ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଫାଙ୍କା ପଡିଛି ଚେୟାର ! ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଭାଷଣ ଶୁଣିଲେନି କର୍ମୀ ଓ ଜନତା।

ଢେଙ୍କାନାଳ ରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଚେୟାର ଫାଙ୍କା ପଡିଥିଲା ! ଠିକ ଗୋଟିଏ ବର୍ଷ ପୂର୍ବରେ ଓଡିଶା ତାର ନୂଆ ମୁଖ୍ୟମନ୍ତ୍ରୀ ଦେଖିଥିଲା ! ବିଜେପି ସରକାର ରେ ଆସି ନୂଆ ମୁଖ୍ୟମନ୍ତ୍ରୀ ହେଇଥିଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ! ଗତକାଲି ଢେଙ୍କାନାଳ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାଷଣ ଦେଉଥିବା ବେଳେ ଫାଙ୍କା ପଡିଥିଲା ହଜାର ହଜାର ଚେୟାର।
ଢେଙ୍କାନାଳ ରେ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରେ ଆରମ୍ଭରୁ ଯେତିକି ଲୋକ ଥିଲେ ମୋହନ ମାଝୀ ଙ୍କ ଭାଷଣ ବେଳକୁ ଖାଲିକରି ଚାଲିଗଲେ।ସବୁ ଚେୟାର ଫାଙ୍କା ପଡିଥିବା ଦେଖିବାକୁ ମିଳିଛି,ତେବେ ମୋହନ ମାଝୀ ଢେଙ୍କାନାଳ ପାଇଁ ଏତେ ପ୍ରକଳ୍ପ ଘୋଷଣା କରିବା ପରେ ମଧ୍ୟ ଲୋକମାନେ ବସିବାକୁ ଇଚ୍ଛା ପ୍ରକାଶ କରିନଥିଲେ !
ତେବେ ଏହା ପଛରେ କାରଣ କଣ ହେଇପାରେ ! ଜୁନ 4 ରେ ବିଜେପି ସରକାର ଓଡ଼ିଶାରେ ପ୍ରଥମଥର ପାଇଁ ସରକାର ରେ ଆସିଥିଲେ ଓ 24 ବର୍ଷ ର ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ହରେଇ ନୂଆ ମୁଖ୍ୟମନ୍ତ୍ରୀ ହେଇଥିଲେ ମୋହନ ଚରଣ ମାଝୀ କିନ୍ତୁ ଠିକ 12 ମାସ ପରେ ଲୋକ ଙ୍କ ସରକାର କୁହାଯାଉଥିବା ମୋହନ ମାଝୀ ଙ୍କ ଭାଷଣ ବେଳକୁ ଚେୟାର ଫାଙ୍କା କାହିଁକି ପଡୁଛି ବୋଲି ଅନେକ ଆଲୋଚନା ହେଉଛି !
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୧୧୨ କୋଟି ଟଙ୍କାର ୧୨ ଟି ପ୍ରକଳ୍ପର ଶୁଭଉଦ୍ଘାଟନ ହୋଇଥିବା ବେଳେ ୭୬ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଆଜି କରାଗଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଢେଙ୍କାନାଳ ଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଆଜି ଓଡିଶାର ବିକାଶର ଧାରାରେ ଆଉ ଏକ ସ୍ରୋତ ଯୋଡି ଦେଇଛି। ଆଜି ଯେଉଁ ନୂତନ ଶିଳ୍ପର ଶୁଭାରମ୍ଭ ହେଲା, ଏଥିରୁ ୩୦ ହଜାର କୋଟି ଟଙ୍କାର ଵ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ। ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମର ଲକ୍ଷ୍ୟ।