ଯୋଜନା ଭାବେ କରାଯାଏ ତେବେ ସଫଳତା ନିଶ୍ଚୟ ଭାବରେ ପାଇ ପାରିବେ।ଛାତ୍ରଛାତ୍ରୀ ମାନେ ଆଜି ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ବ୍ୟବସାୟୀ ଆଜି ପ୍ରତିଯୋଗୀତାର ସମ୍ମୁଖୀନ ହୋଇ କରନ୍ତୁ। ବାଦ ବିବାଦ ଦେଖାଯାଇପାରେ।

ସିଂହ ରାଶି:- ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। କାର୍ଯ୍ୟର ଭାର ବଢିବା କାରଣରୁ ମନରେ ଚିନ୍ତା ଲାଗି ରହିବ। ଆଜି ଅଚାନକ କୌଣସି କ୍ଷେତ୍ରରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟର କୌଣସି ଅସୁବିଧା ଦେଖାଯାଇପାରେ।

କନ୍ୟା ରାଶି:- ଆପଣଙ୍କୁ ଆଜି କିଛି ବହୁତ ବଡ଼ ଖୁସି ଖବର ମିଳିପାରେ। ଆଜି ଦିନ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଭଲରେ ଅତିବାହିତ କରିବେ।

ତୁଳା ରାଶି:- ନକାରାତ୍ମକ ଶକ୍ତି ଠାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ ନଚେତ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ବିଛା ରାଶି:- ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ସୁଦୃଢ ରହିବ। ଆଜି କିଛି ନୂଆ ସାମଗ୍ରୀ କିଣାକିଣି କରି ପାରନ୍ତି।

ଧନୁ ରାଶି:- ଧନ ସମ୍ପର୍କିତ କୌଣସି ସମସ୍ୟା ଆସିପାରେ। ତେଣୁ ଆପଣ ଆଜି ଅର୍ଥ ଖର୍ଚ୍ଚ କରିବା ସମୟରେ ଜଗି ରଖି ଖର୍ଚ୍ଚ କରିବା ଆବଶ୍ୟକ ଅଟେ।

ମକର ରାଶି:- ଆଜି ଆପଣଙ୍କ ସ୍ୱାସ୍ଥ୍ୟର କିଛିଟା ବାଧା ଆସିପାରେ ଓ ଅର୍ଥ ଖର୍ଚ୍ଚ ହୋଇପାରେ, ସତର୍କ ରୁହନ୍ତୁ। କାହା ଉପରେ ଆଜି ଆପଣ ଅଧିକ ବିଶ୍ୱାସ ରଖନ୍ତୁ ନାହିଁ।

କୁମ୍ଭ ରାଶି:- କର୍ମ କ୍ଷେତ୍ରରେ କୌଣସି କାର୍ଯ୍ୟରେ ବାଧା ଆସିବା ସହିତ ଅଧିକ କଷ୍ଟ ଅନୁଭବ କରିପାରନ୍ତି।

ମୀନ ରାଶି:- ଆଜି କୌଣସି କାର୍ଯ୍ୟରେ ଆପଣଙ୍କ ମନ ଲାଗିବ ନାହିଁ। ଆଜି କିଛି ନୂଆ ଜିନିଷ ଆପଣ ଆରମ୍ଭ କରି ପାରନ୍ତି।

ତେବେ ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ଭଗବାନଙ୍କ ନାମ ଜପ କରନ୍ତୁ, ନ୍ୟାୟରେ ରୁହନ୍ତୁ, ସତ କର୍ମ କରନ୍ତୁ, ଭଗବାନଙ୍କ କୃପା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *