July 29, 2025

Odia Express

Leading Odia News Portal of Odisha

ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ! ଗିରଫ ପରେ କଂଗ୍ରେସ ଛାତ୍ର ସଭାପତି ଉଦିତ ପ୍ରଧାନ ସସ୍‌ପେଣ୍ଡ

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି ।ଉଦିତ ପ୍ରଧାନ ସସ୍‌ପେଣ୍ଡ । ଓଡ଼ିଶା କଂଗ୍ରେସ ଛାତ୍ର ସଭାପତି ଉଦିତ ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରିଛି କଂଗ୍ରେସ ! NSUIର ନ୍ୟାସନାଲ୍ ପ୍ରେସିଡେଣ୍ଟ ବରୁଣ ଚୌଧୁରୀ ଉଦିତ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି

ମଞ୍ଚେଶ୍ବର ଥାନା ପୁଲିସ ରବିବାର ରାତିରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ଏହି ଘଟଣା ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ଘଟିଥିବା ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୀଡ଼ିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ନେଇଯାଇଥିଲେ।

ସେଠାରେ ଜଣେ ଯୁବକ ଆସି ତାଙ୍କ ଗାଡ଼ିରେ ବସିଥିଲେ। ତାଙ୍କ ନାମ ଉଦିତ ପ୍ରଧାନ ଓ ସେ ଛାତ୍ର କଂଗ୍ରେସ ସଭାପତି ବୋଲି ସେ ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କ ନିକଟରେ ଶ୍ରୀ ପ୍ରଧାନ ବସିବା ସହ ତାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ପରେ ସମସ୍ତେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ପୀଡ଼ିତା ତାଙ୍କୁ ଘରେ ଛାଡ଼ିବାକୁ କହିଥିଲେ ମଧ୍ୟ ଉଦିତ ତାଙ୍କ ସହ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି

ରାତି ଅଧିଆ ଗିରଫ ହୋଇଥିବା ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ମେଡିକାଲ ଟେଷ୍ଟ ସକାଳୁ କରାଯିବା ସହ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ମିଳିଛି ! ବିଜେପି ସରକାରଙ୍କୁ ପ୍ରଦେଶ କଂଗ୍ରେସ ଘେରୁଥିବା ବେଳେ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁରେ ଆସିଥିବା ଦୁଷ୍କର୍ମ ମାମଲା ଖୋଦ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି