ଏହି ପ୍ରକାର କରିବେ ଯଦି ଅଭିଷେକ ତାହେଲେ ଭୋଳାନାଥ ନିଶ୍ଚୟ କରିବେ ଆପଣଙ୍କ ମନସ୍କାମନା ପୁର୍ଣ..

ସାଙ୍ଗମାନେ ରୁଦ୍ରଭିଷେକ ଅର୍ଥାତ ଶିବଲିଙ୍ଗ ଉପରେ ରୁଦ୍ରମନ୍ତ୍ରଙ୍କ ଦ୍ୱାରା ଅଭିଷେକ କରିବା।ଯାହାକି ବେଦରେ ବର୍ଣିତ ଅଛି ଶିବ ଏବଂ ରୁଦ୍ର ଏକ ଅଟନ୍ତି ବୋଲି ତଥା ଶିବଙ୍କୁ ହି ରୁଦ୍ର କୁହାଯାଇଥାଏ କାରଣ ଭୋଲେନାଥ ସମସ୍ତ ଦୁଃଖକୁ ନଷ୍ଟ କରିଦିଅନ୍ତି।ରୁଦ୍ରଭିଷେକ କରିବା ଶିବଆରଧନା କରିବାର ସର୍ବଶେଷ୍ଠ ଉପାୟ କୁହାଯାଇଅଛି।ଏହାର ବର୍ଣ୍ଣନା ୩ଟି ବେଦରେ କରାଯାଇଅଛି।ଏହା କହାଯାଏକି ଏକମାତ୍ର ସଦାଶିବରୁଦ୍ରଙ୍କ ପୂଜା ଦ୍ୱାରା ସମସ୍ତ ଦେବତା ମାନଙ୍କ ପୂଜା ସ୍ଵତଃ ହୋଇଯାଇଥାଏ।ଏମିତିତ ରୁଦ୍ରଭିଷେକ କେବେବି କରାଯାଇପାରେ ପରନ୍ତୁ ତ୍ରୟୋଦଶୀ ତିଥି,ପ୍ରଦୋଷ କାଳ ଏବଂ ସୋମବାରରେ ଏହାକୁ କରିବା ପରଂ କଲ୍ୟାଣକାରୀ ଅଟେ।ଅସାନ୍ତୁ ଜାଣିବା ରୁଦ୍ରଭିଷେକ ଅର୍ଥ କଣ ଅଟେ ବୋଲି।
ଅଭିଷେକ ଅର୍ଥ ହେଉଛି ସ୍ନାନ କରିବା ଅଥବା କରେଇବା ଏବଂ ରୁଦ୍ରଭିଷେକର ଅର୍ଥ ହେଉଛି ଭଗବାନ ରୁଦ୍ରଙ୍କ ଅଭିଷେକ।ଶିବଜୀଙ୍କୁ ପ୍ରସନ୍ନ କରେଇବାର ଶ୍ରେଷ୍ଠ ଉପାୟ ହେଉଛି ରୁଦ୍ରଭିଷେକ।ରୁଦ୍ରଅଷ୍ଟାଧ୍ୟାୟ ଅନୁସାରେ ଶିବ ହିଁ ରୁଦ୍ର ଏବଂ ରୁଦ୍ର ହିଁ ଶିବ ଅଟନ୍ତି।ରୁଦ୍ର ରୂପରେ ପ୍ରତିଷ୍ଠିତ ଭଗବାନ ରୁଦ୍ର ଆମ ଦୁଃଖକୁ ଜଲ୍ଦିହି ହରଣ କରିନିଅନ୍ତି।ଯେଉଁ ଦୁଃଖ ଆମେ ଭୋଗୁଛୁ ତାହାର କାରଣ କେବେଳ ଆମେ ହିଁ ହେଇଥାଉ।କୁହାଯାଏକି ଭଗବାନ ଶ୍ରୀ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମାଜି ଉତ୍ପନ ହୋଇଥିଲେ କିନ୍ତୁ ବ୍ରହ୍ମାଜି ଯେବେ ଏହା ଜାଣିଲେ ତେବେ ସେ ତାହା ଗ୍ରହଣ କରିଲେ ନାହିଁ ଏବଂ ଏହା ଦ୍ୱାରା ଦୁଇ ଜଣଙ୍କ ମଧ୍ୟେ ଭୟାନକ ଯୁଦ୍ଧ ହେଲା।ଏଥିରୁ କ୍ରୋଧିତ ହୋଇ ଭଗବାନ ଶିବ ଲିଙ୍ଗ ରୂପରେ ଆସିଲେ ପରନ୍ତୁ ତାଙ୍କର ଆଦି କି ଅନ୍ତ କେହି ପାଇପାରିଲେ ନାହିଁ ଏବଂ ଏହାର ଅଭିଷେକ କଲେ।ସେବେଠୁ ରୁଦ୍ରଭିଷେକର ଉତ୍ପତି ହୋଇଅଛି।ଏବେ ଅସାନ୍ତୁ ଜାଣିବା ରୁଦ୍ରଭିଷେକ ପୁର୍ନବିଧି ବିଷୟରେ।
ରୁଦ୍ରଭିଷେକ ପାଇଁ ଆବଶ୍ୟକ ସାମଗ୍ରୀ ପୂର୍ବରୁ ହି ସଂଗ୍ରହ କରିନିଅନ୍ତୁ।ବାଲ୍ଟି ଅଥବା ବଡ ପାତ୍ର,ଜଳ ପାଇଁ ସମ୍ଭବ ଯଦି ଗଙ୍ଗାଜଳ ଦ୍ୱାରା ଅବିଶେକ କରନ୍ତୁ।ଶୃଙ୍ଗି ଅର୍ଥାତ ଗାଈର ଶିଙ୍ଗରେ ତିଆରି ପାତ୍ର।ରୁଦ୍ରଷ୍ଟାଧ୍ୟାୟୀର ଏକାଦଶ ରୁଦ୍ରୀକୁ ଏଗାର ଥର ପାଠ କରାଯାଇଥାଏ ଯାହା ପଞ୍ଚାମୃତ ଦ୍ୱାରା କରାଯାଇଥିବା ପୂଜା ଅଟେ।ଏହି ପୂଜାକୁ ବହୁତ ମହତ୍ୱପୂର୍ଣ୍ଣ ମନାଯାଏ ଏବଂ ଶାସ୍ତ୍ରୀକ ବିଧିରେ ବିଦ୍ୱାନ ବ୍ରାହ୍ମଣଙ୍କ ଦ୍ଵାରହି ଏହାକୁ ସମ୍ପନ କରାଯାଏ।ଅସାନ୍ତୁ ଜାଣିବା ରୁଦ୍ରଭିଷେକର ଲାଭ ବିଷୟରେ।
ରୁଦ୍ରଭିଷେକ ବହୁତ ପଦାର୍ଥ ଦ୍ୱାରା କରାଯାଇଥାଏ ଏବଂ ପ୍ରତ୍ୟେକ ପଦାର୍ଥ ଦ୍ୱାରା କରାଯାଇଥିବା ଅଭିଷେକ ଅଲଗା ଅଲଗା ଫଳ ପ୍ରଦାନ କରିବାରେ ସକ୍ଷମ ଅଟେ।
୧.ଜଳ ଦ୍ୱାରା ଅଭିଷେକ:- ସବୁପ୍ରକାର ଦୁଃଖରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କ ଜଳ ଦ୍ୱାରା ଅଭିଷେକ କରନ୍ତୁ।ପ୍ରଥମେ ବିଶେଷତଃ ଚାନ୍ଦି ପାତ୍ରରେ ସୁଦ୍ଧଜଳ ଭରି ପାତ୍ରର ତିଳକ କରନ୍ତୁ।ଏହାପରେ ପଂଚକ୍ଷରି ମନ୍ତ୍ର ଓଁ ନମଃ ଶିବାୟ ର ଜାପ କରି ଫୁଲ ଅର୍ପଣ କରନ୍ତୁ।ଏହାପରେ ଅଭିଷେକ କରନ୍ତୁ ଏବଂ ଏହି ସମୟରେ ଓଁ ତ୍ରିଲୋକନାଥେୟ ସ୍ୱାହାର ଜାପ କରନ୍ତୁ।
୨.କ୍ଷୀର ଦ୍ୱାରା ଅଭିଷେକ:- ଶିବଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଅଭିଷେକ କରନ୍ତୁ।ପ୍ରଥମେ ତମ୍ବା ପାତ୍ର ଛାଡି ଅନ୍ୟ କୌଣସି ପାତ୍ରରେ କ୍ଷୀରକୁ ନେଇ ତାହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରି ମନ୍ତ୍ର କହି କିଛି ଫୁଲ ଅର୍ପଣ କରନ୍ତୁ।ଏହାପରେ ପତଳା ଧାରାରେ ଅଭିଷେକ କରନ୍ତୁ।ଏହା ପରେ ଶିବଲିଙ୍ଗକୁ ଭଲ ଭାବେ ଜଳରେ ସଫା କରନ୍ତୁ।
୩.ଫଳର ରସ:- ଅଖଣ୍ଡ ଧନଲାଭ ଏବଂ ବିଭିନ୍ନ ଋଣରୁ ମିକ୍ତି ପାଇବା ପାଇଁ ଭଗବାନ ଶିବଙ୍କ ଫଳରସ ଦ୍ୱାରା ଅଭିଷେକ କରନ୍ତୁ।ଭାଗବନଙ୍କ ନୀଳକଣ୍ଠ ଅବତାରକୁ ଧ୍ୟାନରେ ରଖି ତମ୍ବୁପାତ୍ରରେ ଆଖୁର ରସ ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ହୁଁ ନିଲାକଣ୍ଠୟ ସ୍ୱାହାର ଜାପ କରନ୍ତୁ।
୪.ସୋରିଷ ତେଲରେ ଅଭିଷେକ:- ଗୃହବାଧା ନାଶ ହେତୁ ଭଗବାନ ଶିବଙ୍କ ସୋରିସ ତେଲରେ ଅଭିଷେକ କରନ୍ତୁ।ଭାଗବନଙ୍କ ପ୍ରଳୟଙ୍କରୀ ଅବତାରକୁ ଧ୍ୟାନରେ ରଖି ତମ୍ବାପାତ୍ରରେ ସୋରିଷ ତେଲ ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ନାଥ ନାଥୟ ନାଥୟ ସ୍ୱାହାର ଜାପ କରନ୍ତୁ।
୫.ଚଣାରେ ତିଆରି ଡାଲି:- କୌଣସି ବ ଶୁଭ କାର୍ଯ୍ୟର ଆରମ୍ଭ କିମ୍ବା କାର୍ଯ୍ୟରେ ଉନ୍ନତି ପାଇବା ପାଇଁ ଏହି ଅଭିଷେକ କରନ୍ତୁ।ଭାଗବନଙ୍କ ସମାଧି ସ୍ଥିତ ଅବତାରକୁ ଧ୍ୟାନରେ ରଖି ତମ୍ବାପାତ୍ରରେ ଚଣାର ଡ଼ାଲି ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ସଁ ସମ୍ଭାବାୟ ନମଃର ଜାପ କରନ୍ତୁ।
୬.କଳା ରାଶିରେ ଅଭିଷେକ:- ତନ୍ତ୍ରବାଧା ନାଶ ପାଇଁ ତଥା ଖରାପ ନଜ଼ରରୁ ବଂଚିବା ପାଇଁ ଏହି ଅଭିଷେକ କରନ୍ତୁ।ଭାଗବନଙ୍କ ନୀଳବର୍ଣ୍ଣ ଅବତାରକୁ ଧ୍ୟାନରେ ରଖି ତମ୍ବାପାତ୍ରରେ କଳା ରାଶି ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ଖଂ ହଁ ହୁଁ ଶିବାୟ ନମଃର ଜାପ କରନ୍ତୁ।
୭.ମହୁମିଶା ଗଙ୍ଗାଜଳ:- ସନ୍ତାନ ପ୍ରାପ୍ତି ଏବଂ ପାରିବାରିକ ସୁଖ ଶାନ୍ତି ପାଇଁ ଏହି ଅଭିଷେକ କରାନ୍ତ।ଭାଗବନଙ୍କ ଚନ୍ଦ୍ରମୋଲେଶ୍ୱର ଅବତାରକୁ ଧ୍ୟାନରେ ରଖି ତମ୍ବୁପାତ୍ରରେ ମହୁମିଶା ଗଙ୍ଗାଜଳ ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ବଂ ଚନ୍ଦ୍ରମୋଲେଶ୍ୱରୟ ସ୍ୱାହାର ଜାପ କରନ୍ତୁ।
୮.ଘିଅ ଅଥବା ମହୁ:- ରୋଗର ନାଶ ଏବଂ ଲମ୍ବା ଆୟୁ ପାଇଁ ଏହି ଅଭିଷେକ କରନ୍ତୁ।ଭାଗବନଙ୍କ ତ୍ରୟମ୍ବକ ଅବତାରକୁ ଧ୍ୟାନରେ ରଖି ତମ୍ବୁପାତ୍ରରେ ଘିଅ କିମ୍ବା ମହୁ ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ହୁଁ ଜୁ ସଁ ଟ୍ରାୟମ୍ବକୟ୍ ସ୍ୱାହାର ଜାପ କରନ୍ତୁ।
୯.କୂମ କୂମ କେଶର ହଳଦୀ:- ଆକର୍ଷିତ ବ୍ୟକ୍ତିତ୍ୱ ପ୍ରାପ୍ତି ପାଇଁ ଏହି ଅଭିଷେକ କରନ୍ତୁ।ଭାଗବନଙ୍କ ନୀଳକଣ୍ଠ ଅବତାରକୁ ଧ୍ୟାନରେ ରଖି ତମ୍ବାପାତ୍ରରେ କୂମ କୂମ,କେଶର,ହଳଦୀ ଏବଂ ପଞ୍ଚାମୃତ ରଖି କୂମ କୂମ ଦ୍ୱାରା ଏହାର ତିଳକ କରନ୍ତୁ।ଏହାପରେ ପଂଚକ୍ଷରୀ ମନ୍ତ୍ର କହି ଫୁଲ ଅର୍ପଣ କରନ୍ତୁ ଏବଂ ଅଭିଷେକ କରନ୍ତୁ।ଅଭିଷେକ କରିବା ସମୟରେ ଓଂ ହୁଁ ହୁଁ ହୁଁ ନିଲାକଣ୍ଠୟ ସ୍ୱାହାର ଜାପ କରନ୍ତୁ।