June 29, 2025

Odia Express

Leading Odia News Portal of Odisha

18 ବର୍ଷ ପରେ IPL ଜିତିଲା ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଳୁରୁ,ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଏକ ରେକର୍ଡ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଦୀର୍ଘ ୧୭ ବର୍ଷ ପରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚମ୍ପିଆନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହି ଦଳ ପୂର୍ବରୁ ୩ ଥର ଫାଇନାଲକୁ ଯାଇ ମଧ୍ୟ ଚମ୍ପିଆନ ହୋଇପାରିନଥିଲା ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ । ଶେଷରେ ରନ୍ ମେସିନ୍ ଜିତିଲେ ଆଇପିଏଲ ଟ୍ରଫି । ପ୍ରଥମ ଥର ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ରଜତ ପାଟିଦାରଙ୍କ ଅଧିନାୟକରେ ବାଙ୍ଗାଲୋର ଏକ ରୋମାଞ୍ଚକର ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିଥିଲା। ଏହା ସହିତ ଦଳ ଆଇପିଏଲ ୨୦୨୫ର ଚାମ୍ପିଅନ ହୋଇଥିଲା।କୁଣାଲ ପାଣ୍ଡ୍ୟା, ଯଶ ଦୟାଲ ଏବଂ ଭୁବନେଶ୍ୱର କୁମାରଙ୍କ ସ୍ମରଣୀୟ ସ୍ପେଲ ଉପରେ ନିର୍ଭର କରି, ବେଙ୍ଗାଲୁରୁ ୧୯୦ ରନର ସ୍କୋରକୁ ସଫଳତାର ସହ ରକ୍ଷା କରି ୬ ରନରେ ମ୍ୟାଚ୍ ଜିତିଲା।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜାମିସନ ଯଥାକ୍ରମେ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଚହଲ, ବିଜୟ କୁମାର ଓ ଅଜମତୁହ୍ଲା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ପଞ୍ଜାବକୁ ଏକ ଓପେନିଂ ଷ୍ଟାର୍ଟ ମିଳିଥିଲା । ପ୍ରଥମ ୱିକେଟ ପାଇଁ ପ୍ରିୟଙ୍କ୍‌ ଆର୍ଯ୍ୟ ଓ ପ୍ରଭାସିମ୍‌ରନ୍‌ ସିଂ ଦଳୀୟ ଖାତାରେ ୪୩ ରନ୍‌ ଯୋଡ଼ିଥିଲେ । ଜୋସ ଇଂଲିସ ମଧ୍ୟ ୩୯ ରନ୍‌ କରିଛନ୍ତି ।

ପ୍ରଥମେ ପ୍ରିୟଙ୍କ ଆର୍ଯ୍ୟ ନିଜ ୱିକେଟ୍‌ ହରାଇଥିଲେ । ଏହାପରେ ପ୍ରଭାସିମ୍‌ରନ୍‌ ସିଂ ମଧ୍ୟ କ୍ରୁନାଲ ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ । ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ ଦଳ । ଶଶାଙ୍କ ସିଂ ୬୧ ରନ୍‌ର ପାଳି ଖେଳି ଦଳକୁ ବିଜୟ ଦେବାକୁ ସମସ୍ତ ପ୍ରୟାସ କରିଥିଲେ । ଆର୍‌ସିବି ବୋଲର ଆଜି ଜବରଦସ୍ତ ବୋଲିଂ କରିଥିଲେ