July 1, 2025

Odia Express

Leading Odia News Portal of Odisha

ଏହି ଗାଈ ପ୍ରତିଦିନ ଅଟକାଉଛି ଗୋଟିଏ ବସର ରାସ୍ତା – କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ – କହିବେ ମା ତୁ ମହାନ…

ମାଆ ଦୁନିଆର ସବୁଠାରୁ ଅମୂଲ୍ୟ ରଚନା ଅଟେ। ମାଆର ହୃଦୟ ସବୁବେଳେ ନିଜର ସନ୍ତାନ ନିମନ୍ତେ ଧକଧକ କରୁଥାଏ। ଆପଣ ତ ଜାଣନ୍ତି ଯେ ଗୋଟିଏ ମାଆ ନିମନ୍ତେ ତାହାର ସନ୍ତାନ ସବୁଠାରୁ ଅଧିକ ପ୍ରିୟ ହୋଇଥାଏ । ପଛକେ କିଛି ବି ହୋଇଯାଉ ସେ ନିଜର ଛୁଆକୁ ଛାଡେ ନାହିଁ । ମାଆକୁ ସନ୍ତାନର ମୋହ କେବେ କମ ହୋଇନଥାଏ । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ମାଆର ହୃଦୟ ଉପରେ କଣ ବିତେ ଯେବେ ତାହାର ଛୁଆ ମରିଯାଏ। ସେ ନିଜର ସନ୍ତୁଳନ ହରେଈ ଇଆଡେ ସିଆଡେ ପାଗଳଙ୍କ ଭଳି ବୁଲୁଥାଏ ।

ବିଗତ 4ବର୍ଷରୁ ପାଗଳଙ୍କ ଭଳି ଅଟକାଉଚି ବସର ରାସ୍ତା – ନିକଟରେ ଏକ ଏପରି ଘଟଣା ଦେଖାଯାଇଛି, ଯେଉଁଥିରେ ଏକ ମାଆ ପାଗଳଙ୍କ ଭଳି ବିଗତ 4ବର୍ଷ ହେବେ ଗୋଟିଏ ବସର ରାସ୍ତା ରୋକୁଛି। କାରଣ ଏହି ବସ ତଳେ ଚାପି ହୋଇ ତାର ଛୁଆର ମୃତ୍ୟୁ ହୋଇଥିଲା। ଆପଣାକୁ ଜାଣିକି ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି କାହାଣୀ କୌଣସି ମନୁଷ୍ୟର ନୁହେଁ ବରଂ ଏକ ଗାଈର ଅଟେ। ଏହି ଘଟଣା ବିଷୟରେ ଜାଣିକି ଆପଣଙ୍କୁ ଜଣା ପଡିବ ଯେ ଏକ ମାଆର ମମତା କେବେ ମଧ୍ୟ ମରେ ନାହିଁ । ଗାଈ ସହିତ ହୋଇଥିବା ଏହି ଘଟଣା ଆପଣଙ୍କ ରୁମ ଠିଆ କରିଦେବ ।

ଏହି ବସ ଦ୍ଵାରା ଚାପି ହୋଇ ମରିଥିଲା ଗାଈର ଛୁଆ – ପ୍ରକୃତରେ ଆଜିଠାରୁ 4ବର୍ଷ ପୂର୍ବେ କର୍ଣ୍ଣାଟକର ଶିରସିରେ କର୍ଣ୍ଣାଟକ ବସ ଡିପୋର ଏକ ବସ ତଳେ ଗାଈର ଛୁଆ ଆସିଯାଇଥିଲା ଏବଂ ସେ ଚାପି ହୋଇ ମରିଯାଇଥିଲା । ତାହାର ମାଆ ସେଠାରେ ନିକଟରେ ଥିଲା ଯିଏ ନିଜର ମରିଯାଇଥିବା ଛୁଆକୁ ଉଠେଇବାକୁ ନିରର୍ଥକ ପ୍ରୟାସ କରୁଥିଲା। ଯେବେ ତାହାର ଅନୁଭବ ହେଲା ଯେ ତାହାର ଛୁଆ ଏବେ ଉଠିବ ନାହିଁ ତ ସେ ପାଗଳ ହୋଇଗଲା ଏବଂ ତେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସେ ପ୍ରତିଦିନ ଗୋଟିଏ ବସ ଆଗକୁ ଆସିଯାଉଛି ଏବଂ ତାହାର ରାସ୍ତା ରୋକିବାର ଅସଫଳ ପ୍ରୟାସ କରୁଛି।

ପ୍ରତିଦିନ ଖୋଜୁଛି ଦୋଷୀ ବସ ଡ୍ରାଇଭରକୁ – ଆପଣ ମଧ୍ୟ ଭିଡିଓରେ ଦେଖିପାରିବେ ଯେ ଗାଈ କେଉଁ ପ୍ରକାର ବସକୁ ରୋକିବା ପାଇଁ ବାରମ୍ବାର ବସ ଆଗକୁ ଆସିଯାଉଛି। ସେ ନିଜର ଜୀବନର ଖାତିର କରୁନାହିଁ । ସେ କେବଳ ସେହି ଦୋଷୀ ବସ ଡ୍ରାଇଭରର ତଲାଶ କରୁଛି, ଯିଏ ତାହାର ଛୁଆକୁ ଚାପିକି ମାରିଦେଇଥିଲା । ଜେନ ବ୍ୟକ୍ତି ଗାଈକୁ ବାଡିରେ ବାଡେଇ ତଡିବାର ଚେଷ୍ଟା କରୁଛନ୍ତି ଯଦ୍ୱାରା ବସ ଆଗକୁ ଯାଇପାରିବ । କିନ୍ତୁ ସେ ପୁଣି ଦଉଡିକି ବସର ପିଛା କରୁଛି ଏବଂ ତାହାର ରାସ୍ତା ରୋକି ଦେଉଛି। ଗାଈ ବିନା ଥକି ପ୍ରତିଦିନ ବିଗତ ଚାରିବର୍ଷ ହେବ ଏହା କରୁଛି ।

Leave a Reply

Your email address will not be published. Required fields are marked *