March 13, 2026

Odia Express

Leading Odia News Portal of Odisha

ବିଶ୍ୱକପ ଜିତିବା ପରେ କାହିଁକି ଟ୍ରେନ ରେ ଗଲେ ଶିବମ୍‌ ଦୁବେ,ଷ୍ଟାର୍ ଅଲରାଉଣ୍ଡର ମିଳିଲାନି ବିମାନ,ଟ୍ରେନ ରେ ଗଲେ ଶିବମ୍‌ ଦୁବେ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଲରାଉଣ୍ଡର ଶିବମ୍ ଦୁବେ ଶେଷ ଓଭରରେ ଚମତ୍କାର ବ୍ୟାଟିଂ କରି ଦଳର ସ୍କୋରକୁ ୨୫୦ ଅତିକ୍ରମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକ ‘ଦୁବେ-ଦୁବେ’ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲେ, କିନ୍ତୁ ମ୍ୟାଚ୍‌ ଶେଷ ହେବାର ମାତ୍ର କିଛି ଘଣ୍ଟା ପରେ ଦୁବେଙ୍କ ଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ଆରମ୍ଭ ହୋଇଥିଲା।

ଟି-20 ବିଶ୍ୱକପ୍ ଚାମ୍ପିଅନ୍ ହେବା ପରେ ଟ୍ରେନରେ ଅହମ୍ମଦାବାଦରୁ ମୁମ୍ବାଇ ଫେରିଛନ୍ତି ଶିଭମ ଦୁବେ। ଟୋପି, ମାସ୍କ, ଫୁଲ୍ ସ୍ଲିଭ୍ ଟି-ସାର୍ଟ ପିନ୍ଧି ଟ୍ରେନର ଅପର୍ ବର୍ଥରେ ବସି ସେ ଘରକୁ ଫେରିଛନ୍ତି। କାହିଁକି ଦୁବେଙ୍କୁ ଟ୍ରେନରେ ଯିବାର ଆବଶ୍ୟକତା ପଡିଲା ଓ କେମିତି ଥିଲା ଟ୍ରେନ୍ ଯାତ୍ରା ?

ବିଶ୍ବକପ୍‌ ଫାଇନାଲ ଜିତିବା ପରେ ଶିବମ୍‌ ଓ ତାଙ୍କ ପତ୍ନୀ ଅଞ୍ଜୁମ ଖାଁ ତୁରନ୍ତ ଅହମଦାବାଦରୁ ମୁମ୍ବାଇ ଫେରିବାକୁ ଚାହୁଁଥିଲେ, କାରଣ ଘରେ ଚାରି ବର୍ଷର ପୁଅ ଆୟାନ୍‌ ଓ ଦୁଇ ବର୍ଷର ଝିଅ ମେହଓ୍ବିସ୍‌ ଥିଲେ । କିନ୍ତୁ ସେଦିନ ରାତିରେ ସବୁ ଅହମଦାବାଦ-ମୁମ୍ବାଇ ଫ୍ଲାଇଟ୍‌ ବୁକ୍‌ ଥିବାରୁ ଅନ୍ୟ କୌଣସି ଉପାୟ ନପାଇ ସେମାନେ ରେଳ ଯୋଗେ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେଲେ । ଶିବମ୍‌, ଅଞ୍ଜୁମ ଓ ଆଉ ଜଣେ ବନ୍ଧୁ ଅହମଦାବାଦ-ମୁମ୍ବାଇ ସୟାଜୀ ଏକ୍ସପ୍ରେସ୍‌ରେ ଏକ ୩ୟ ଏସି ଟିକେଟ୍‌ ବୁକ୍‌ କରିଥିଲେ ।

ସାଧାରଣ ଯାତ୍ରୀ ସାଜି ଟ୍ରେନରେ ଆସିଲେ ବିଶ୍ୱ ବିଜେତା ଶିବମ ଦୁବେ- ମୁହଁରେ ମାସ୍କ, ମୁଣ୍ଡରେ କ୍ୟାପ୍ ଦେଇ ଆସିଲେ ଦୁବେ। ଦୁବେଙ୍କୁ ଚିହ୍ନି ପାରିଲେନି ସହଯାତ୍ରୀ କି ଟିକେଟ୍ ଚେକର। ଭାରତ ବିଶ୍ବବିଜୟୀ ହେବା ପରେ ଅହମ୍ମଦାବାଦରୁ ମୁମ୍ବାଇ ଯିବାକୁ କୌଣସି ଫ୍ଲାଇଟ୍ ମିଳିନଥିଲା।ସମୟ ବଞ୍ଚାଇବା ପାଇଁ ଶିବମ୍ ଦୁବେ ନେଲେ ଏକ ବଡ଼ ନିଷ୍ପତ୍ତି। ସ୍ତ୍ରୀ ଅଞ୍ଜୁମ୍ ଏବଂ ଜଣେ ସାଙ୍ଗଙ୍କ ସହ ସେ ବୁକ୍ କଲେ ଥାର୍ଡ ଏସି ଟ୍ରେନ୍ ଟିକେଟ୍। ଜଣେ ଷ୍ଟାର୍ କ୍ରିକେଟର ଟ୍ରେନରେ ଯାଉଥିବା ଜାଣିଲେ ଭିଡ଼ ଜମିବା ସ୍ବାଭାବିକ, ତେଣୁ ଶିବମ୍ ଆପଣେଇଥିଲେ ଏକ ସ୍ବତନ୍ତ୍ର ଉପାୟ।

ଟ୍ରେନ୍‌ଟି ସକାଳ ୫:୧୦ ରେ ଛାଡ଼ିବାର ଥିଲା। ଦୁବେ ଆଶା କରିଥିଲେ ଯେ ପ୍ଲାଟଫର୍ମରେ ଅପେକ୍ଷାକୃତ ଭିଡ଼ ଥିବ। କିନ୍ତୁ ସେଠାରେ ଅନେକ କ୍ରିକେଟ୍ ପ୍ରଶଂସକ ଥିଲେ, କେତେକ ଭାରତୀୟ ଜର୍ସି ମଧ୍ୟ ପିନ୍ଧିଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ତାଙ୍କର ଯୋଜନାକୁ ସାମାନ୍ୟ ପରିବର୍ତ୍ତନ କଲେ। ଦୁବେଙ୍କ କହିବା ଅନୁସାରେ “ମୁଁ ମୋ ସ୍ତ୍ରୀଙ୍କୁ କହିଥିଲି ଯେ ମୁଁ ଟ୍ରେନ୍ ଛାଡ଼ିବାର ଶେଷ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଗାଡ଼ିରେ ଅପେକ୍ଷା କରିବି। ତା’ପରେ ମୁଁ ହଠାତ୍ ଦୌଡ଼ି ଟ୍ରେନ୍‌ରେ ଚଢ଼ିବି,” ଦୁବେ କହିଥିଲେ। ଟ୍ରେନ୍‌ରେ ଚଢ଼ିବା ପରେ, ଦୁବେ ସିଧା ଉପର ବର୍ଥକୁ ଯାଇ ରେଳବାଇର ମାଟିଆ କମ୍ବଳରେ ନିଜକୁ ଘୋଡ଼ାଇ ଦେଇଥିଲେ।

ଚିହ୍ନିବାରେ ଟିଟିଇ ମଧ୍ୟ ଫେଲ ହୋଇଥିଲେ
ଯାତ୍ରା ସମୟରେ ଏକ ଆକର୍ଷଣୀୟ ମୁହୂର୍ତ୍ତ ଘଟିଥିଲା ​​ଯେତେବେଳେ ଟ୍ରେନ ଟିଟିଇ ଟିକେଟ ଚେକ କରିବାକୁ ଆସିଥିଲେ। ଦୁବେ କହିଥିଲେ କି, “ଟିଟିଇ ପଚାରିଲେ, ‘ଶିବମ୍ ଦୁବେ? ସେ କଣ କ୍ରିକେଟର?’ ମୋ ପତ୍ନୀ ଅଞ୍ଜୁମ୍ ତୁରନ୍ତ ଉତ୍ତର ଦେଲେ, ‘ନା, ନା, ସେ ଏଠାକୁ କେଉଁଠାରୁ ଆସିବେ?’ ତା’ପରେ ଟିଟିଇ ଆଗକୁ ଚାଲିଯାଇଥିଲେ।” ଏହି ଘଟଣା ପରେ, ଦୁବେ ଆଶ୍ୱସ୍ତିର ନିଶ୍ୱାସ ନେଲେ ଏବଂ ଆଠ ଘଣ୍ଟାର ଯାତ୍ରାର ଅଧିକାଂଶ ସମୟ ଶୋଇ ରହିଲେ।

ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରା କରିବା ପରେ ଯେତେବେଳେ ଟ୍ରେନ ମୁମ୍ବାଇରେ ପହଞ୍ଚିଲା, ସେତେବେଳେ ପ୍ଲାଟଫର୍ମରେ ଲୋକମାନେ ଚିହ୍ନିଦେବାର ଆଶଙ୍କା ଥିଲା । ଏହାକୁ ଆଗୁଆ ଅନୁମାନ କରି ସେ ପୁଲିସ ସୁରକ୍ଷା ମାଗିଥିଲେ । ଦୁବେ ଟ୍ରେନରେ ଆସୁଥିବା ଜାଣି ପୁଲିସ ବି ବିଶ୍ବାସ କରିନଥିଲା, ତେବେ ସେ ପହଞ୍ଚିବା ପରେ ପୁଲିସ ସୁରକ୍ଷାରେ ସେ ଘରକୁ ଯାଇଥିଲେ

ବୋରିଭଲି ଷ୍ଟେସନରେ ଓହ୍ଲାଇବା ପର୍ଯ୍ୟନ୍ତ କେହି ବି ତାଙ୍କୁ ଚିହ୍ନି ପାରିନଥିଲେ। ପରେ ଏହି କଥା ଜଣାପଡ଼ିବା ପରେ ପୋଲିସ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶେଷରେ ଜଣେ ସାଧାରଣ ଯାତ୍ରୀ ଭଳି ଟ୍ରେନରେ ଯାତ୍ରା କରି ନିଜ ଘରେ ପହଞ୍ଚିଥିଲେ ଏହି ଚାମ୍ପିଅନ୍ ଖେଳାଳି।